ଯାହାକୁ ଶାଳୀନତା ଜଣାନାହିଁ, ସିଏ ଶାଳୀନତା କଥା କହୁଛି

Key Points
- ଯାହାକୁ ଶାଳୀନତା ଜଣାନାହିଁ, ସିଏ ଶାଳୀନତା କଥା କହୁଛି
- ବବିଙ୍କ ମୁହଁରେ ପୁଣି ଭଦ୍ରାମୀ
- ପରଦା ପଛରେ ଗୋଟିଏ, ପରଦା ଆଗରେ ଗୋଟିଏ
ଅର୍ଗସ ବ୍ୟୁରୋ : ବବି ଟ୍ଵିଟକୁ ନେଇ ଏବେ ଭାରି ଚର୍ଚ୍ଚା । ଶାଳୀନତାର ପାଠ ପଢାଉଥିବାରୁ ଚର୍ଚ୍ଚା ଜୋର । ସିଏ ପୁଣି ସୋସିଆଲ ମିଡିଆରେ । ଅବଶ୍ୟ ସେ ଲେଖା ତାଙ୍କର କି ଆଉ କିଏ ଲେଖିକି ଦେଇଛି ତାଙ୍କୁ ପୋଷ୍ଟ କରିବାକୁ ସେ କଥା ଆମକୁ ଜଣାନାହିଁ । କିନ୍ତୁ ବିଜେଡି ନେତାଙ୍କୁ ଶାଳୀନତା କେତେ ଜଣା ? ଏ
ବିଜେଡିରେ କିଏ କହିଲାଣି ହାତ ଲଗାଇବତ ଦେଖିନେବି ତ ଆଉ କିଏ କହିଲାଣି ବିରୋଧୀ ଚୋର । ପୁଣି ଆଉ କିଏ କହିଲାଣି ଦମ୍ ଅଛି ତ ଲଢ । ଓଡ଼ିଆ ଭଦ୍ର ଶବ୍ଦକୋଷରୁ ଏ ଭଦ୍ର ଶବ୍ଦ ଏମାନେ କେଉଁଠୁ ଆଣିଲେ ସେ କଥା ସେମାନେ ହିଁ ଜାଣିଥିବେ । କଥା ହେଲା ଆଲୋ ଶଖି ଆପଣ ମହତ ଆପେ ରଖି । ଏହାର ଅର୍ଥ, ନିଜର ଇଜ୍ଜତ ନିଜ ହାତରେ । କିନ୍ତୁ ବବି ବାବୁଙ୍କର ସହଜେ ମିଛ କହିବା ଅଭ୍ୟାସ । ମିଛରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । କାହିଁକିନା ସେ ନିଜେ କଣ ପଢିଛନ୍ତି ଯେତେଥର ନିର୍ବାଚନ ଲଢିଛନ୍ତି ସେତେଥର ନୂଆନୂଆ ତଥ୍ୟ ଦେଇଛନ୍ତି । ତେଣୁ ସେ ମିଛ କୁହନ୍ତି କି ନାହିଁ ସେକଥା ସମସ୍ତେ ଜାଣନ୍ତି । ହେଲେ ବି ଅନ୍ୟକୁ ପରାମର୍ଶ ଦେବାରେ ପଛଘୁଂଚା ଆଦୌ ଦିଅନ୍ତି ନାହିଁ । ପରାମର୍ଶ ଦେବାକୁ ଆମେ ରୋକୁନାହୁଁ । ହେଲେ ଯେଉଁ ପରି ଢଙ୍ଗରେ, ଯେଉଁ ସ୍ଥିତିରେ ସେ ପରାମର୍ଶ ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଯୁକ୍ତି ସେତେବେଳେ ଭଲଲାଗେ, ଯେତେବେଳେ ଉପଯୁକ୍ତ ତଥ୍ୟପ୍ରମାଣ ଥିବ । ଟିପ୍ପଣୀ ସେତେବେଳେ ଦେବା ଉଚିତ୍ ଯେତେବେଳେ ନିଜେ ସୀମା ଲଙ୍ଘି ନଥିବେ । କିନ୍ତୁ ବବିଙ୍କ କ୍ଷେତ୍ରରେ ସେମିତି କିଛି ନାହିଁ । ନିଜେ ସବୁ ସୀମା ପାର କରିଯାଇଛନ୍ତି । ଅଭଦ୍ରାମୀ କିଏ ନିଜ ଦଳର ଲୋକ କରିଲେ ଭଲ, ଅନ୍ୟମାନେ ଉତ୍ତର ଦେଲେ ବବି ତାଙ୍କୁ ପଢାଇବେ ଶାଳୀନତାର ପାଠ । ଏ ସବୁ ଟ୍ଵିଟ ଓ ଭିଡିଓ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ବବିଙ୍କୁ ବିନା ତଥ୍ୟଭିତ୍ତୀକ ଯୁକ୍ତି କରିବା ପସନ୍ଦ ।
📱 Get Argus News App
✨ମୋଟ୍ ଉପରେ , ସମ୍ବଲପୁରରେ ପ୍ରାର୍ଥୀ ହେବା ପରେ ବବି କଣ କହୁଛନ୍ତି , କଣ ଲେଖୁଛନ୍ତି ସେନେଇ ସେ ନିଜେ ବି କିଛି ଜାଣୁନାହାନ୍ତି । କେବଳ ମେଂଚାଏ ଗପ କହି କେବଳ ଧ୍ୟାନ ଆକର୍ଷଣ କରୁଛନ୍ତି ସତ ହେଲେ ଲୋକଙ୍କ ପାଖରେ ତାହା ଆଦୌ ଗ୍ରହଣୀୟ ହେଉନାହିଁ । ତେବେ ବବିଙ୍କ ଟ୍ଵିଟକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ସାଙ୍ଘାତିକ ଟ୍ରୋଲ କରାଯାଉଛି ।
