Shreemayee Mishra / ତେର୍ଛା ତୀର ମାରିଲେ ଶ୍ରୀମୟୀ; 'ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର'
·4 months ago·2 min read

Key Points
ବିଜେଡିର ଅନେକ ଗୁମର ଖୋଲିଛନ୍ତି ଶ୍ରୀମୟୀ । ପୋଷ୍ଟର ପ୍ରଥମ ଧାଡ଼ିରେ ଶ୍ରୀମୟୀ ଦର୍ଶାଇଛନ୍ତି କିଭଳି ଦଳ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଏବେ ନିଆଁ ପିଣ୍ଡୁଳାର ରୂପ ନେଲାଣି, ଆନ୍ଦୋଳନ ଦାନା ବାନ୍ଧିଲାଣି ।
ଭୁବନେଶ୍ଵର: ନୂଆପଡ଼ା ନିର୍ବାଚନ ଫଳକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ଦଳରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର । ଫେସବୁକ୍ ପୋଷ୍ଟରେ ନିଜ ଅସନ୍ତୋଷ ଝାଡ଼ିବା ସହ ବିଜେଡିର ଅନ୍ୟ ନେତା ଓ ନେତ୍ରୀ କିଭଳି ନେତାଙ୍କୁ ପ୍ରଶ୍ନ କରୁଛନ୍ତି ଦର୍ଶାଇଛନ୍ତି । ଶ୍ରୀମୟୀ ମିଶ୍ର ଲେଖିଛନ୍ତି, "ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି ।"
ସେ ଆହୁରି ଲେଖିଛନ୍ତି, "ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ । ଖାଲି କ'ଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା । ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର । ଆମେରିକା ଗସ୍ତର ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର, ହାରିଲା ପରେ ଏବେ Team Virus ନେତାଏ, ମାଡୁନାହାନ୍ତି ଶଙ୍ଖଭବନ । କି କରୁନାହାନ୍ତି ସମୀକ୍ଷା, ଖୋଜୁଛନ୍ତି ନିଜ ତ୍ରାଣ । କେମିତି କରିବେ ଆତ୍ମରକ୍ଷା । ଭଣ୍ଡଙ୍କ ପାଇଁ କଲେଣି ଓକିଲାତିର ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ?"
ଏଥିସହ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ ନୂଆ ଯୁଗ; ନୂଆପଡ଼ାରୁ ହେଲା ନୂଆ ଆରମ୍ଭ
ଏହି ପୋଷ୍ଟ କରି ବିଜେଡିର ଅନେକ ଗୁମର ଖୋଲିଛନ୍ତି ଶ୍ରୀମୟୀ । ପୋଷ୍ଟର ପ୍ରଥମ ଧାଡ଼ିରେ ଶ୍ରୀମୟୀ ଦର୍ଶାଇଛନ୍ତି କିଭଳି ଦଳ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଏବେ ନିଆଁ ପିଣ୍ଡୁଳାର ରୂପ ନେଲାଣି, ଆନ୍ଦୋଳନ ଦାନା ବାନ୍ଧିଲାଣି । ଏହାପରେ ନୂଆପଡ଼ା ଉପନିର୍ବାଚନରେ ଦଳ ହାରିଥିବାରୁ କାହାକୁ, କେତେ ଜଣଙ୍କୁ ନିଲମ୍ବନ କରିବ ବୋଲି ଶ୍ରୀମୟୀ ପ୍ରଶ୍ନ ପଚାରିଛନ୍ତି ।
ପାଣ୍ଡିଆନଙ୍କ କୋଟେରୀ ଗ୍ରୁପ୍କୁ ଶ୍ରୀମୟୀ କଟାକ୍ଷ କରି ପଚାରିଛନ୍ତି, ଯେଉଁମାନେ ତାମିଲ ଚାଳିଶା ଜପ କରୁଛନ୍ତି । କ'ଣ ସେହିମାନଙ୍କୁ ଆରିସା ମିଳିବ ? ଉପନିର୍ବାଚନ ସମୟରେ ପାଣ୍ଡିଆନ୍ ନବୀନଙ୍କ ପଳାସପଲ୍ଲୀ ବାସଭବନରେ ଥିଲେ । ଆମେରିକା ଗସ୍ତର ମିଛ ପ୍ରଚାର କରୁଥିଲେ ପାଣ୍ଡିଆନଙ୍କ ଚାଟୁକାର । ଏବେ ବିଜେଡି ହାରିବା ପରେ ଭାଇରସ ନେତା କାହିଁକି ଶଙ୍ଖ ଭବନ ମାଡ଼ୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର ।
ଏଥିସହ ପଢ଼ନ୍ତୁ: ନବୀନଙ୍କ ସନ୍ତାନ ଥିଲେ ଅସୁସ୍ଥ ଅବସ୍ଥାରେ ପ୍ରଚାର ପାଇଁ ଛାଡ଼ିଥାନ୍ତେ କି ?: ଶ୍ରୀମୟୀ ମିଶ୍ର
ଉପନିର୍ବାଚନରେ ଦଳର ପରାଜୟକୁ ନେଇ ବିଜେଡିର ନେତା କାହିଁକି ସମୀକ୍ଷା କରୁନାହାନ୍ତି । ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି କି ଆତ୍ମରକ୍ଷା ପାଇଁ ? ଭଣ୍ଡ ସନ୍ୟାସୀଙ୍କୁ ବଞ୍ଚାଇବା ଲାଗି ଓକିଲାତିର ଫନ୍ଦିଫିକର ଆରମ୍ଭ ହୋଇଥିବା କହିଛନ୍ତି ଶ୍ରୀମୟୀ ମିଶ୍ର । କେବଳ ଶ୍ରୀମୟୀ ନୁହନ୍ତି ବିଜେଡିର ନାରୀ ନେତ୍ରୀ ଏଲିନା ଦାସଙ୍କ ସହ ମୀରା ପରିଡ଼ା ମଧ୍ୟ ବିଜେଡିର ନିର୍ବାଚନ ପରିଚାଳନାକୁ ବିରୋଧ କରି ସୋସିଆଲ୍ ମିଡିଆରେ ଖୋଲାଖୋଲି ଲେଖିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories