Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ଗୁଣ୍ଡା କରିଛନ୍ତି ଗୁଳିମାଡ଼

Odisha

ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ଗୁଣ୍ଡା କରିଛନ୍ତି ଗୁଳିମାଡ଼

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ଗୁଣ୍ଡା କରିଛନ୍ତି ଗୁଳିମାଡ଼

ଚଣ୍ଡୀଖୋଲ ମହାବିନାୟକ ଗୁଳିମାଡ଼ ପଛରେ ବିଜେଡି ନେତା । ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ତଥା ବିଜେଡି ନେତା ନିରଞ୍ଜନ ରାଉତଙ୍କ ଗୁଣ୍ଡା କରିଛନ୍ତି ଗୁଳିମାଡ଼ । ଗତକାଲି ଚଣ୍ଡିଖୋଲ ମହାବିନାୟକ ପୀଠ ନିକଟରେ ବରଯାତ୍ରୀ ଯାଉଥିବା ସମୟରେ ହୋଇଥିଲା ଗୁଳିମାଡ଼ । ଆଉ ଏବେ ପ୍ରଣବଙ୍କ ସମର୍ଥକ ତଥା ବିଜେଡି ନେତାମାନଙ୍କୁ ଆଜି ପୋଲିସ ଗିରଫ କରିଛି । ଗତକାଲି ଚଣ୍ଡିଖୋଲ ମହାବିନାୟକ ପୀଠ ନିକଟରେ ବରଯାତ୍ରୀ ଯାଉଥିବା ସମୟରେ ପୂର୍ବତନ ବିଜେଡିର ଜିଲ୍ଲା ପରିଷଦ ନିରଞ୍ଜନ ରାଉତଙ୍କ ସମର୍ଥକ କେମିତି ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି I


ଜଣେ ବ୍ୟକ୍ତିଙ୍କୁ କିପରି ମାରି ଚାଲିଛନ୍ତି ନିରଞ୍ଜନଙ୍କ ସମର୍ଥକ I ନିରଞ୍ଜନ ଗାଡ଼ିରେ ଅଛନ୍ତି I ତାଙ୍କ ସମର୍ଥକ କରୁଛନ୍ତି ଗୁଣ୍ଡାଗର୍ଦ୍ଦି I କେବଳ ସେତିକି ନୁହେଁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା ଓ ବିଜେଡି ବିଜେଡି କର୍ମୀ ନିଜ ନିଜ ମଧ୍ୟରେ ମାଡ଼ଗୋଳ ଘଟଣାରେ ଏହି ଅଭିଯୁକ୍ତମାନଙ୍କୁ ଦେଖିବାକୁ ମିଳିଥିଲା । ସେଥିପାଇଁ ଗତକାଲିର ଗୁଳିମାଡ଼ ଘଟଣାରେ ଆକ୍ସନ ସ୍ବରୂପ ତିନି ଜଣଙ୍କୁ ବାନ୍ଧିଛି ବଡ଼ଚଣା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd-leader-behind-mahabinayaks-shooting | Argus News