Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫାଇଭ-ଟି ନାଁରେ ୫୦ ହଜାର କୋଟି ଲୁଟ୍‌ !

Odisha

ଫାଇଭ-ଟି ନାଁରେ ୫୦ ହଜାର କୋଟି ଲୁଟ୍‌ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଫାଇଭ-ଟି ନାଁରେ ୫୦ ହଜାର କୋଟି ଲୁଟ୍‌ !

Key Points

  • ଫାଇଭ-ଟି ନାଁରେ ୫୦ ହଜାର କୋଟି ଲୁଟ୍‌
  • ଦୁର୍ନୀତିର ଏନ୍ତୁଡିଶାଳ ଥିଲା ଓଡ଼ିଶା
  • ୧୨ ବର୍ଷର ରୋଡମ୍ୟାପ ପ୍ରସ୍ତୁତ କଲା ବିଜେପି

ଅର୍ଗସ ବ୍ୟୁରୋ : ବିଜେପି ଟାର୍ଗେଟ୍‌ରେ ବିଜେଡି । କେମିତି ପୂର୍ବ ସରକାରରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ସେନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଖାସ୍‌ କରି ପୂର୍ବ ସରକାରରେ ସବୁଠୁ ପପୁଲାର ଯୋଜନା ଫାଇଭ-ଟି ଯୋଜନାରେ ଦୁର୍ନୀତିର ଗନ୍ଧ ବାରିଛି ଏବେର ସରକାର । ସିଏ ପୁଣି କୋଟିଏ କି ଦୁଇ କୋଟିର ନୁହେଁ ବରଂ ୫୦ ହଜାର କୋଟିର ଦୁର୍ନୀତି ହୋଇଥିବା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଯାହାକୁ ନେଇ ଏବେ ଚର୍ଚ୍ଚା । କାରଣ ଗୋଟିଏ ଯୋଜନାରେ ଯଦି ଏତେ କୋଟିର ଦୁର୍ନୀତି ହୋଇଛି ତାହାଲେ ୨୫ ବର୍ଷର ସରକାରରେ କେତେ ଦୁର୍ନୀତି ହୋଇଥିବ ତାହାକୁ ନେଇ ଏବେ ଉଙ୍କି ମାରିଲାଣି ଅନେକ ପ୍ରଶ୍ନ ।

ଦୁର୍ନୀତିମୁକ୍ତ ତଥା ସ୍ଵଚ୍ଛ ସରକାର ପାଇଁ  ବିଜେପିର ସମସ୍ତ କର୍ମୀ ସଂକଳ୍ପବଦ୍ଧ । ବିଜେଡି ସରକାର ୫-ଟି ନାଁରେ ୫୦ ହଜାର କୋଟିରୁ ଅଧିକ ଟଙ୍କା ଲୁଟ୍‌ପାଟ୍‌ କରିଥିଲା । ଯାହାକି ସାରା ଭାରତରେ ସ୍ପଷ୍ଟ ଦିବାଲୋକରେ ଦୁର୍ନୀତିର ଅନ୍ତୁଡ଼ିଶାଳ ପାଲଟିଥିଲା ଓଡ଼ିଶା । ଏଭଳି ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ । ରାଜ୍ୟ କାର୍ଯ୍ୟକାରିଣୀର ଦ୍ଵିତୀୟ ଦିନରେ ବିଜେପି ଏଭଳି ୫ଟି ପ୍ରସ୍ତାବ ଉପରେ ମୋହର ମାରିଛି ।

ଆଧୁନିକ, ବିକଶିତ, ଆତ୍ମନିର୍ଭର ଓ କ୍ଷୁଧାମୁକ୍ତ ରାଜ୍ୟ ଗଠନ ପାଇଁ କାମ କରିବାକୁ ଦଳୀୟ ନେତା ସଂକଳ୍ପ ନେଇଛନ୍ତି । କେବଳ ସେତିକି ନୁହେଁ, ବିକଶିତ ଓଡ଼ିଶା ପାଇଁ ୧୨ ବର୍ଷିଆ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ବିଜେପି ସରକାର । ୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ମାନ୍ୟତାର ୧୦୦ ବର୍ଷ ପୂର୍ତ୍ତି ପାଳୁଥିବା ବେଳେ, ଆଧୁନିକ ଓଡ଼ିଶାର ରୂପରେଖ ଗଢ଼ା ହୋଇସାରିଥିବ ବୋଲି କାର୍ଯ୍ୟକାରିଣୀରେ ବିଜେପି ସଂକଳ୍ପ ନେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର ଏବେ ତାହା ପୂରଣ କରିବାକୁ ଯାଉଛି । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଶ୍ରୀମନ୍ଦିର ଚାରିଦ୍ଵାର , ରତ୍ନଭଣ୍ଡାର ଖୋଲିବା, ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧ଶହଟଙ୍କା, ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ଆଦି ପ୍ରସଙ୍ଗରେ ନିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି । ଓଡ଼ିଶାବାସୀଙ୍କ ଅତୁଟ ବିଶ୍ଵାସକୁ କାର୍ଯ୍ୟରେ ରୂପାନ୍ତରିତ କରିବୁ । ୨୪ ଘଣ୍ଟା ଓଡ଼ିଶାବାସୀଙ୍କ ସେବାରେ ରହିବୁ ବୋଲି ସୁରେଶ କହିଛନ୍ତି । 

ବିଜେପିର କାର୍ଯ୍ୟକାରିଣୀ ବୈଠକରେ ବଡ଼ ମନ୍ତବ୍ୟ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । କହିଛନ୍ତି, କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢ଼ିବା ପାଇଁ ୧୨ ବର୍ଷ ସମୟ ଲାଗିଥିଲା । ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନିତ କୋଣାର୍କ ସୂର୍ଯ୍ୟ ମନ୍ଦିର ୧୨ଶହ ବଢ଼େଇଙ୍କ ଅକ୍ଳାନ୍ତ ଶ୍ରମର ଫଳଶ୍ରୁତି । ତେଣୁ ଆମେ ମଧ୍ୟ ଠିକ୍‌ ୧୨ ବର୍ଷର ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଏଥିରେ ତୃଣମୂଳସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ୧୨ ହଜାର କର୍ମକର୍ତ୍ତା ନୂଆ ଓଡ଼ିଶା ଗଠନ କରିବାର ପ୍ରତିଶ୍ରୁତି ଦେଉଛୁ। 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନୂଆ ସରକାର ଆସିବା ପରେ ପୂର୍ବ ସରକାରର ଅନେକ ଦୁର୍ନୀତିର ଗୁମର ଖୋଲିଛି । ହେଲେ ଫାଇଭ-ଟିକୁ ନେଇ ମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
 

Sponsored
BJD govt looted Rs 50k crore | Argus News