Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋଦିଙ୍କ ପ୍ରହାରରେ ଆକ୍ତାମାକ୍ତା ଶଙ୍ଖ ଦଳର ନେତା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମୋଦିଙ୍କ ପ୍ରହାରରେ ଆକ୍ତାମାକ୍ତା ଶଙ୍ଖ ଦଳର ନେତା

Key Points

  • ବିଜେଡିର ଖେଳ ଖତମ୍‌
  • ମୋଦିଙ୍କ ପ୍ରହାରରେ ଆକ୍ତାମାକ୍ତା ଶଙ୍ଖ ଦଳର ନେତା
  • ଜବାବ ରଖିଲେ ନବୀନ-ପାଣ୍ଡିଆନ : ହେଲେ ବି ଟ୍ରୋଲ

ଅର୍ଗସ ବ୍ୟୁରୋ: ମୋଦିଙ୍କ ନିଶାନାରେ ନବୀନ । ଏଥର ସାନଦାନ, ଧମକାଦାର ଟାର୍ଗେଟ୍‌ । ପ୍ରସଙ୍ଗ ଉଠାଲେ, କେନ୍ଦ୍ର ଦେଉଛି କେତେ ? ରାଜ୍ୟ ବିକାଶ କରୁଛି କେତେ ? ମଂଚ ଉପରେ ଗୋଟି ଗୋଟି ସତ କହିଦେଲେ ମୋଦି । ଯୋଜନାର ଗାଥା ଗାଉଥିବା ବିଜେଡିକୁ ଏମିତି ହିସାବ ଦେଲେ ଯେ ନବୀନ-ପାଣ୍ଡିଆନ ଥଥ ମମ । କାରଣ କେନ୍ଦ୍ରୀୟ ଯୋଜାନରେ ଯେମିତି କଲର ମାରି ରୂପାନ୍ତୀକରଣ କଥା କହୁଥିଲେ ନବୀନ-ପାଣ୍ଡିଆନ ତାହା ଏବେ ଧରାପଡ଼ିଯାଇଛି ।

୨୪ ମହାଲଢେଇରେ ଏଥର ଆରପାର ଲଢେଇ । ମୋଦି ବନାମ ନବୀନ । ବ୍ରହ୍ମପୁରରେ ନବୀନ ସରକାରର ବିଫଳତାକୁ ପ୍ରସଙ୍ଗ କରି କଡ଼ା ଆଟାକ୍ କଲେ ପ୍ରଧାନମନ୍ତ୍ରୀ । କହିଲେ, ଜୁନ୍ ୧୦ ରେ ଭୁବନେଶ୍ଵରରେ ବିଜେପିର ଶପଥଗ୍ରହଣ ଉତ୍ସବକୁ ସମସ୍ତଙ୍କୁ ନିମନ୍ତ୍ରଣ । କାଉଣ୍ଟର କଲେ ନବୀନ ପାଣ୍ଡିଆନ ଯୋଡି । ହେଲେ ମୂଳ ପ୍ରସଙ୍ଗକୁ ନେଇ ୨୫ ବର୍ଷର ଶାସନ ପରେ ବି ଓଡ଼ିଆ ଲୋକ କାହିଁକି ଗରିବ, କାହିଁକି ଦାନା ଖଟିବାକୁ ଯାଉଛନ୍ତି ଓଡ଼ିଆ, କାହିଁକି କେନ୍ଦ୍ର ଟଙ୍କା ଖର୍ଚ୍ଚ ହେଇପାରୁନି, କାହିଁକି ଆୟୁଷ୍ମାନ ଯୋଜନା ଲାଗୁ ହେଉନାହିଁ, କେନ୍ଦ୍ର ଯୋଜନାରେ ଫଟୋ ଛାପି କିଏ କରିଛି ବେଇମାନୀ, ଏସବୁ ପ୍ରସଙ୍ଗର ଉତ୍ତର ଦେଇନାହାନ୍ତି ନବୀନ କି ପାଣ୍ଡିଆନ୍ । ଏପଟେ ୨୪ ଲଢେଇରେ ପ୍ରଥମଥର ମୁହାଁମୁହିଁ ମୋଦି-ନବୀନ। ପୂର୍ବରୁ ଅମିତ ଶାହ ବି କହିସାରିଛନ୍ତି ଏଥର ଆମ୍ନା ସାମ୍ନା ଲଢେଇ, ବିଜେଡି ସରକାରକୁ ଓପାଡି ଫିଙ୍ଗିବାକୁ ଦେଇଛନ୍ତି ଆହ୍ଵାନ ଦେଇଛନ୍ତି ଶାହ । ହେଲେ ଗତକାଲି ମୋଦି ଯେଉଁ ପରି ଢଙ୍ଗରେ ନବୀନ ସରକାର ଉପରେ ବର୍ଷିଛନ୍ତି ତାହାକୁ ନେଇ କିନ୍ତୁ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

ବିନା ତଥ୍ୟ ପ୍ରମାଣରେ ମିଛ କହିବା ପାଣ୍ଡିଆନଙ୍କର ଅଭ୍ୟାସ । ନିଜେ ତ ଯାହା ଟ୍ରୋଲ ହେଉଛନ୍ତି ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ବି ଟ୍ରୋଲ କରିବାକୁ ପଛାଉନାହାନ୍ତି । କାରଣ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଓଡ଼ିଶାକୁ ଅନୁଦାନ ବଢିଛି । କିନ୍ତୁ ଏହା ପରେ ବି ରାଜ୍ୟରେ ଯେମିତି ବିକାଶ ହେବା କଥା ସେମିତି ହୋଇନି ।  ତେଣୁ ଏ ସରକାର ବଦଳିବା ଦରକାର ବୋଲି ଲୋକେ କହିଲେଣି । ୨୦୧୯ ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି । ଲୋକସଭାରେ ବିଜେଡି ୧୨ ଆସନ ଜିତିଥିବା ବେଳେ ବିଜେପି ଜିତିଥିଲା ୮ ଆସନ । ତେବେ ଭୋଟ ବ୍ୟବଧାନ ଥିଲା ମାତ୍ର ୧୦ ଲକ୍ଷ । ବିଜେଡି ୪୨ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା ୩୮ ପ୍ରତିଶତ ଭୋଟ, କଂଗ୍ରେସ ହାତକୁ ଯାଇଥିଲା ୧୩.୪ ପ୍ରତିଶତ ଭୋଟ । ୨୦୨୪ ରେ କଂଗ୍ରେସର ଭୋଟ ପ୍ରତିଶତ କମିପାରେ, ଯାହାର ଫାଇଦା ନେଇପାରେ ବିଜେପି । ଗୋଟେ ପଟେ ମୋଦି ସୁନାମୀ, ଆଉ ସେପଟେ ନବୀନଙ୍କ କମୁଥିବା ଲୋକପ୍ରିୟତା, ଯାହା ବିଜେଡିର ଚିନ୍ତା ବଢାଇଛି । ତେବେ ସମୟ କହିବ ଆଗାମୀ ଦିନରେ ବିଜେଡିର ସ୍ଥିତି କଣ ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Narendra Modi | Argus News