Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rift in BJD: ବିଜେଡିରେ ବିଦ୍ରାହ ! ବରିଷ୍ଠଙ୍କ ପରେ ଏକାଠି ହେଲେ ଛାତ୍ର, ଯୁବ ବିଜେଡି ନେତା

Sushanta Sahoo
Browse all articles by Sushanta Sahoo
·10 months ago·2 min read
Rift in BJD: ବିଜେଡିରେ ବିଦ୍ରାହ ! ବରିଷ୍ଠଙ୍କ ପରେ ଏକାଠି ହେଲେ ଛାତ୍ର, ଯୁବ ବିଜେଡି ନେତା

Key Points

ବରିଷ୍ଠଙ୍କ ପରେ ଏକାଠି ହେଲେ କନିଷ୍ଠ । କହିଲେ, ସମସ୍ତଙ୍କୁ ସାଙ୍ଗରେ ନେଇ ଯିବାର ଆବଶ୍ୟକତା ରହିଛି । ଆଗକୁ କ'ଣ ହେବ ତାହା ସମୟ କହିବ ବୋଲି କହିଛନ୍ତି ଅସନ୍ତୋଷ ଜାହିର୍ କରି ଏକାଠି ହୋଇଥିବା ଯୁବ, ଛାତ୍ର ବିଜେଡି ନେତା ।

ଭୁବନେଶ୍ଵର: ବିଜେଡି ଭିତରେ କିଛି ଠିକ୍ ଚାଲିନି । ବରିଷ୍ଠଙ୍କ ପରେ ଏକାଠି ହେଲେ କନିଷ୍ଠ । କହିଲେ, ସମସ୍ତଙ୍କୁ ସାଙ୍ଗରେ ନେଇ ଯିବାର ଆବଶ୍ୟକତା ରହିଛି । ଆଗକୁ କ'ଣ ହେବ ତାହା ସମୟ କହିବ ବୋଲି କହିଛନ୍ତି ଅସନ୍ତୋଷ ଜାହିର୍ କରି ଏକାଠି ହୋଇଥିବା ଯୁବ, ଛାତ୍ର ବିଜେଡି ନେତା । ଆଗକୁ ଏ ଅସନ୍ତୋଷ ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।


ବିରୋଧୀ ଦଳ ନେତା ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ମେଡିକାଲ୍‌ରେ ଭର୍ତ୍ତି ହେବା ଏବଂ ତା'ପରେ ଦଳର ନେତା ମେଡିକାଲରେ ତାଙ୍କୁ ଭେଟି ନ ପାରିବା । ଏହାପରେ ଦଳରେ ଜଣଙ୍କ ପରେ ଜଣ ବରିଷ୍ଠ ନେତା ପାଣ୍ଡିଆନ୍ କୋଟେରି ଗ୍ରୁପ୍ ବିରୋଧରେ ମୁହଁ ଖୋଲୁଥିବା ବେଳେ ଏବେ ସମାନ ରାସ୍ତାରେ ଯୁବ, ଛାତ୍ର ନେତା ।


ନିକଟରେ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତ କରିଥିଲେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ଆଉ ବିଜେଡିର ଏହି ନିଷ୍ପତ୍ତି ବିରୋଧରେ ଏବେ ଭୁବନେଶ୍ଵରରେ ମେଳି କରିଛନ୍ତି ଅନେକ ଛାତ୍ର ନେତା । ନବନିଯୁକ୍ତ ଛାତ୍ର ଓ ବିଜେଡି ସଭାପତିଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେମାନଙ୍କ ଅଭିଯୋଗ, ଛାତ୍ର ସଭାପତି ଚୟନରେ ଏକ ପାଖିଆ ନିଷ୍ପତ୍ତି ନିଆଯାଇଛି । ପାଣ୍ଡିଆନଙ୍କ କୋଟେରି ଗ୍ରୁପକୁ ପ୍ରାଧାନ୍ୟ ମିଳୁଥିବା ଚର୍ଚ୍ଚା ହେଉଛି । ଏହାକୁ ବିରୋଧ କରି ଭୁବନେଶ୍ୱରରେ ମେଳି କରିଛନ୍ତି ବିଜେଡି ଛାତ୍ର ସଂଗଠନର ନେତା ଓ କର୍ମୀ ।


ରାଜନୀତି ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Internal Dissent Grows in BJD as Youth and Student Leaders Voice Concerns | Argus News | Argus News