Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସ୍ଥିତି ସଙ୍ଗୀନ : ବୈଠକ ପରେ ବୈଠକ, ହେଲେ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜେଡି ସ୍ଥିତି ସଙ୍ଗୀନ : ବୈଠକ ପରେ ବୈଠକ, ହେଲେ...

Key Points

  • ୨୪ ନିର୍ବାଚନ ପରେ ବିଜେଡି କରୁଛି ସମନ୍ଵୟ ବୈଠକ
  • ପ୍ରସ୍ତୁତ ହେଉଛି ଆଗାମୀ ରଣନୀତି
  • ଝଟ୍‌କା ପରେ ଝଟ୍‌କା ଲାଗୁଛି ଶଙ୍ଖ ଦଳକୁ

ଅର୍ଗସ ବ୍ୟୁରୋ : ନିର୍ବାଚନ ହାରିବା ପରେ ଅସ୍ଥିର ବିଜେଡି ନେତା । କାହିଁକି ଦଳର ବିପର୍ଯ୍ୟୟ ହେଲା ? ଏଥିଲାଗି ଦାୟୀ କିଏ ? ସେନେଇ ବାରମ୍ବାର ବୈଠକ କରୁଛି ଦଳ । ଆଉ ଏହାରି ଭିତରେ ବସିଛି ସମନ୍ୱୟ କମିଟିର ପ୍ରଥମ ବୈଠକ । ମିଟିଂରେ ଆଗାମୀ ଦିନରେ ଦଳ କେମିତି ଲୋକଙ୍କୁ ପାଖକୁ ଯିବ ସେନେଇ ପ୍ଲାନ ଆଉଟ୍‌ ହୋଇଥିବା ଜଣାଯାଇଛି । 

୨୪ ବର୍ଷ ପରେ ବିଜେଡି ହାତରୁ କ୍ଷମତା ଯିବା ପରେ ସଶକ୍ତ ବିରୋଧୀ ଭୂମିକାରେ ତୃଣମୂଳ ସ୍ତରକୁ ଯାଇ ଜନତାଙ୍କୁ ଛୁଇଁବାକୁ ହୋଇଛି ଯୋଜନା । ଏମିତିକି ଏନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଛି ପ୍ରସ୍ତାବ । ଏମିତିକି ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ହେବା ସହିତ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିବ ଦଳ । ତେବେ ଏ ପ୍ରସ୍ତାବ ଉପରେ ନବୀନ ମୋହନ ମାରିଛନ୍ତି କି ନାହିଁ ସେନେଇ କୌଣସି ପକ୍କା ଖବର ନାହିଁ ।

ଏପଟେ ନିଇତି ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ଦଳୀୟ ଅସନ୍ତୋଷ । ଖାସ କରି ମୟୂରଭଂଜ ଜିଲ୍ଲାକୁ ନେଇ ଦଳରେ ଏବେ ଟେନସନ୍‌ । କାରଣ ନିର୍ବାଚନରେ ଦଳ ଯେଉଁପରି ଭାବରେ ହାରିଲା, ମୟୂରଭଂଜରୁ ପ୍ରତିନିଧିତ୍ଵ କରୁଥିବା ମମତା ମହାନ୍ତ ଦଳ ଛାଡିବା ପରେ ଖୋଦ ନବୀନ ନେତାଙ୍କ ସହ ୱାନ-ଟୁ-ୱାନ ମିଟିଂ କରିବା ସହିତ ଏକାଠି ରହିବାକୁ ପରାମର୍ଶ ଦେଇଛନ୍ତି । ହେଲେ ସେହି ବୈଠକରେ କାହିଁକି ବରିଷ୍ଠ ବିଜେଡି ନେତା ସୁଦାମ ମାର୍ଣ୍ଡି ଉପସ୍ଥିତ ରହିଲେ ନାହିଁ ତାହାକୁ ନେଇ ବି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ୨୪ ବିପର୍ଯ୍ୟୟ ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଥିବାରୁ ଦଳଡିଆଁଙ୍କ ସଂଖ୍ୟା ବି ଆଗକୁ ବଢିପାରେ । ସେହିପରି ବିଭିନ୍ନ ଜିଲ୍ଲାରେ ସଂଗଠନ ଅସ୍ଥିର ହେଉଥିବାରୁ ନବୀନ ଏବେ ସମସ୍ତଙ୍କୁ ନେଇ ଚାଲିବା ଆରମ୍ଭ କରିଛନ୍ତି । ଦଳରେ ନବକଳେବର ଲକ୍ଷ୍ୟରେ ସବୁ କମିଟି ଭାଙ୍ଗି ଦେଇଥିବା ନବୀନ କେବେ ସେସବୁକୁ ପୁଣି ନୂଆ କରି ଗଢୁଛନ୍ତି, ଏବଂ ଦଳରେ ପଡ଼ି ଚାଲିଥିବା ଘଳିଆକୁ ରୋକୁଛନ୍ତି, ତେବେ ସମୟ କହିବ ନବୀନଙ୍କ ବୈଠକ କେତେ କାମ ଦେଉଛି ?
 

Sponsored
BJD | Argus News