Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ନିଜ ଅସ୍ତିତ୍ୱ ବଞ୍ଚାଇବାକୁ BJD ନେତା ଖେଳିଲେଣି ଚାଲ୍ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ନିଜ ଅସ୍ତିତ୍ୱ ବଞ୍ଚାଇବାକୁ BJD ନେତା ଖେଳିଲେଣି ଚାଲ୍ !
BJD

Key Points

ନବୀନଙ୍କ କୋର ଟିମ କୁ ପୁଣି ସମ୍ବିତଙ୍କ ତେରଛା ବାଣ ।
ବାପା ଏକ, ନେତା ଏକ କହି ପ୍ରୋ- ପାଣ୍ଡିଆନ ଗୋଷ୍ଠୀକୁ ଟାର୍ଗେଟ । 

ନବୀନଙ୍କ ନିର୍ଦ୍ଦେଶକୁ ଆଉ ନାହିଁ ଅପେକ୍ଷା । ନିଜ ଅସ୍ତିତ୍ୱ ନିଜେ ବଞ୍ଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ନବୀନଙ୍କ କୋର ଟିମ୍‌କୁ ପୁଣି ସମ୍ବିତଙ୍କ ତେରଛା ବାଣ । ବାପା ଏକ, ନେତା ଏକ କହି ପ୍ରୋ- ପାଣ୍ଡିଆନ ଗୋଷ୍ଠୀକୁ ଟାର୍ଗେଟ ।

ପୁରୁଣା ବର୍ଷରେ ଝୁମକା । ଏବେ ବାସୁଦେବପୁର ଓ ଧର୍ମଶାଳା । ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଜେଡିର ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ । କେଉଁଠି ଭୋଜି ଭାତରେ ସାମିଲ ତ ଆଉ କେଉଁଠି ଖେଳକୂଦରେ । ନେତାଙ୍କ ମେଳିକୁ ନେଇ ନାନା ଆଲୋଚନା ହେଉଥିବା ବେଳେ ନିଜର ରାଜନୈତିକ ଭବିଷ୍ୟତ ଓ ଦଳର ଭବିଷ୍ୟତ ସଙ୍ଗଠିତ କରିବାକୁ ଏହା ଉଦ୍ୟମ ବୋଲି କହିଛନ୍ତି ବରିଷ୍ଠ ନେତା ସମ୍ବିତ ରାଉତରାୟ ।

ଏପରିକି କୋର କମିଟି ତିଆରିରେ ତ୍ରୁଟି ବିଚ୍ୟୁତି ରହିଛି ବୋଲି କହି ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ ଉଠାଇଛନ୍ତି ଆଙ୍ଗୁଳି । ଦଳରେ କିଛି ଦୋଗଲା ବ୍ୟକ୍ତିତ୍ୱ ବୁଲୁଥିବା କହି ପ୍ରୋ-ପାଣ୍ଡିଆନ ଟିମ୍‌କୁ ବି ମାରିଛନ୍ତି ବାଣ ।

ସେପଟେ ଦଳ ଭିତରେ ଅନ୍ତର୍ଘାତୀ ଥିବା କଥା କହି ବଦ୍ରି ପାତ୍ରଙ୍କ ପରେ ବୋମା ପକାଇଥିଲେ ଲତିକା । ତାଙ୍କ ବୟାନରେ ମୋହର ମାରିଛନ୍ତି ସମ୍ବିତ ଆଉ କହିଛନ୍ତି ନବୀନ ନେବେ ସରପ୍ରାଇଜ ଆକ୍ସନ । ସେପଟେ ଦଳୀୟ ନେତାଙ୍କ ବୟାନବାଜି ଭିତରେ ୧୦ ଜଣ ବିଧାୟକଙ୍କୁ ଡାକି ରବିବାର ନବୀନ ନିବାସରେ ବୈଠକ କରିଥିଲେ ସୁପ୍ରିମୋ । ଚର୍ଚ୍ଚା ହେଉଛି ଦୁର୍ବଳ ସଙ୍ଗଠନ ଓ ଦଳ ଭିତରେ ଚାଲିଥିବା ଗୋଷ୍ଠୀ ବିବାଦ ନେଇ ହୋଇଛି ରୁଦ୍ଧଦ୍ୱାର ଆଲୋଚନା । ତେବେ ମତ ପାର୍ଥକ୍ୟ ଥିଲେ ବି ସବୁ ନେତା ଗୋଟିଏ ଛତା ତଳେ ଅଛନ୍ତି କହିଛନ୍ତି ଶୃଙ୍ଖଳା କମିଟି ସଦସ୍ୟ ଶାରଦା ଜେନା ।

ସାଧାରଣ ନିର୍ବାଚନରେ ପରାଜୟ ପରେ ନେତାଙ୍କ ବୟାନ ବାଜି ବଢୁଥିବା ଦେଖି ପ୍ରଥମ ଥର ନବୀନ ଗଢ଼ିଥିଲେ ଶୃଙ୍ଖଳା କମିଟି । ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରୀମୟୀ ମିଶ୍ରଙ୍କ ଉପରେ ଆକ୍ସନ ନେଇ ନେତାଙ୍କ ପାଟି ବନ୍ଦ ପାଇଁ ବି ହୋଇଥିଲା ପ୍ରୟାସ । ହେଲେ ଆଣ୍ଟି ପାଣ୍ଡିଆନ ଗୋଷ୍ଟୀର ନେତାଙ୍କ ପାଟି ବନ୍ଦ ହେବା ବଦଳରେ ଅଧିକ ଖୋଲିଲା । ଏବେ ଦଳରେ ପାଣ୍ଡିଆନଙ୍କ କର୍ତୁତ୍ୱ ଓ ସୁଜାତାଙ୍କ ଏଣ୍ଟ୍ରିକୁ ଖୋଲା ବିରୋଧ ହେଉଥିବା ବେଳେ ଆଗକୁ ବିଜେଡି ରାଜନୀତି କେଉଁ ମୋଡ଼ ନେଉଛି ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | BJD leader is playing tricks to save his own existence! | Argus News