Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ମୋ ବିଶ୍ୱାସରେ ବିଷ ଦେଇଛି ବିଜେଡି, ମୋ ଲୁହ ନିଶ୍ୱାସ ପଡ଼ିବ'

Odisha

'ମୋ ବିଶ୍ୱାସରେ ବିଷ ଦେଇଛି ବିଜେଡି, ମୋ ଲୁହ ନିଶ୍ୱାସ ପଡ଼ିବ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ମୋ ବିଶ୍ୱାସରେ ବିଷ ଦେଇଛି ବିଜେଡି, ମୋ ଲୁହ ନିଶ୍ୱାସ ପଡ଼ିବ'

ପୁଣି ଜଣେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ହୃଷିକେଶ ନାଏକ ଦେଇଛନ୍ତି ବିସ୍ଫୋରକ ବୟାନ । ଶଙ୍ଖ ଭବନ ବାହାରେ ବରିଷ୍ଠ ନେତାଙ୍କ ମେଳିକୁ ନେଇ ବିବାଦ ଥମୁନଥିବା ବେଳେ ପୂର୍ବତନ ବିଜେଡି ବିଧାୟକ ହୃଷିକେଶ ନାଏକ କହିଛନ୍ତି, ମୋ ବିଶ୍ୱାସରେ ବିଷ ଦେଇଥ‌ିବା ବିଜୁ ଜନତା ଦଳ ଧ୍ବଂ ସ ହୋଇଯିବ ।

୨୦୧୯ରେ ଦଳ ଲୋକସଭାକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା ହେଲେ ପଠାଇଲେ ନାହିଁ । ସେ ଲୋକସଭା ଟିକେଟ୍ ଲୋଭରେ ମୁହଁ ଖୋଲିନଥିଲେ, ହେଲେ ଦଳ ତାଙ୍କୁ ଲୋକସଭା ଟିକେଟ୍ ନଦେଇ ସନାତନ ମହାକୁଡ଼ଙ୍କ କଥାରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା। ଏହି ସମୟରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲା । ହେଲେ ଦଳ, କଥା ରଖିଲା ନାହିଁ । ଦଳ ଯେଉଁଭଳି ନିରାଶ କରିଛି ନିଶ୍ଚୟ ନିଶ୍ଵାସ ପଡ଼ିବ ଓ ଦଳ ଧ୍ବଂସ ହୋଇଯିବ । ପାଣ୍ଡିଆନଙ୍କୁ ବିଦା କର କହିଛନ୍ତି ହୃଷିକେଶ ।


ଅନ୍ୟପଟେ ନବୀନଙ୍କୁ ରାଜାଙ୍କ ଚିିଠ ନେଇ ମଧ୍ୟ ଝଡ଼ ସୃଷ୍ଟି ହୋଇଛି । ସାଂଗଠନିକ ନିର୍ବାଚନ ଭିତରେ ନବୀନଙ୍କୁ ରାଜାଙ୍କ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଯେଉଁ ଚିଠି ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ତାଙ୍କ ଚିଠି ପରୋକ୍ଷରେ କହିଦେଉଛି, ଦଳକୁ କେହି ଜଣେ ହାଇଜାକ୍‌ କରିବାକୁ ଚେଷ୍ଟା କରୁଛି । ଚିଠିରେ ରାଜା ଲେଖିଛନ୍ତି ଦଳକୁ କେହି ହାଇଜାକ୍‌ ନକରନ୍ତୁ । ସଂଗଠନରେ ସଂରକ୍ଷଣ କରିବାକୁ ସେ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ଲେଖିଛନ୍ତି, ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱାକଫ୍ ବିଲ୍‌ ବିବାଦ ଆମର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ ।


ସେପଟେ ରାଜାଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଛି । ଆଞ୍ଚଳିକ ଦଳ ଭାବେ, ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନରେ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ।

ରାଜାଙ୍କର ସେ ବିଷୟରେ ଅଭିଜ୍ଞତା ଥିବ । ଆଗରୁ କିଏ ହାଇଜ୍ୟାକ କରି ଦେଇଛି କି ? ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ । ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଛି ।

Argus Whatsapp Channel Mobile Top
Sponsored
BJD has cheated me, it will be destroyed by my curse. | Argus News