ଖୋଲୁଛି ଚକ୍ର ପେଡ଼ି ! ରାଜାଙ୍କ ଫାର୍ମ ହାଉସରେ ରଙ୍ଗଶାଳା ଠାବ

ଗନ୍ଧମାର୍ଧନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ୧୦୦ କୋଟି ଘୋଟାଲା ଘଟଣା । ଗୋପାଳପୁର ଫାର୍ମ ହାଉସରେ ରାଜା ଚକ୍ରଙ୍କ ରଙ୍ଗଶାଳା ରହିଥିବା ଅଭିଯୋଗ ହୋଇଛି । ରଙ୍ଗଶାଳାରେ ଆପାୟିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଚଟାଣରେ ଦାମୀ ଟାଇଲ ଲାଗିଛି । ମୁଲ୍ୟବାନ ପଥରର ମୂର୍ତ୍ତିମାନ ରହିଛି । ନେପାଳରୁ କାଠ ଅଣାଯାଇ କାମ କରାଯାଇଥିବା ଜଣାପଡିଛି । ରଙ୍ଗଶାଳାରେ ପଡିଛି ସୋଫା ସେଟ ।
ତେବେ ରାଜାଙ୍କ ସେହି ରଙ୍ଗଶାଳାକୁ କେଉଁ କେଉଁ ମାନେ ଆସୁଥିଲେ ଏବଂ ଏଠି ଚାଲିଥିଲା କଣ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଜଙ୍ଗଲ ଜମିରେ କେମିତି ହେଲା ଏହି ରଙ୍ଗଶାଳା । ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଠାରୁ ନେଇଛନ୍ତି ଇଡି, ଆଇଟି । ଏବେ ବଡ଼ ପ୍ରଶ୍ନ ରାଜାଙ୍କ ପଛରେ କିଏ ? ବଦ୍ରି ପାତ୍ରଙ୍କ ଠାରୁ ରାଜାଙ୍କୁ ଛଡାଇ ଆଣି ଚକ୍ରବର୍ତ୍ତି ସମ୍ରାଟ କିଏ କରିଥିଲା ? ରାଜା ହେଲେ ବିରାଟ ରାଜା । କିଚକମାନେ କେବେ ହେବେ କିରଫ ? ତେବେ ଖୁବଶୀଘ୍ର ରାଜାଙ୍କ ସାମ୍ରାଜ୍ୟ ଉପରେ ଝାମ୍ପ ମାରିବ ଇଡି, ଆଇଟି ।
ତେବେ ରାଜା ଚକ୍ରଙ୍କୁ ନେଇ କେନ୍ଦୁଝର ବିଜେଡିର ବରିଷ୍ଠ ନେତା ତଥା ଘଷିପୁରା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜା ଚକ୍ର ଜିଲ୍ଲାର ନୁହେଁ ମୋ ଗାଁର। ଦଳରେ ଅନେକ ଲୋକ ଅଛନ୍ତି, କିଏ ଦଳୀୟ କାମ କରୁଛି ତ କିଏ ବେପାର କରୁଛି । ସିଏ ବେପାରକୁ ଅଧିକ ଗୁରୁତ୍ୱ ଦେଇଛି । ତେଣୁ ଟଙ୍କା ବାହାରୁଛି । ତଦନ୍ତ ହେଉଛି ଫଳାଫଳ ବାହାରିବ। ମୁଁ ତ ଜିଲ୍ଲା ବୁଲୁନି କି ଜିଲ୍ଲା ଦାୟିତ୍ୱ ନେଇ ନାହିଁ ।
📱 Get Argus News App
✨ଅନ୍ୟପଟେ ଗତ ୨ ଦିନ ଧରି ରାଜା ଚକ୍ରଙ୍କୁ ଜେରା କରୁଛି EOW । କେତେ ଲୁଚାଇଥିଲେ, କେତେ ଛପାଇଥିଲେ ରାଜା ଚକ୍ର । ଖୋଜି ଖୋଜି ସବୁ ବାହାର କରୁଛି ଅର୍ଥନୈତିକ ଅପରାଧିକ ଶାଖା (EOW) । ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ ଦୁର୍ନୀତି ପେଡ଼ି ।
ବୁଧବାର ଦ୍ଵିତୀୟ ଦିନରେ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କ ୮ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା ଇଓଡବ୍ଲୁ । କେନ୍ଦୁଝର, ଗୋପାଳପୁର, ଭୁବନେଶ୍ୱର, କୋଇଡ଼ା, ବଣାଇ ଓ ଧାମରାରେ କରିଥିଲା ରେଡ୍ । ଏମିତିକି ଆହୁରି ୧୦ଟି ଗାଡ଼ି ଜବତ କରିଥିଲା । ଏହାର ପୂର୍ବଦିନ ମଧ୍ୟରୁ ୨୦ ଗାଡି ଏବଂ ୨୫ଟି ଆକାଉଣ୍ଟ ଠାବ କରିଥିଲା EOW ।
କଣ୍ଟ୍ରାକ୍ଟର ତଥା ରାଜାଙ୍କ ସହଯୋଗୀ ସୁଧାଂଶୁ ଶେଖର ନାୟକଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରି ଛାଡିଥିଲା EOW । ଦୁଇଦିନ ତଳେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ଏହି ମାମଲାରେ ୧୧ ଘଣ୍ଟାର ମାରଥନ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ହେଉଛନ୍ତି କେନ୍ଦୁଝରର ବିଜେଡି ନେତା । ରାଜ୍ୟ ବିଜେଡି ଯୁବ ଉପସଭାପତି ।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ ୨୦୨୧ ବେଳେ ତାଙ୍କ ଗାଡି ଉପରକୁ ବୋମା ପକାଇ ଧମକ ଦେଇଥିଲେ ରାଜାଚକ୍ର । ସେତେବେଳେ ଏନେଇ କେନ୍ଦୁଝର ଥାନାରେ ଅଭିଯୋଗ କରିଥିଲେ ମୋହନ । ହେଲେ ତୃତୀୟ ମହଲାର ଆଶୀର୍ବାଦରେ ରାଜା ଚକ୍ର ଏତେ ପାୱାରଫୁଲ ଥିଲେ ଯେ, ପୋଲିସ ତାଙ୍କ ବିରୋଧରେ ମାମଲା କରିବାକୁ ଦେଉଥିଲା ପଛଘୁଞ୍ଚା । ସେତେବେଳେ ଟୁଇଟ କରି ଘଟଣାକୁ ନିନ୍ଦା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।