Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା

Odisha

ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା

ଅର୍ଗସ ବ୍ୟୁରୋ:  ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା । କିଛି ବିଜେଡି ନେତା ପୁଣି ସରକାରକୁ ଫେରିବା ନେଇ ଦେଖୁଥିବା ଦିବାସ୍ଵପ୍ନ ଉପରେ ପାଣି ଢାଳି ଢାଳିଦେଲେ ବିଜେଡି ବିଧାୟକ ବଦ୍ରି ପାତ୍ର । କିଛି ଦିନ ହେବ କଂଗ୍ରେସ ସହ ମିଶି ବିଜେଡି ସରକାର କରିବ...୫ ବର୍ଷ ପୂର୍ବରୁ ବିଜେଡି ପୁଣି ସରକାରକୁ ଫେରିବ...ଆଉ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ବୟାନବାଜି କରି ବେଶ ଚର୍ଚ୍ଚା ସାଉଁଟିଥିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଓ ପୂର୍ବତନ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ବି କହିଥିଲେ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବ ।

କିନ୍ତୁ ଏସବୁ କଥାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର । ସେ ଆହୁରି କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡ଼ି ପୁଣି ସରକାରକୁ ଫେରିବା ଅବାସ୍ତବ କଥା । ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର କରିଛି । ତାପରେ ବି ବିଜେଡ଼ି କଂଗ୍ରେସ ସହିତ ମିଶି ସରକାର କରିବ ବୋଲି କହିବା ଅବାସ୍ତବ କଥା । ଆଉ ଏସବୁ ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜଣାନାହିଁ । ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ସେକଥା ଜଣାନାହିଁ । ଯେଉଁମାନେ କହୁଛନ୍ତି କଂଗ୍ରେସ ସହ ମିଶି ବିଜେଡି ପୁଣି ସରକାରକୁ ଆସିବ । ସେମାନଙ୍କର ମତି ବିଭ୍ରାଟ ହୋଇଛି  ବୋଲି କହିଛନ୍ତି ବଦ୍ରିପାତ୍ର।

ସେପଟେ ବଦ୍ରି ପାତ୍ରଙ୍କ କଟାକ୍ଷ ପରେ ବିଜେଡି ନେତାଙ୍କ କଟା ଘାଆରେ ଚୁନ ମାରିଛି ବିଜେପି । ଆସ୍କା ବିଧାୟକ ସରୋଜ ପାଢୀ କହିଛନ୍ତି, ବିଜେଡି ନେତା ମାନେ ଧର୍ଯ୍ୟହରା ହୋଇଯାଉଛନ୍ତି । ଶାସନରେ ଥିଲେ, ଯାହା ଚାହୁଁଥିଲେ ତାହା କରୁଥିଲେ । ଏବେ ହାରିଛନ୍ତି କିନ୍ତୁ ସେ ଅଭ୍ୟାସ ଯାଇନି । ତେବେ ୨୦୦୯ରେ କଂଗ୍ରେସ ସାଜିଥିଲା ନବୀନଙ୍କ ସଂଜୀବନୀ । ୨୦୦୯ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ ବାହାରୁ ସମର୍ଥନ କରି ବିଜେଡି ସରକାରକୁ ବଞ୍ଚାଇଥିଲା କଂଗ୍ରେସ । ତେବେ ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ସମର୍ଥନରେ ବିଜେଡି ସରକାର କରିବାର ସ୍ଵପ୍ନରେ କେତେ ବାସ୍ତବତା ଅଛି ଶୁଣନ୍ତୁ କଣ କହୁଛନ୍ତି ରାଜନୈତିକ ସମୀକ୍ଷକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟ ଅତୀତରେ ଦୁଇ ଜଣ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଆଗକୁ ଆହୁରି ରାଜ୍ୟସଭା ସାଂସଦ ଗୋଡ କାଢି ବସିଥିବା ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ବିଜେଡିର ଭିତିରି ଅସନ୍ତୋଷ ଯେତେ ଲୁଚାଇଲେ ବି ଆଉ ଲୁଚି ପାନୁନି । ଆଉ ଅତନୁ, ଦେବାଶିଷଙ୍କ ଦମ୍ଭୋକ୍ତିକୁ ବଦ୍ରି ପାତ୍ରଙ୍କ ଭଳି ଜଣେ ବରିଷ୍ଠ ନେତା ଅବାସ୍ତବ କହିବା ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛି ।

Argus Whatsapp Channel Mobile Top
Sponsored
BJD leader countered BJD leader | Argus News