|
logo
Live

Argus News - ଟାର୍ଗେଟ୍‌ କରୁଥିଲେ, ନିଜେ ଟାର୍ଗେଟ୍‌ ହୋଇଗଲେ ବବି ?

Odisha

ଟାର୍ଗେଟ୍‌ କରୁଥିଲେ, ନିଜେ ଟାର୍ଗେଟ୍‌ ହୋଇଗଲେ ବବି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·3 min read
ଟାର୍ଗେଟ୍‌ କରୁଥିଲେ, ନିଜେ ଟାର୍ଗେଟ୍‌ ହୋଇଗଲେ  ବବି ?

Key Points

  • ନିଜ ଚକ୍ରବ୍ୟୁହରେ ଫଶିଗଲେ ବବି
  • ଟାର୍ଗେଟ୍‌ କରୁଥିଲେ, ନିଜେ ଟାର୍ଗେଟ୍‌ ହୋଇଗଲେ
  • ସମ୍ବଲପୁରରେ ପାନେ ପାଇବେ ବବି

ଅର୍ଗସ ବ୍ୟୁରୋ : ନିଜ ଚକ୍ରବ୍ୟୁହରେ ନିଜେ ଫଶିଗଲେ ବବି ? ଆଉ ନୁହେଁ ତ କଣ ? ସମ୍ବଲପୁରରୁ ବିଜେଡି ତାଙ୍କୁ ଲୋକସଭା ପ୍ରାର୍ଥୀ କରିବା ପରେ ଅନେକ ସମୟରେ ତାଙ୍କୁ ସେହି ନିର୍ବାଚନ ମଣ୍ଡଳିରେ ବିରୋଧ ସାମ୍ନା କରିବାକୁ ପଡୁଥିଲା । ହେଲେ ଗତକାଲି ନିଜ ଏକ୍ସ ପେଜ୍‌ରେ ନିଜ ସରକାରର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ଵିଟ କରି ସମାଲୋଚନା କରିଥିଲେ । ହେଲେ ସୋସିଆଲ ମିଡିଆରେ ବବିଙ୍କୁ ଧୋଇ ଦେଲେ ଲୋକେ । ଖାଲି ଧୋଇଲେ ତାହା ନୁହେଁ ବରଂ ଏତେ ଦିନ ଭିତରେ ବିଜେଡି ସରକାରର ଅପାରଗତା ଲାଗି ଆଜି କେମିତି ଲୋକେ ହଇରାଣ ହେଉଛନ୍ତି ତାହାର ଭଣ୍ଡାଫୋଡ  ବି କରିଛନ୍ତି । କଥା ହେଲା ବବି ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯେଉଁ ପ୍ଲାନ କରିଥିଲେ ତାହାର ଭାଣ୍ଡାଫୋଡ୍‌ ହୋଇଯିବାରୁ ଏବେ ସୋସିଆଲ ମିଡିଆରେ ବଢିଲାଣି ଚର୍ଚ୍ଚା ।

ଯାଜପୁରର ବିଧାୟକ ତଥା ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଟିକଟ ମିଳିବା ପରେ ଯେତେଥର ସମ୍ବଲପୁର ଗସ୍ତରେ ଯାଉଛନ୍ତି ସେତେଥର ବିରୋଧର ସାମ୍ନା କରୁଛନ୍ତି । ବୋଧହୁଏ ସେଇଥି ଲାଗି ଏମିତି ବିଭ୍ରାନ୍ତିକର ପ୍ରଶ୍ନ ସୋସିଆଲ ମିଡିଆରେ କରୁଛନ୍ତି । ଆଉ ତାହାର ଉତ୍ତର ବିରୋଧୀ ନୁହେଁ ବରଂ ଜନତା ହିଁ ଦେଲେ । 

