Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କହୁ କହୁ ପ୍ରଦୀପ କହିଲେ ନବୀନ ଆମକୁ ଦେଇଛନ୍ତି ସ୍ଵାଧୀନତା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କହୁ କହୁ ପ୍ରଦୀପ କହିଲେ ନବୀନ ଆମକୁ ଦେଇଛନ୍ତି ସ୍ଵାଧୀନତା

ଅର୍ଗସ ବ୍ୟୁରୋ : ମହାତ୍ମାଗାନ୍ଧି ଦେଶକୁ ସ୍ଵାଧୀନ କରିଥିଲେ, ପରେ ଆମକୁ ନବୀନ ପଟ୍ଟନାୟକ ସ୍ଵାଧୀନ କଲେ । ଏ କଥା ଆମେ ନୁହେଁ ବରଂ ବିଜେଡି ନେତା ହିଁ କହୁଛନ୍ତି । ସିଏ ପୁଣି ଦଳର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି । କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ମହାତ୍ମାଗାନ୍ଧିଙ୍କୁ ନବୀନ ବାବୁଙ୍କ ସହ ତୁଳନା କରିଥିବାରୁ ଏବେ ବିବାଦରେ ପ୍ରଦୀପ । ଖାଲି ବିବାଦ ହୋଇଛି ତାହା ନୁହେଁ ବରଂ ସମାଲୋଚନା ବି ହୋଇଛି । କାରଣ ଜାତିର ପିତାଙ୍କୁ ଏମିତି ଭାବରେ ନବୀନଙ୍କ ସହ ତୁଳନା କରୁଥିବାରୁ ଏବେ ଚର୍ଚ୍ଚା ଜୋର ।  

ନିର୍ବାଚନ ବେଳେ ବିଜେଡି ନେତାଙ୍କର ବିବାଦୀୟ ବୟାନ । ସିଏ ପୁଣି ସାଧାରଣ ସଭାରେ...ଖୋଲା ମଂଚରେ । ସେଇଥି ଲାଗି ତ ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ନିର୍ବାଚନୀ ପ୍ରଚାରରେ ନବରଙ୍ଗପୁର ଗସ୍ତରେ ଆସିଥିଲେ ବରିଷ୍ଠ ବିଜେଡି ନେତା ଭି.କେ ପଣ୍ଡିଆନ ।  ଜିଲ୍ଲାର ଚାରୋଟି ବିଧାନସଭା କ୍ଷେତ୍ରରେ ସେ ପ୍ରଚାର ବି କରିଥିଲେ । ଡାବୁଗାଁ ବିଧାନସଭା ଅନ୍ତର୍ଗତ ମୈଦଲପୁରର ଏକ ଜନସଭାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏବଂ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଲାଗି ପ୍ରଚାର ବି କରିଥିଲେ । କିନ୍ତୁ ଜୋସରେ କହୁ କହୁ ପ୍ରଦୀପ ଏମିତି କଥା କହିଦେଲେ ଯେ ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । 

ପ୍ରଦୀପଙ୍କୁ ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ କହୁ କହୁ ସେ କିଛି ଏମିତି କହିଛନ୍ତି ଯାହାକୁ ନେଇ ଏବେ ଘନେଇଲାଣି ବିବାଦ । ସେପଟେ ପ୍ରଦୀପଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ  ବଳଭଦ୍ର ମାଝି । କହିଛନ୍ତି, ଜାତୀୟ ପିତାଙ୍କ ସହ ନବୀନଙ୍କୁ ତୁଳନା କରିବା ଠିକ ନୁହେଁ । ୧୯୪୭ ମସିହାରେ ଓଡ଼ିଶା ସ୍ୱାଧୀନ ହେଇନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ର ? ଏପଟେ ବିବାଦ ବଢିବାରୁ ପ୍ରଦୀପଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ଏମିତି ବିବାଦୟ ମନ୍ତବ୍ୟକୁ ନେଇ କିନ୍ତୁ ଏବେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
bjd mp candidate pradeep majhi | Argus News