Odisha Politics / ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ, ପ୍ରତାପ କହିଲେ BJD ବିଧାୟକଙ୍କ ନିର୍ଦ୍ଦେଶରେ କରାଯାଇଛି
·3 months ago·2 min read

Key Points
ବିଜେଡିରେ ଗୋଷ୍ଠିକନ୍ଦଳ ବଢୁଥିବା ସଙ୍କେତ ମିଳିଛି। ବରିଷ୍ଠ ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ହୋଇଥିବା ବିକ୍ଷୋଭକୁ ସେ ବିକ୍ଷୋଭ ନୁହେଁ, ବରଂ ଆକ୍ରମଣ ବୋଲି କହିଛନ୍ତି। ସେହିସହିତ ଏହା BJD ବିଧାୟକଙ୍କ ନିର୍ଦ୍ଦେଶରେ ଘଟିଥିବା ଅଭିଯୋଗ ମଧ୍ୟ କରିଛନ୍ତି, ଯାହା ଦଳଭିତ୍ତିକ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରୁଛି।
ଭୁବନେଶ୍ୱର (21/03): ବିଜେଡିରେ ବଢୁଛି ଗୋଷ୍ଠିକନ୍ଦଳ। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ। ବିକ୍ଷୋଭ କରିଛନ୍ତି ବିଜୁଯୁବ ଓ ବିଜୁ ଛାତ୍ର ଜନତା ଦଳର ନେତା। ଭି.କେ ପଣ୍ଡିଆନ ଏବଂ ପ୍ରତାପ ଜେନା ବିରୋଧି ନାରା ଦେଇ ବାଣ ଫୁଟାଇ ଚକୋଲେଟ୍ ଖୁଆଇ ଭିନ୍ନ ଢଙ୍ଗରେ ବିକ୍ଷୋଭ କରିଛନ୍ତି ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ପଦାଧିକାରୀ। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି 'ରାତିରେ ୧୫ ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା BJD ବିଧାୟକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ'।
ତେବେ ଏଠାରେ ବଡ଼ପ୍ରଶ୍ନ କ୍ରସଭୋଟିଂ କରିଥିବା କେଉଁ ବିଜେଡି ବିଧାୟକଙ୍କୁ ଆକ୍ଷେପ କରିଛନ୍ତି ପ୍ରତାପ? ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ଜଣ ବିଧାୟକ କରିଥିଲେ କ୍ରସଭୋଟିଂ। କଟକ ଜିଲ୍ଲାରୁ ଦୁଇ ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ ଓ ସୌଭିକ ବିଶ୍ବାଳ କ୍ରସଭୋଟିଂ କରିଥିଲେ। ଆକ୍ରମଣ ପରେ ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବାସଭବନରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା।
ରାଜ୍ୟସଭା ନିର୍ବାଚନ ପରେ ବିଜେଡିରେ ମୁହାଁମୁହିଁ ପରିସ୍ଥିତି। ନିଜ ନେତାଙ୍କ ଘର ଆଗରେ ବିକ୍ଷୋଭ କରିଛନ୍ତି ନିଲମ୍ବିତ ବିଜୁ ଯୁବ ଓ ଛାତ୍ରଜନତା ଦଳର ନେତା। ଗତକାଲି ରାତିରେ ବିଜୁଯୁବ ଛାତ୍ର ଜନତା ଦଳର ନେତା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ। ପୁର୍ବତନ ପ୍ରଶାସକ ଭି.କେ ପାଣ୍ଡିଆନ ଏବଂ ପ୍ରତାପ ଜେନାଙ୍କ ବିରୋଧରେ ନାରା ଦେଇ ବାଣ ଫୁଟାଇ ଚକୋଲେଟ୍ ଖୁଆଇ ଭିନ୍ନ ଢଙ୍ଗରେ ବିକ୍ଷୋଭ କରିଥିଲେ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ପଦାଧିକାରୀ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଫାଉଣ୍ଡେସନ ଗଢ଼ି ଅଡୁଆରେ ନବୀନ; ପାଣ୍ଡିଆନ ଓ ସନ୍ତୃପ୍ତଙ୍କ ସମ୍ପୃକ୍ତି ନେଇ ଉଠିଲା ପ୍ରଶ୍ନ
ସେପଟେ ଏହା ବିକ୍ଷୋଭ ନୁହେଁ ଆକ୍ରମଣ ବୋଲି କହିଛନ୍ତି ପ୍ରତାପ ଜେନା। 'ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା BJD ବିଧାୟକଙ୍କ ନିର୍ଦ୍ଦେଶରେ ମୋ ଘରକୁ ଆକ୍ରମଣ କରାଯାଇଛି'। ରାତିରେ, ୧୫ ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ଭୁବନେଶ୍ୱରରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ। ଆମ ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦିଆଗଲା।
ଘର କର୍ମଚାରୀଙ୍କୁ ଅଶ୍ଳୀଳ ଗାଳି ଦେଇ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ। ମୋ ପରିବାର ସେହି ମୁହୂର୍ତ୍ତରେ ଘର ଭିତରେ ଥିଲେ। ଏହା କେବଳ ଆକ୍ରମଣ ନୁହେଁ ଏହା ସଶସ୍ତ୍ର ଆତଙ୍କ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରତାପ ଜେନା। ଆମେ ସମସ୍ତେ ଦେଖିଛୁ ରାଜ୍ୟସଭା ନିର୍ବାଚନ ବେଳେ ଓଡ଼ିଶା ବିଧାନସଭା ଭିତରେ କ’ଣ ଘଟିଥିଲା।
ଯେଉଁ BJD ବିଧାୟକ ଜନତାଙ୍କ ବିଶ୍ୱାସ ଓ ନିଜ ଦଳକୁ ଟଙ୍କା ଲାଗି ବିକ୍ରି କଲେ ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ୱରକୁ ଦବାଇବାକୁ ଚାହୁଁଛନ୍ତି। ଏ ଉଭୟ ଅପକର୍ମ ଇତିହାସ କ୍ଷମା କରିବ ନାହିଁ ବୋଲି କହିଛନ୍ତି ପ୍ରତାପ।
ଦଳ ବିରୋଧି କାର୍ଯ୍ୟପାଇଁ ବିଜୁଯୁବ ଛାତ୍ର ଜନତା ଦଳର ୧୦ ଜଣ ରାଜ୍ୟ ପଦାଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଅଶୋକ ମିଶ୍ର, ଶୋଭନ ମହାନ୍ତି, ଅନୁପମ ଶତପଥୀ, ସୁଜିତ୍ ପାଲଟାସିଂ, ରଞ୍ଜିତ ଦାଶ, ଅବିନାଶ ମହାନ୍ତି, ଦେବୀପ୍ରସାଦ ଲେଙ୍କା, ଅସିତ୍ ରଞ୍ଜନ ଦାସ, ସିଦ୍ଧାର୍ଥ ସ୍ଵାଇଁ, ଦେବପ୍ରସାଦ ରାଉତରାୟ ମଧ୍ୟ ସସ୍ପେଣ୍ଡ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories