ଦେବଗଡରେ ବବିଙ୍କୁ ଜୋରଦାର ବିରୋଧ, କର୍ମୀ କହିଲେ ...

Key Points
- ଦେବଗଡରେ ବବିଙ୍କୁ ଜୋରଦାର ବିରୋଧ
- କର୍ମୀ କହିଲେ ବିଜେଡି ଓ ବବିଙ୍କୁ ଦେବୁ ପାନେ
- ଭୁଲିଯିବୁ ବିଜେଡି ଚିହ୍ନ
ଦେବଗଡ଼ରେ ବବିଙ୍କୁ ଜୋରଦାର ବିରୋଧ । ବିଚ୍ ରାସ୍ତାରେ, ସମସ୍ତଙ୍କ ସାମ୍ନାରେ ବବିଙ୍କୁ ବିରୋଧ କଲେ ଖୋଦ୍ ବିଜେଡିକର୍ମୀ । ଖାଲି ବିରୋଧ କଲେ ତାହା ନୁହେଁ ବରଂ ରୋକଠୋକ କହିଲେ ରୁନୁଙ୍କୁ ଟିକଟ ନମିଳିଲେ ବବି ଓ ଶଙ୍ଖ ଚିହ୍ନକୁ ଆମେ ଭୁଲିଯିବୁ । ଖାଲି ଭୁଲିଯିବୁ ତାହା ନୁହେଁ ବରଂ ଦେବଗଡରେ ଖଣ୍ଡିଏ ଭୋଟ୍ ବିଜେଡିକୁ ମିଳିବ ନାହିଁ ବୋଲି ବି କହିଲେ ସ୍ଥାନୀୟ ବାସିନ୍ଦା । ଆଉ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବବିଙ୍କୁ ଏମିତି ବିରୋଧ ଦେଖିବା ପରେ ନିଜେ ଟେନସନ୍ରେ ବବି ।
ଯୁଆଡ଼େ ଗଲେ, ସିଆଡେ ବିରୋଧ । ନିର୍ବାଚନ ପାଖେଇ ଆସିଲାଣି, ପ୍ରାର୍ଥୀଙ୍କ ନାଁ ଘୋଷଣା ହେଲାଣି । ଏହାରି ଭିତରେ ପ୍ରାର୍ଥୀ ବି ମଇଦାନକୁ ଓହ୍ଲାଇ ପ୍ରଚାର କରିବା ଆରମ୍ଭ କଲେଣି । ହେଲେ ଆମଦାନୀ ନେତାଙ୍କୁ ସମ୍ବଲପୁର ପରି ସ୍ଵାଭିମାନୀ ମାଟିରେ ବିଜେଡି ପ୍ରାର୍ଥୀ କରିଥିବାରୁ ଭୋଟର ପୂରା ନାରାଜ । କାରଣ ଭୋଟର ଚାହୁଁଥିଲେ ବିଜେଡି ଏଥର ଲୋକାଲ ନେତାଙ୍କୁ ପ୍ରାର୍ଥୀ କରୁ । କାରଣ ଅନେକ ଦିନ ହେଲାଣି ବାହାରିଆ ନେତାଙ୍କୁ ଆଣି ଦଳ ପ୍ରାର୍ଥୀ କରୁଥିବାରୁ ସେମାନଙ୍କ ସୁଃଖ ଓ ଦୁଃଖର ସାଥୀ ହେଉନାହାନ୍ତି ନେତା । ସେଇଥି ଲାଗି ତ ଏଥର ଭୋଟର ସ୍ଥିର କରିଛନ୍ତି ଆମଦାନୀ ନେତାଙ୍କୁ ପାନେ ଦେବେ ବୋଲି । ଯା
ବିଜେଡିର ପ୍ରାର୍ଥୀ ହେବା ପରେ ସମ୍ବଲପୁର ଗସ୍ତରେ ଯାଇଥିଲେ ବବି । ଖାଲି ଯାଇଥିଲେ ତାହା ନୁହେଁ ବରଂ ସଭା ବି କରିଥିଲେ । ହେଲେ ସେ ସଭାରେ ଘୋଷକ ଡାକିଡାକି ଥକିପଡିଲେ ସତ କିନ୍ତୁ ଲୋକେ ହେଲେନାହିଁ । ସେ ଦୃଶ୍ୟ ଦେଖିବା ପରେ ଆପଣ ବୁଝିପାରୁଥିବେ କି ସମ୍ବଲପୁର ପରି ସମ୍ମାନଜନକ ଆସନରେ ବବିଙ୍କୁ କେତେ ଗ୍ରହଣ କରୁଛନ୍ତି ଲୋକେ । ମୋଟ୍ ଉପରେ ଆମଦାନୀ ନେତାଙ୍କୁ ଗ୍ରହଣ କରିପାରୁନାହାନ୍ତି ସମ୍ବଲପୁର ସଂସଦୀୟ କ୍ଷେତ୍ରବାସୀ । ସେଇଥି ଲାଗି ତ ବବିଙ୍କ ସଭାରେ ଖାଲି ପଡିଥିଲା ଚେୟାର । ସେ ଦୃଶ୍ୟ ଦେଖିବା ପରେ ଆପଣ ବି ବୁଝିପାରୁଥିବେ ସମ୍ବଲପୁରରେ ବବିଙ୍କ ଗ୍ରହଣୀୟତା କେତେ ? ଆଉ ଗତକାଲି ବି ଦେବଗଡରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ...
📱 Get Argus News App
✨ଏଠାରେ ସ୍ପଷ୍ଟ କରୁଛୁ କି, ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡି ବବିଙ୍କୁ ସମ୍ବଲପୁର ଆସନରୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଣବ ପ୍ରଚାର ବି ଆରମ୍ଭ କଲେଣି । ପୂର୍ବରୁ ରେଢାଖୋଲରେ ବି ତାଙ୍କୁ ବିରୋଧ କରାଯାଇଥିଲା । ପରେ ସମ୍ବଲପୁରରେ ବିରୋଧ କରାଗଲା ଏବେ ପୁଣି ଦେବଗଡରେ ବିରୋଧ ହେଲାଣି । ଏମିତି ବିରୋଧ ହେଲେ ଆଗାମୀ ଦିନରେ ବବି କରିବେ କଣ ? ତାହାକୁ ନେଇ ଚିନ୍ତାରେ ପ୍ରଣବ ଓ ବିଜେଡି ।