Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିନେତା ରାଜା ଚକ୍ର ସହ ତିନି ଜଣଙ୍କୁ EOWର ମୁହାଁମୁହିଁ ଜେରା

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜେଡିନେତା ରାଜା ଚକ୍ର ସହ ତିନି ଜଣଙ୍କୁ  EOWର ମୁହାଁମୁହିଁ ଜେରା

Key Points

ରିମାଣ୍ଡରେ ସୌମ୍ୟଶଙ୍କର ଓରଫ ରାଜା ଚକ୍ର
ରାଜାଙ୍କୁ ଘାଣ୍ଟୁଛି EOW
ବିଜେଡିନେତା ରାଜା ଚକ୍ର ସହ ତିନି ଜଣଙ୍କୁ EOWର ମୁହାଁମୁହିଁ ଜେରା

ବିଜେଡି ନେତା ରାଜା ଚକ୍ରକୁ ଟିକିନିଖି ଜେରା କରୁଛି EOW । ରାଜାଙ୍କ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ରାଜା ଚକ୍ରଙ୍କୁ ମୁହାଁ ମୁହିଁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ EOW। ଜେରା ବେଳେ କାହା ନାଁ କହିବେ ରାଜା? କେଉଁ IAS ଏବଂ IPS ରାଜାକୁ କରୁଥିଲେ ସହଯୋଗ? ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟିରୁ କେମିତି କରୁଥିଲେ ହରିଲୁଟ? ଟଙ୍କା ହରିଲୁଟରେ 3ଜଣଙ୍କ ଭୂମିକା କଣ ଥିଲା? ଘୋଟାଲା ଟଙ୍କାକୁ କେଉଁଠି ବିନିଯୋଗ କରିଛନ୍ତି? କିଏ କେତେ ଟଙ୍କା ