ବିରୋଧୀ କହିଲେ ଆହତ ହୋଇଛି ଓଡ଼ିଆ ଅସ୍ମିତା

ବାଲେଶ୍ୱର: ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ପ୍ରତାପକେଶରୀ ଦେବ। ଆଉ ଇଏ ବିଜେଡିର ସାଙ୍ଗଠିନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ରାସ୍ତା ଉପରେ ଛିଡ଼ା ହୋଇ ଭିଡ ନିୟନ୍ତ୍ରଣ କରିବାରେ ବ୍ୟସ୍ତ ଦୁଇ ନେତା। କହା ପାଇଁ ଶାସକ ଦଳର ଏହି ଦୁଇ ହେଭିୱେଟ୍ ରାସ୍ତା ଉପରେ ଏହି ଅବତାରରେ। ଦେଖନ୍ତୁ କିଏ ଆସୁଛନ୍ତି। 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ବବି ବାବୁଙ୍କ କଥା ଛାଡ଼ନ୍ତୁ। ପାଣ୍ଡିଆନ୍ ବାବୁଙ୍କ ଗାଡ଼ି ଆଗରୁ ଭିଡ ହଟାଇବା କାମ କଣ ମନ୍ତ୍ରୀଙ୍କର। ମୁଖ୍ୟମନ୍ତ୍ରୀଙ୍କ କାର କେଡ୍ ଆଗରୁ କୌଣସି ମନ୍ତ୍ରୀ ରାସ୍ତାରେ ଛିଡ଼ାହୋଇ ଭିଡ ହଟାଉଥିବାର ଆଗରୁ କେବେ ଦେଖିଛନ୍ତି କି। ଓଡ଼ିଶା ଛାଡ଼ନ୍ତୁ ବହାର ରାଜ୍ୟର ବି କୌଣସି ମନ୍ତ୍ରୀଙ୍କୁ ଏପରି କରୁଥିବାର ଦେଖିଛନ୍ତି କି ? ତାହାହେଲ ଯେଉଁ କାମ ଟ୍ରାଫିକ ପୋଲିସର ମନ୍ତ୍ରୀ ପ୍ରତାପ ଦେବ ନିଜେ ତାହା କଲେ କାହିଁକି ? ପାଣ୍ଡିଆନଙ୍କ ସ୍ଥାନ କଣ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପରେ ? ଏ କି ପ୍ରକାର ଉଦାହରଣ ପ୍ରସ୍ତୁତ କରୁଛନ୍ତି ଓଡ଼ିଶାର ମନ୍ତ୍ରୀ। ଜନ ପ୍ରତିନିଧି ହୋଇ, ମନ୍ତ୍ରୀ ହୋଇ ଜଣେ ଅଣ ଓଡ଼ିଆଙ୍କ ଆଗରେ କାହିଁକି ଏତେ ନାଚର ବିଜେଡିର ଏହି ହେଭିୱେଟ୍। ବାଲେଶ୍ବରବାସୀ ଏହାକୁ ଖୋଲାଖୋଲି ନାପସନ୍ଦ କରିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓ ବବି ତ ପୂର୍ବରୁ ସ୍ବୀକାର କରିସାରିଛନ୍ତି ସେ କ୍ରୀତଦାସ। ସେ ସବୁ ଲାଜ ସରମ ଖାଇସାରିଛନ୍ତି। ତେଣୁ ତାଙ୍କ କଥା ଆମେ ବିଚାରକୁ ନେଉନୁ।
ଅବଶ୍ୟ ଭି.କେ ପାଣ୍ଡିଆନ୍ ସଚିବ ଥିବା ବେଳରୁ ବିଜେଡି ନେତା ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଏହି କାମ କରିଆସୁଥିବା ଅଭିଯୋଗ ହେଉଛି। ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଟେଣ୍ଟ ବନ୍ଧା କାମ ତଦାରଖ କରୁଥିଲେ ବିଜେଡିର ଏହି ତଥାକଥିତ ପାୱାରଫୁଲ ନେତାମାନେ। ହେଲେ ଜଣେ ମନ୍ତ୍ରୀ ନିଜ ପଦ ମର୍ଯ୍ୟାଦା ଭୁଲି ରାସ୍ତା ଉପରେ ଖୋଲାଖୋଲି ଏପରି ଚାଟୁକାରିତା ପ୍ରଦର୍ଶନ କରିବା ଓଡ଼ିଆ ସ୍ବାଭିମାନକୁ ଅମପାନିତ କରିଛି। ବିରୋଧୀ କହିଛନ୍ତି ବିଜେଡି ନେତାଙ୍କ ଏପରି କାର୍ଯ୍ୟ ଯୋଗୁଁ ଆହତ ହୋଇଛି ଓଡ଼ିଆ ଅସ୍ମିତା। ତେବେ ବିଜେଡି ନେତାଙ୍କୁ ଏଥିରେ କୌଣସି ଅସୁବିଧା ଲାଗୁନାହିଁ। ପୂର୍ବରୁ ଟିକସଦାତାଙ୍କ ଅର୍ଥରେ ହେଲିକପଟରେ ବୁଲି ସରକାରୀ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଦଳୀୟ ପ୍ରଚାରକୁ ନେଇ ବିବାଦ ହୋଇଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀଙ୍କର ସର୍ବ ସମ୍ମୁଖରେ ଏପରି ଚାଟୁକାରିତା ପ୍ରଦର୍ଶନ ନୂଆ ବିବାଦକୁ ଜନ୍ମ ଦେଇଛି। ସ୍ବାଭିମାନୀ ଓଡ଼ିଆ ଜାତି ଏକଥାକୁ ସହଜରେ ଗ୍ରହଣ କରିବ ତ ?