ବିଜେଡି ସରକାର ଚଳାଉଛି କିଏ ?

Key Points
- ବିଜେଡି ଉପରେ ମୋଦିଙ୍କ ଜୋରଦାର୍ ହମଲା
- କହିଲେ, ଓଡ଼ିଶାରେ ସରକାର ପୁରା ଆଉଟସୋର୍ସ
- ସିଏମଙ୍କ ଉପରେ ଅଛନ୍ତି ଜଣେ ସୁପର ସିଏମ୍
- ବିଜେଡି ସରକାର ଚଳାଉଛି କିଏ ?
- ଓଡ଼ିଶାର 25 ବର୍ଷ ବରବାଦ ହୋଇଗଲା
- ଓଡ଼ିଶାବାସୀ ଓଡ଼ିଶାକୁ ବଞ୍ଚାଇବା ଲାଗି ଦାୟିତ୍ବ ନେବାକୁ ଆହ୍ବାନ୍
ବରଗଡ: ବରଗଡ଼ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି । ଆସୁ ଆସୁ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କରିଛନ୍ତି ସିଧା ଆଟାକ୍। ମହାନ୍ ରାଜ୍ୟ ଓଡ଼ିଶା, ତାର ସଂସ୍କୃତି ଓ ପରମ୍ପରା 25 ବର୍ଷ ବରବାଦ ହୋଇଗଲା । କାହିଁକି ନା ଲୋକ ବାଛିଥିବା ସରକାର ଏଠି ଚାଲୁନି । ଓଡ଼ିଶା ଉପରେ ବାହାର ଲୋକ କବଜ୍ଜା କରି ରଖିଛନ୍ତି । ଓଡ଼ିଶାରେ ସରକାର ପୁରା ଆଉଟସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି ।
ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିବା ସହ ଓଡ଼ିଶାକୁ ବଞ୍ଚାଇବା ଦାୟିତ୍ବ କାହାର ବୋଲି ପଚାରିଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ରାଜ୍ୟରେ ନିର୍ବାଚନୀ ମାହୋଲ । ଓଡିଶାରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଜୋରଦାର ପ୍ରଚାର । ଆଉ ଏସବୁ ଭିତରେ ଶାସକ ବିଜେଡି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ । ଭୈରବ ପ୍ରାର୍ଥୀଙ୍କ ଅପେକ୍ଷା ନିଜ ପ୍ରଚାରରେ ବେଶି ମାତିଥିବା ଦେଖିବାକୁ ମିଳୁଛି । ଆଉ ଏହାକୁ ନେଇ ବିରୋଧୀଙ୍କ ଦ୍ବାରା ଶାସକ ବିଜେଡି ସମାଲୋଚନା ହେବା ପରେ ଦଳର ସଙ୍ଗଠନ ସମ୍ପାଦକ ରଖିଛନ୍ତି ତାଙ୍କର ପ୍ରତିକ୍ରିୟା । ଅନ୍ୟପଟେ ପାଣ୍ଡିଆନ ଯୋଡି ଶଙ୍ଖ କଥା କହୁଥିଲାବେଳେ କୁଚିଣ୍ଡାରେ ରାଜେନ୍ଦ୍ର ଛତ୍ରିଆ କହିଛନ୍ତି, 21 ଲୋକସଭା ହାରିଲେ ଚଳିବ ହେଲେ ସମ୍ବଲପୁରରେ ବବି ଜିତିବା ଦରକାର । କଣ ପାଇଁ ଏମିତି ଆଭିମୁଖ୍ୟ ଦେଉଛି ବିଜେଡି ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ବିଜେଡିକୁ ଟାର୍ଗେଟ କରିବା ସହ ସରକାର ଆଉଟସୋର୍ସ ହୋଇଯାଇଛି ବୋଲି କହିଛନ୍ତି ।
📱 Get Argus News App
✨ଅନ୍ୟପଟେ ବରଗଡ଼ ବିଜୟ ସଙ୍କଳ୍ପ ସମାବେଶରେ ମୋଦି କହିଛନ୍ତି, ବିଜେଡି ସରକାର ଓଡ଼ିଶାକୁ ଗରିବିରୁ ବାହାରକୁ ଆଣିପାରିନି । ସାମାନ୍ୟ ସୁବିଧା ଲାଗି ଏଠି ଲୋକ ଡହଳ ବିକଳ ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । ଲୋକ କହୁଛନ୍ତି ଆଉ କେତେ ଦିନ ସହିବ ଓଡ଼ିଶା । ଏଥର ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର କରିବାକୁ ଆହ୍ବାନ ଦେଇଛନ୍ତି ପିଏମ୍ ।