Odisha Politics / 'BJD କେବଳ ଲୋକଙ୍କୁ ଭ୍ରମିତ କରୁଛି, ତାର ଆଉ କିଛି ଚାରା ନାହିଁ'

Key Points
ପଲ୍ୟୁସନ୍ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେଡି ଆନ୍ଦୋଳନକୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ । ଏପରିକି ବିଜେଡି ଅଭିଯୋଗକୁ ମୂର୍ଖାମୀ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର । ଫାଇନ କାଟିଲେ ସରକାର ରସିଦ ଦେଉଛନ୍ତି । ଆଦାୟ ଟଙ୍କା ସରକାରଙ୍କ ରାଜକୋଷକୁ ଯାଉଛି । ତେଣୁ ଯେଉଁ ମାନେ ଅଭିଯୋଗ କରୁଛନ୍ତି ଯେ, ମନ୍ତ୍ରୀଙ୍କ ପକେଟକୁ ଫାଇନ ଟଙ୍କା ଯାଉଛି ସେମାନେ ମୂର୍ଖ ବୋଲି ବିଜେପି ବିଧାୟକ କହିଛନ୍ତି ।
ବିଜେଡି ନେତା ମାନେ ଲୋକଙ୍କୁ ଯେତେ ଉସୁକାଇଲେ ବି କିଛି ଫାଇଦା ହେବନି । ଲୋକେ ସବୁ ବୁଝୁଛନ୍ତି । ଲୋକେ ବହୁତ ଚାଲାକ ହେବାରୁ ସରକାର ପରିବର୍ତ୍ତନ ହେଲା । ଗୁରୁବାର ଭୁବନେଶ୍ବର ଆରଟିଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜୁ ଯୁବ ଛାତ୍ର ଜନତା ଦଳ । ବିଜେଡି ଯୁବ ସଭାପତି ଓ ଛାତ୍ର ବିଜେଡିର ସଭାନେତ୍ରୀ, ନିଜ ଭାଷଣରେ ଲୋକଙ୍କୁ ଫାଇନ ନ ଭରିବା ପାଇଁ ଉସକାଉ ଥିବାର ନଜର ଆସିଥିଲା ।
ଅନ୍ୟପଟେ ଏବେ ବିଜେଡି ପାଇଁ ଚିନ୍ତା ରାଜ୍ୟସଭା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ମୁଣ୍ଡରେ ମାରିବେ ରାଜ୍ୟସଭା ଟିକା । ଶଙ୍ଖ ଦଳରୁ କିଏ ସଂସଦର ଉଚ୍ଚ ସଦନକୁ ଯିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆଉ ୟାକୁ ନେଇ ଦଳ ଭିତରେ ବଢ଼ିବାରେ ଲାଗିଛି ଟେନସନ । ଏତିକି ବେଳେ ନବୀନଙ୍କୁ ତାଙ୍କର ପୁରୁଣା ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ୟା ଭିତରେ ବିଜେଡିର ବଡ଼ ବଡ଼ ନେତା ନୂଆବର୍ଷ ପାଇଁ ଛପାଇଥିବା ଶୁଭେଚ୍ଛା ବ୍ୟାନରରୁ ନବୀନ ଓ ଶଙ୍ଖ ଚିହ୍ନ ଗାଏବ ହୋଇଯିବା ଦଳ ଭିତରର ଅସନ୍ତୋଷ ପଦାରେ ପକାଇଛି ।
ବିଜେଡି ପାଇଁ ନୂଆ ବର୍ଷ ଆଣିଛି ନୂଆ ଟେନସନ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ଏବେ ଠୁ ନବୀନଙ୍କୁ ପ୍ରତିଶ୍ରୁତି ମନେ ପକେଇ ଦେଲେଣି ନେତା । ବିଜେଡିରୁ କିଏ ଯିବ ରାଜ୍ୟସଭା । କାହାକୁ ବାଛିବେ ବିଜେଡି ସୁପ୍ରିମୋ । ୟାକୁ ନେଇ ବିଜେଡିର ପାୱାର କରିଡରରେ ଜୋରଦାର ଲବି ଆରମ୍ଭ ହୋଇଯାଇଛି । ଆଉ ଠିକ ଏହି ସମୟରେ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ଖେଳିଛନ୍ତି ରାଜ୍ୟସଭା କାର୍ଡ । ସେ କହିଛନ୍ତି ମୁଁ ବିଧାନସଭା ପାଇଁ ନୁହେଁ ଲୋକସଭା ପାଇଁ ଇଛୁକ ଥିଲି । କିନ୍ତୁ ମୋତେ ରାଜ୍ୟସଭା ପାଇଁ ନିଜ ଆଡୁ କହିଥିଲେ ନବୀନ ।
📱 Get Argus News App
✨Related Topics
Explore more stories