ସୋସିଆଲ ମିଡିଆରେ ପ୍ରଣବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପରେ, ବିଜେପି ନେତା ଉତ୍ତମ ବିଶ୍ଵାଳ ବବିଙ୍କୁ ଉତ୍ତର ଦେଇ କହିଥିଲେ, ସମ୍ବଲପୁର-କଟକ- ଏନ୍ଏଚ୍ କଥା ଆପଣ କହୁଛନ୍ତି... ଏହି ଅଞ୍ଚଳ ଦେଇ କି ଓଡ଼ିଶାର ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଆରମ୍ଭ ହେଲା ଆପଣ ବୋଧହୁଏ ଏକଥା ଜାଣିନାହାଁନ୍ତି ??? ଓଡିଶାରେ ପ୍ରତ୍ୟେକ ଦିନ ଶହଶହ ଲୋକ ମଦ୍ୟପାନ କରି ପ୍ରାଣ ହରାଉଛନ୍ତି । ନିରୀହ ସ୍ତ୍ରୀର ମଥାର ସିନ୍ଦୂର , ନିରୀହ ମାଆ ତା' ପୁଅକୁ , ନିରୀହ ଝିଅ ତା' ବାପାକୁ ହରାଉଛି । ଏଇଟା କଣ ଅଲଗା ମୃତ୍ୟୁ କି ??? ୨୫ ବର୍ଷ ସ୍ଥିର ସରକାରେ ଆଜି ମାଆ ମାନେ ନିଜକୁ ସୁରକ୍ଷିତ ମନେକରୁ ନାହାଁନ୍ତି ! ସମ୍ବଲପୁରର ରେଙ୍ଗାଲି ଶିଳ୍ପ ବହୁଳ ଅଞ୍ଚଳରେ ଆଜି ନିଯୁକ୍ତି ନାହିଁ ! ଏ ଅଞ୍ଚଳର ଜନସାଧାରଣ ହୀରାକୁଦ ଜଳଭଣ୍ଡାରେ ବିସ୍ଥାପିତ ହେଲେ ପୁଣି ଏଠି କଲକାରଖାନା ଗଢି ଉଠିବା ଫଲରେ ଦ୍ୱିତୀୟ ଥର ବିସ୍ଥାପିତ ହେଲେ କିନ୍ତୁ ପାଇଲେ କଣ ? କଳା ଧୂଆଁ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଏବଂ ପ୍ରଶାସନର ମଧୁଚନ୍ଦ୍ରିକାରର ମିଛ ପ୍ରତିଶୃତିର ପାହାଡ !!! ଭାଇ ଆପଣ ଟିକେ ନିଜ ଛାତି ରେ ହାତ ରଖି କି କୁହନ୍ତୁ ତ ଆପଣଙ୍କ କଣ ଦକ୍ଷତା ନାହିଁ କି ଓଡିଶାର ନେତୃତ୍ଵ ନେବାର ଯେ ଜଣେ ଅଣଓଡ଼ିଆ ଘର ଜ୍ଵାଇଁକୁ ମୁଣ୍ଡରେ ବସେଇ ଟ୍ରାଫିକ ପୋଲିସର କାମ କରୁଛନ୍ତି ? ୨୫ ବର୍ଷ ନବୀନ ସରକାରର ଗୋଟେ ଏମିତି ଯୋଜନା କୁହନ୍ତୁ ଯେଉଁ ଯୋଜନାରେ ନବୀନ ବାବୁ ଓଡିଶାରେ ଘରେ ଘରେ ପରିଚିତ ଥିବେ !!! ସବୁ କେନ୍ଦ୍ର ର ଯୋଜନା କୁ ହଡପ କରି ଓଡିଶାରେ ମିଛ ପ୍ରହସନ କରୁଛନ୍ତି ...କିଛି ଏମିତି ପ୍ରଶ୍ନବାଣରେ ବବି ଏମିତି ଘାଇଲା ହେଲେ ଯେ ଆଉ ପ୍ରଶ୍ନ କରିବା ବନ୍ଦ କରିଦେଲେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖାଲି ଉତ୍ତମ ନୁହନ୍ତି ବରଂ ବିଜେପି ବିଧାୟକ ନାଉରୀ ଲେଖିଛନ୍ତି ପ୍ରଣବ ବାବୁ, ଆପଣ କ୍ରୀତଦାସ ମାନସିକତା ରଖି ଓଡ଼ିଆ ତଥା ଓଡ଼ିଶାର ସ୍ଵାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ନିଜେ ଆଗ କ୍ରୀତଦାସ ମାନସିକତାରୁ ବାହାରକୁ ବାହାରନ୍ତୁ । ଆପଣଙ୍କ ୨୫ ବର୍ଷ ସରକାର ନିଜ ବିଫଳ ରୂପାନ୍ତରଣକୁ ଲୁଚାଇବାକୁ ଚେଷ୍ଟା କେଲେ ବି କେବେ ଲୁଚିବନି । ଆଜି ରାଜ୍ୟରେ ସାଧାରଣ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । କେଉଁଠି ପିଇବା ପାଣି ମିଳୁନି ତ କେଉଁଠି ଲୋକମାନେ ଡାକ୍ତରଖାନାରେ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି । କିଛି ଏମିତି କହିଛନ୍ତି ନାଉରୀ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ସମ୍ବଲପୁରରେ ବବି ପ୍ରାର୍ଥୀ ହେବା ପରେ ଅନେକ ବିରୋଧର ସାମ୍ନା କରୁଛନ୍ତି । ଆଉ ଏ କଥା ବି ସେ ଜାଣିଛନ୍ତି ଯେ ଏଥର ନିର୍ବାଚନ ଜିତିବା ତାଙ୍କ ପାଇଁ ମୁସ୍କିଲ ହେବ । ସେଇଥି ଲାଗି ତ ଏମିତି ସ୍ଥିତିରେ ଟ୍ଵିଟ କରି ଟ୍ରୋଲ ହେଉଛନ୍ତି ବବି ।  ସମୟ କହିବ ଆଗାମୀ ନିର୍ବାଚନରେ କେମିତି ପାନେ ପାଉଛନ୍ତି ବବି ।
 

Sponsored
ଟାର୍ଗେଟ୍‌ କରୁଥିଲେ, ନିଜେ ଟାର୍ଗେଟ୍‌ ହୋଇଗଲେ ବବି ? | Argus News