Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେଡି କଳି, ଭିନ୍ନ ଭିନ୍ନ ସ୍ଥାନରେ ମେଳି

Odisha

ବିଜେଡି କଳି, ଭିନ୍ନ ଭିନ୍ନ ସ୍ଥାନରେ ମେଳି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡି କଳି, ଭିନ୍ନ ଭିନ୍ନ ସ୍ଥାନରେ ମେଳି

Key Points

-କ୍ଷମତାରୁ ବାହାରେ ଶୃଙ୍ଖଳା ନେତୃତ୍ୱର କର୍ତ୍ତୃତ୍ୱ ବାହାରେ ।
-ନବୀନଙ୍କ ନିର୍ଦ୍ଦେଶରେ ବିବେକ ଅନୁସାରେ ଭୋଟ୍ ନେଇ ବଢିଲା ଚର୍ଚ୍ଚା
-ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୋଷ୍ଟ ଚର୍ଚ୍ଚାକୁ ଯୋଗାଇଲା ଖୋରାକ୍
-ନବୀନ ସାମ୍ନାକୁ ଆସିଲେ ହେଲେ ୱାକଫ୍ ଭୋଟ୍ ନେଇ ଚୁପ୍ ରହିଲେ
-ନବୀନ କହିଲେ ପାଣ୍ଡିଆନ୍ 10 ମାସ ତଳୁ ଦଳ ଛାଜଡିସାରିଲେଣି

ୱାକଫ୍ ଘମାସାନ୍ ଭିତରେ ବିଜେଡିରେ ଆରମ୍ଭ ହୋଇଯାଇଛି ଗୃହ ଯୁଦ୍ଧ । ପାଣ୍ଡିଆନଙ୍କୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛି ବିଜେଡି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ଚାଲିଛି ଜୋରଦାର ଲଢେଇ । ରାଜ୍ୟସଭା ଘଟଣାରେ ଜବାବ ମାଗି ୫ ଦିନ ହେବ ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କରୁଥିବା ଆଣ୍ଟି ପାଣ୍ଡିଆନ ଗୋଷ୍ଠୀଙ୍କୁ ସମାନ ଶୈଳିରେ ଆଜି କାଉଣ୍ଟର କରିଛନ୍ତି ପ୍ରୋ-ପାଣ୍ଡିଆନ ନେତା । ପ୍ରଥମେ ପଟିଆ ସ୍ଥିତ ଏକ ହୋଟେଲରେ ଆଜି ଏକାଠି ହୋଇଥିଲେ ପାଣ୍ଡିଆନ ବିପକ୍ଷବାଦୀ କୁହାଯାଉଥିବା ଦଳର କିଛି ହେଭିୱେଟ ନେତା । ବୈଠକରେ ପାଣ୍ଡିଆନ ଓ ପାଣ୍ଡିଆନ ସପକ୍ଷବାଦୀ ଗୋଷ୍ଠୀଙ୍କ ବିରୁଦ୍ଧରେ ଦିଆଯାଇଥିଲା ଯୁଦ୍ଧଂ ଦେହି ଡାକରା । ପାଣ୍ଡିଆନଙ୍କ ନାଁ ନ ନେଇ, ବାହ୍ୟ ଶକ୍ତି ଓ ଦଳକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କୁ ଆଉ ବରଦାସ୍ତ କରାଯିବନି ବୋଲି କହିଛନ୍ତି ବୈଠକରେ ସାମିଲ ହୋଇଥିବା ନେତା । ଆହୁରି କୁହାଯାଇଛି ବିଜେଡିରେ ବର୍ତ୍ତମାନ ମନ୍ଥନ ଚାଲିଛି । ବିଷ ବି ବାହାରିବ, ଅମୃତ ବି ବାହାରିବ। ଯିଏ କ୍ଷତି କରିଛି ତାକୁ ବିଷ ଦିଆଯିବ ଆଉ ଆମେ ଅମୃତ ପାନ କରିବୁ।


ସେପଟେ ସାଂଗଠନିକ ବୈଠକ ଆଳରେ ପ୍ରତାପ ଦେବଙ୍କ କ୍ୱାଟରରେ ଏକାଠି ହେଲେ ପ୍ରୋ-ପାଣ୍ଡିଆନ ନେତା। କିଛି ଦିନ ତଳେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଙ୍କୁ ଭୁୟଶୀ ପ୍ରଶଂସା କରିଥିବା ଅତନୁ ସବ୍ୟସାଚୀ ନାୟକ ଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା ଓ ଅରୁଣ ସାହୁ, ଦେବୀ ମିଶ୍ର ପ୍ରମୁଖ ଏକାଠି ମେଳି ବାନ୍ଧି ଥିଲେ । ବୈଠକରେ ସାଂଗଠନିକ ପ୍ରସଙ୍ଗ ଆଲୋଚନା ହୋଇଥିବା କହି ପାଣ୍ଡିଆନ ବିପକ୍ଷବାଦୀଙ୍କୁ ବି କରିଥିଲେ କାଉଣ୍ଟର । ବାହ୍ୟ ଶକ୍ତି କିଏ ବୋଲି କହି ବିପକ୍ଷବାଦୀଙ୍କୁ ସପକ୍ଷବାଦୀଙ୍କ ପକ୍ଷରୁ ଜବାବ ମଗାଯାଇଛି ।

ସେପଟେ ୱାକଫ ଭୋଟ ନବୀନ ନିବାସର ନିର୍ଦ୍ଦେଶରେ ଆସିଥିଲା କହି ପୁରା ମାମଲାରେ ନବୀନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି  ବିବେକ ଭୋଟ । ଅସ୍ବିକାର କରିବା ଚେଷ୍ଟା ବୃଥା ବୋଲି କହିଛନ୍ତି ରୁବେନ । ଆଜି ସଂନ୍ଧ୍ୟାରେ ନବୀନ ନିବାସ ଆଗରେ ଛାତ୍ର ବିଜେଡିର କିଛି ନେତା ଓ ସଦସ୍ୟ ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଥିଲେ । ୱାକଫକୁ ନେଇ ବିଜେଡିର ଘମାସାନ ପାଇଁ କିଛି ପାଣ୍ଡିଆନକୁ ଦାୟି କରୁଥିବା ବେଳେ ନବୀନ କିନ୍ତୁ ନିରବ ଦ୍ରଷ୍ଚା ।ଏସବୁ ଭିତରେ ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ ବିଜୁ ବ୍ୟାନରରେ ନୂଆ ଦଳ ଗଠନ କରିବା ଚର୍ଚ୍ଚା । ଯଦି ଏମିତି ହୁଏ ତେବେ ବିଜେଡି ଗୃହ ଯୁଦ୍ଦ ଆଗକୁ ଆହୁରି ରୋଚକ ମୋଡ ନେଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd-in-a-fighting-over-the-waqf-bill | Argus News