Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସରକାର ଅମଳରେ କୋଟି କୋଟି ଟଙ୍କା ଲଘୁ ଖଣିଜ ଲୁଟ !

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜେଡି ସରକାର ଅମଳରେ କୋଟି କୋଟି ଟଙ୍କା ଲଘୁ ଖଣିଜ ଲୁଟ !

Key Points

ଜିଲ୍ଲା ଖଣିଜ ପାଣ୍ଠିର ହୋଇପାରୁନି ସୁବିନିଯୋଗ
DMFରୁ 2ବର୍ଷରେ ଆସିଛି 3କୋଟି ଅନୁଦାନ
ଖର୍ଚ୍ଚ ହୋଇଛି ମାତ୍ର 66ଲକ୍ଷ ଟଙ୍କା
ପୂର୍ବ ସରକାର ସମୟରେ ଖଣିଜ ପାଣ୍ଠିରେ ହୋଇଛି କି ଅନିୟମିତତା
ବିଜେଡି ସରକାର ଅମଳରେ କୋଟି କୋଟି ଟଙ୍କା ଲଘୁ ଖଣିଜ ଲୁଟ ଅଭିଯୋଗ

ବାଲେଶ୍ବର ଜିଲ୍ଲାରେ କୋଟି କୋଟି ଟଙ୍କାର ଖଣିଜ ପାଣ୍ଠିର ସଠିକ ବିନିଯୋଗ ହେଉନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ବାଲେଶ୍ଵର ଜିଲ୍ଲା ଖଣିଜ ପାଣ୍ଠିକୁ ୧ କୋଟି ୩୭ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା ଏଥିରୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୧ କୋଟି ୨୨ ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ଆର୍ଥିକ ବର୍ଷ ସରିଯାଇଥିବା ବେଳେ ସେହି ଟଙ୍କାର ପାଖାପାଖି ୫୦ ପ୍ରତିଶତ ଖର୍ଚ୍ଚ ନହୋଇ ପଡ଼ିରହିଛି। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠି ବାବଦକୁ ୧ କୋଟି ୬୯ ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ସେଥିରୁ ବର୍ଷ ଶେଷ ସୁଦ୍ଧା ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବାକି ଅର୍ଥ ପଡିରହିଛି । ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।


ବାଲେଶ୍ବର ଜିଲ୍ଲାରେ ଆଦାୟ ହେଉଥିବା ଖଣିଜ ପାଣ୍ଠିରୁ ସମ୍ପୃକ୍ତ ଅଞ୍ଚଳରେ ଗୁରୁତ୍ଵ ବହନ କରୁଥିବା ପ୍ରକଳ୍ପ ପାଇଁ ୬୦ ପ୍ରତିଶତ ଏବଂ ବାକି କ୍ଷେତ୍ରରେ ୪୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରାଯିବା କଥା। କିନ୍ତୁ ଅନୁମୋଦିତ ଉନ୍ନୟନ ପ୍ରକଳ୍ପଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ପାଣ୍ଠିକୁ ଦେଖିଲେ ଜିଲ୍ଲାର ଖଣିଜ ପାଣ୍ଠି ବିନିଯୋଗ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏଥିରେ ବ୍ୟାପକ ହେରଫେର୍ ହୋଇଥିବା ଅଭିଯୋଗ ହେଉଛି।


ନିଳଗିରି ଖଣି ଖାଦାନ ପାଖ ଚତ୍ରିଖୁଣ୍ଟା ଗାଁ । ଆଜି ପର୍ଯ୍ୟନ୍ତ ଏହି ଗାଁରେ ବିକାଶ ଅପହଞ୍ଚ । ପାନୀୟ ଜଳ , ରାସ୍ତା, ସ୍ବାସ୍ଥ୍ୟ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଗ୍ରାମବାସୀ ଜିଲ୍ଲା ଖଣିଜ ପାଣ୍ଠିର ଅଧିକାରୀ ଜିଲ୍ଲାପାଳ ହୋଇଥିବାରୁ ଏ ଦିଗରେ ଜିଲ୍ଲାପାଳ ହିଁ ସ୍ପଟିକରଣ ରଖି ପାରିବେ ବୋଲି କହିଛନ୍ତି ବାଲେଶ୍ବର ଉପଜିଲ୍ଲାପାଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD government's revenue from minor mineral loot worth crores of rupees | Argus News