Videos
|
Odisha

ପାଣ୍ଡିଆନଙ୍କ ରାଜନୈତିକ  ଲଞ୍ଚ୍ ର ଅସ୍ତ୍ର ଥିଲା ନୂଆ ଓ 

Smruti Parija
Browse all articles by Smruti Parija
·2 years ago·2 min read
ପାଣ୍ଡିଆନଙ୍କ ରାଜନୈତିକ  ଲଞ୍ଚ୍ ର ଅସ୍ତ୍ର ଥିଲା ନୂଆ ଓ 

Key Points

  • ମୋହନଙ୍କ କଡା ଆଭିମୁଖ୍ୟ
  • ବନ୍ଦ ହେଲା  ନୂଆ ଓ
  • ପାଣ୍ଡିଆନଙ୍କ ରାଜନୈତିକ  ଲଞ୍ଚ୍ ର ଅସ୍ତ୍ର ଥିଲା ନୂଆ ଓ 
  • ଯୁବ ପିଢୀଙ୍କୁ ବିଜେଡି ଭୋଟର କରାଇବାକୁ ପାଣ୍ଡିଆନ ଥିଲେ "ନୂଆ ଓ" ନାୟକ
  • ପାଣ୍ଡିଆନଙ୍କୁ ବୁଲାଇବାକୁ ରାତି ଅଧିଆ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିଲା 526 କୋଟି
  • ଓଡ଼ିଆ ଯୁବ ପିଢିଙ୍କୁ ସ୍ବାବଲମ୍ବି କରିବା ଥିଲା ନାରା
  • ହେଲେ କେବଳ ନାଚ ଗୀତରେ ସ୍ବାହା କଲେ 95 କୋଟି

ଅର୍ଗସ ବ୍ୟୁରୋ: ବନ୍ଦ ହେଲା ପାଣ୍ଡିଆନଙ୍କ ଅତି ପ୍ରିୟ ନୂଆ ଓ କାର୍ଯ୍ୟକ୍ରମ । ନୂଆ ଓରୁ ଅର୍ଥ ସ୍ବାହା କରି ନବୀନ କରିଥିଲେ ପାଣ୍ଡିଆନ୍ ପ୍ରଚାର ଅଭିଯାନ । ନୂଆ ଓ ନାଁରେ ଯୁବ ପିଢିଙ୍କୁ  ସ୍ବାବଲମ୍ବୀ କରିବା ଆଳରେ ପାଣି ପରି ଟଙ୍କା ସ୍ବାହା କରିଥିଲେ ବିଜେଡି ସରକାର । ରାତାରାତି ଯୋଜନା ପ୍ରସ୍ତୁତ କରି ମାସକ ଭିତରେ ବାଣ୍ଟିଥିଲେ 526 କୋଟି ଟଙ୍କା ।  ନାଚ ଗୀତରେ ଖର୍ଚ୍ଚ ହୋଇଥିଲା 95 କୋଟି । ତେବେ ଏ ନାଟକ ବାଜିଙ୍କୁ ବନ୍ଦ କରିଛନ୍ତି ମୋହନ ସରକାର ।  କଲେଜ କ୍ୟାମ୍ପସରେ ଆଉ ଚାଲିବନି ଡାଲେମା ଡାଲେମ ସାଲାଡ଼ ସାଲାଡ଼  । 

କଲେଜର ଶୈକ୍ଷିକ ବାତାବରଣକୁ ନଷ୍ଟ ହେବାକୁ ଦେବେନି ନୂଆ ସରକାର ।  ଅଭାବରେ ପଡି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥ‌ବା ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ନୂଆ ଯୋଜନା ଆଣିଛନ୍ତି ମୋହନ ସରକାର । Financial Assistance to UG & PG Students ନାଁ ରେ ଆସିଛି ନୂଆ ଯୋଜନା । ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଠାରୁ "Financial Assistance to UG & PG Students" ନାମକ ନୂଆ ଯୋଜନା ପ୍ରଣୟନ କରୁଛନ୍ତି, ଯାହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଅଛି । ଯାହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । 

ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଲିଖିତ ଉତ୍ତର କହୁଛି ନୂଆ ଓ" କାର୍ଯ୍ୟକ୍ରମରେ ନାଚ ଗୀତ ଏବଂ ଭୋଜି ଭାତ ପାଇଁ ରାଜ୍ୟ ରାଜକୋଷ ରୁ ଖର୍ଚ୍ଚ ହୋଇଛି ପ୍ରାୟ ୯୫ କୋଟି ଟଙ୍କା । କଲେଜ ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁଦାନ ଦେଇଥିଲେ ରାଜ୍ୟ ସରକାରଙ୍କ ୮ ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, କ୍ରୀଡା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁଦାନ ଦେଇଥିବା ବେଳେ ଆଶ୍ଚର୍ଯ୍ୟ ର କଥା ହେଲାସ୍ବାସ୍ଥ୍ୟ, କୃଷି ଓ ଅନୁ ସୂଚିତ ଜାତି ଓ ଜନଜାତି ବିଭାଗ ବି "ନୂଆ ଓ" କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି ଅନୁଦାନ । ତେବେ ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କରି ନୂଆ ଯୋଜନା ଆସିବାକୁ ଛାତ୍ର ସଂଗଠନ ଓ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିଛନ୍ତି । 

ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ନୂଆ ଓ  ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା । ଯୁବପିଢ଼ିଙ୍କୁ ଆକୃଷ୍ଟ କରି ଭୋଟ ହାତେଇବା ଲାଗି ମାସକରେ ୫ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ବିଜେଡି ସରକାର ବାଣ୍ଟିଥିଲେ ୫୨୬ କୋଟି ଟଙ୍କା ।  ଛାତ୍ରଛାତ୍ରୀଙ୍କ ଭୋଟ୍ ହାତେଇବାକୁ ରାତାରାତି ଆଣିଥିଲେ ନୂଆ ଓ' ଛାତ୍ରବୃତ୍ତି ଯୋଜନା । ତତ୍କାଳୀନ ସରକାରଙ୍କ ସର୍ବେସର୍ବା ସାଜିଥିବା ଭୈରବ କାର୍ତ୍ତିକେୟାନ ପାଣ୍ଡିଆନ ବୁଲି ବୁଲି କରୁଥିଲେ ସଭା । ବସରେ ବୁହା ହେଉଥିଲେ ପିଲା । ପରୀକ୍ଷା ବନ୍ଦ କରି ନୂଆ ଓ କାର୍ଯ୍ୟକ୍ରମ ନାଁ ରେ କଲେଜ ଚାଲିଥିଲା ନାଚ ଗୀତ  ଡାଲେମା ଡାଲେମା ...ସାଲାଡ଼ ସାଲାଡ଼ ... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bjd-govt-new-o-programme-closed | Argus News