Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ନେତାଙ୍କୁ ମଂଚରୁ ଓହ୍ଲାଇ ଦେଲେ ପାଣ୍ଡିଆନ

Odisha

ବିଜେଡି ନେତାଙ୍କୁ ମଂଚରୁ ଓହ୍ଲାଇ ଦେଲେ ପାଣ୍ଡିଆନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ନେତାଙ୍କୁ ମଂଚରୁ ଓହ୍ଲାଇ ଦେଲେ ପାଣ୍ଡିଆନ

Key Points

  • ବିଜେଡି ନେତାଙ୍କୁ ମଂଚରୁ ଓହ୍ଲାଇ ଦେଲେ ପାଣ୍ଡିଆନ
  • ଭରା ସଭାରେ ବେଜତ ହେଲେ ଚିଲିକା ବିଧାୟକ ପ୍ରାର୍ଥୀ
  • ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ: ବିଜେଡି ସଭାରୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଏମିତି କେମିତି ଓହ୍ଲାଇ ଦେଲେ ବିଜେଡିର ନମ୍ବର ୨ ନେତା ପାଣ୍ଡିଆନ ? ସିଏ ପୁଣି ଭରା ମଂଚରେ, ସମସ୍ତଙ୍କ ସାମ୍ନାରେ । ଆପଣ ବି ଆଉ ଥରେ ଦେଖନ୍ତୁ ଭାଇରାଲ ହେଉଥିବା ସେ ଦୃଶ୍ୟକୁ । କେମିତି ମଂଚରେ ବିଜେଡି ପ୍ରାର୍ଥୀଙ୍କୁ ଓହ୍ଲାଇ ଦେଉଛନ୍ତି ପାଣ୍ଡିଆନ । ସଭାରେ ଏମିତି ବ୍ୟବହାରରେ ଅଣନିଶ୍ଵାସୀ ହୋଇ ମଂଚରୁ ଓହ୍ଲାଇ ପଡୁଛନ୍ତି ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ।

ତାମିଲନାଡୁର ନେତା ଆସି ଓଡ଼ିଶାର କ୍ଷମତା ଅକ୍ତିଆର କରିବାକୁ ଦିବା ସ୍ଵପ୍ନ ଦେଖନ୍ତି । ଖାଲି ସ୍ଵପ୍ନ ଦେଖୁଛନ୍ତି ତାହା ନୁହେଁ ବରଂ ବାସ୍ତବତାରେ ପରିଣତ କରିବାକୁ ଚେଷ୍ଟା ବି କରନ୍ତି । କାରଣ ବିଜେଡି ନେତାଙ୍କ ଲାଗି ସେ ଯେମିତି ଭାବରେ ପ୍ରଚାର କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ବିଜେଡିର ସର୍ବେସର୍ବା ହେବାକୁ ସେ ପ୍ରତି କ୍ଷଣରେ ଚେଷ୍ଟା କରୁଛନ୍ତି । ପ୍ରଥମେ ଚାକିରି କରିଥିବା ବେଳେ ଦଳୀୟ କଥା ବୁଝିଲେ, ପରେ ପରେ ସ୍ଵେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଲେ । ଏହା ପରେ ବି ସରକାରୀ ଦପ୍ତର କଥା ବୁଝିବାରେ କୌଣସି ଅବହେଳା କଲେନି । ଜାଣିଶୁଣି କ୍ଷମତାର ଦୁରୁପଯୋଗ ବି କଲେ । କ୍ଷମତାର ଅନ୍ଧ ଗଳିରେ ସେ ଏମିତି ଅନ୍ଧ ହୋଇଗଲେ ଯେ ଓଡ଼ିଆ ନେତାଙ୍କୁ ହୀନିମାନ ନଜରରେ ଦେଖିଲେ । କେତେବେଳେ ମଂଚରେ ଆଉ କାହାକୁ କହିବାକୁ ସୁଯୋଗ ଦେଲେନି ତ ଆଉ କେତବେଳେ ମାଇକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ । ହେଲେ ଚିଲିକାରେ ସେ ଯେଉଁ ପରି ଭାବରେ ବ୍ୟବହାର ଦେଖାଇଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଓଡ଼ିଆଙ୍କୁ ବେଜିତ କରିବାରେ ପାଣ୍ଡିଆନ ସିଦ୍ଧହସ୍ତ । 

ପ୍ରତି ମୁହୂର୍ତ୍ତରେ ସୀମା ପାର କରୁଛନ୍ତି ପାଣ୍ଡିଆନ । ନବୀନଙ୍କ ପାଖରେ ରହିଥିବାରୁ ମନେ ମନେ ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି । ଖାଲି ଭାବୁଛନ୍ତି ତାହା ନୁହେଁ ବରଂ ପାୱାର ବି ୟୁଜ କରୁଛନ୍ତି । ପୂର୍ବରୁ ଯାହା ତ କରୁଥିଲେ କରୁଥିଲେ ହେଲେ ଏବେ ସର୍ବସାଧାରଣଙ୍କ ସାମ୍ନାରେ ବିଜେଡି ନେତାଙ୍କୁ ବେଜିତ କରୁଛନ୍ତି ତାହାକୁ ସହଜରେ ଦଳୀୟ ନେତା ତ ଗ୍ରହଣ କରୁନାହାନ୍ତି ସାଧାରଣ  ଜନତା ବି ଗ୍ରହଣ କରିବେ କେମିତି ? କଥା ହେଲା ନେତା ହେବା ପାଇଁ ପାଣ୍ଡିଆନ ବ୍ୟାକୁଳ, ହେଲେ କେମିତି ବ୍ୟବହାର କରାଯାଏ ତାହା ଗ୍ରହଣ କରିବାକୁ ନା ତାଙ୍କର ଇଚ୍ଛା ଅଛି ନା ଧୈର୍ଯ୍ୟ ଅଛି । ତେବେ ସମୟ କହିବ ଏ ଅଭଦ୍ରାମୀର ଜବାବ ଭୋଟର ଭାଇ ଓ ଭଉଣୀ ମାନେ କେମିତି ଦେଉଛନ୍ତି ?
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
VK Pandian | Argus News