Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚର୍ଚ୍ଚାରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ ଧର୍ମପଦ ଉପାଖ୍ୟାନ, କାହାକୁ ନବୀନଙ୍କଠୁ ଦୂରରେ ରହିବାକୁ ଦେଲେ ପରାମର୍ଶ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଚର୍ଚ୍ଚାରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ ଧର୍ମପଦ ଉପାଖ୍ୟାନ, କାହାକୁ ନବୀନଙ୍କଠୁ ଦୂରରେ ରହିବାକୁ ଦେଲେ ପରାମର୍ଶ ?

Key Points

କାହାକୁ ନବୀନଙ୍କଠୁ ଦୂରରେ ରହିବାକୁ ପରାମର୍ଶ ଦେଲେ ଅଶୋକ ?
ନବୀନଙ୍କୁ ଫ୍ରି ହାଣ୍ଡ ନିଷ୍ପତ୍ତି ନେବାରେ କିଏ ବାଧକ ?
ବବି, ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଅଶୋକ ମାରିଲେ କି ତୀର ?
ବିଜେଡିରେ ମତାନ୍ତର-ମନାନ୍ତର ଥିବା କଥା ବି କଲେ ସ୍ଵୀକାର
ବିଶେଷଜ୍ଞ କହିଲେ, ବବି-ପାଣ୍ଡିଆନଙ୍କୁ ଦଳରୁ ଦୂରେଇବା ନୁହେଁ ସହଜ ?

ଭୁବନେଶ୍ଵର: ବିଜେଡିରେ କିଏ ଧର୍ମପଦ ? କାହା ପାଇଁ ୧୨ ଶହ ବଢେଇଙ୍କ ଜୀବନ ସଂକଟରେ ? ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ଲଗାଇଛନ୍ତି ରାଜନୀତିର ରଙ୍ଗ । ନାଁ ନ ନେଇ ନବୀନଙ୍କୁ ଘେରି ରହିଥିବା ନେତାଙ୍କୁ କରିଛନ୍ତି ନିଶାନା । ସିଧାସିଧା କହିଛନ୍ତି, ନବୀନଙ୍କଠାରୁ ଦୂରରେ ରୁହନ୍ତୁ ।


ନବୀନଙ୍କୁ ଫ୍ରି ହାଣ୍ଡରେ କାମ କରିବାକୁ ସୁଯୋଗ ଦିଅନ୍ତୁ । ଏଠି ପ୍ରଶ୍ନ ଉଠୁଛି, ନବୀନଙ୍କୁ ଫ୍ରି ହାଣ୍ଡ ନିଷ୍ପତ୍ତି ନେବାରେ କିଏ ସାଜିଛି ବାଧକ ? କାହାକୁ ନବୀନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ ଅଶୋକ। ବବି ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଏପରି ବୟାନ ଦେଇଛନ୍ତି କି ଅଶୋକ ପଣ୍ଡା ? ବବି, ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଅଶୋକ ମାରିଛନ୍ତି କି ତୀର ? ସେପଟେ ବିଶେଷଜ୍ଞ କହିଛନ୍ତି, ବବି-ପାଣ୍ଡିଆନଙ୍କୁ ଦଳରୁ ଦୂରେଇବା ସହଜ ନୁହେଁ ।
ଇସାରା ଇସାରାରେ ଦଳରେ ସର୍ବେସର୍ବା ବନିଥିବା ନେତାଙ୍କୁ କରିଛନ୍ତି ଅଶୋକ ପ୍ରହାର ଏଥିସହ ଦଳରେ ମତାନ୍ତର ଓ ମନାନ୍ତର ଥିବା କଥା ବି କରିଛନ୍ତି ସ୍ଵୀକାର । ଆଉ ନବୀନଙ୍କୁ ଫ୍ରି ହାଣ୍ଡ ନଦେଲେ ଦଳ ପାଇଁ ଠିକ୍ ହେବନି ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ପୂର୍ବତନ ଏକାମ୍ର ବିଧାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜନୈତିକ ସମୀକ୍ଷକଙ୍କ ମତରେ ଯଦି ଅଶୋକଙ୍କ ଇସାରା ବବି- ପାଣ୍ଡିଆନଙ୍କ ଆଡକୁ ସେମାନଙ୍କୁ ଦଳରୁ ଦୂରେଇବା ସହଜ ନୁହେଁ । କାରଣ ବହୁ ଗଭୀର ଯାଏଁ ମାଡ଼ି ସାରିଛି ଏହି ଦୁଇ ନେତାଙ୍କ ଚେର । ଆଉ ନବୀନ ନିଜେ ନ ଚାହିଁବା ଯାଏଁ ଏହା ସମ୍ଭବ ନୁହେଁ ।


କ୍ଷମତାରୁ ଯିବ ପରଠାରୁ ବିଜେଡିରେ ଲାଗାତାର ଭାବେ ସାମ୍ନାକୁ ଆସିବାରେ ଲାଗିଛି ବବି-ପାଣ୍ଡିଆନଙ୍କ ବିରୋଧରେ ଥିବା ଦଳରେ ଅସନ୍ତୋଷ । ଏପରିକି ବହୁ ନେତା ଖୋଲାଖୋଲି ଭାବେ ଦଳର ପରାଜୟ ପାଇଁ ଉଭୟ ନେତାଙ୍କୁ କରିଛନ୍ତି ଦାୟୀ । ଏବେ ପ୍ରଶ୍ନ ଉଠୁଛି ଅଶୋକଙ୍କ ପରାମର୍ଶକୁ କେତେ ଗୁରୁତର ସହ ନେବେ ନବୀନ ପଟ୍ଟନାୟକ ? ଆଗକୁ ବବି- ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ନେବାକୁ ଯାଉଛି ବିସ୍ଫୋରକ ରୂପ ?

Sponsored
BJD Leader Ashok Panda Hints Who To Far Away From Naveen | Argus News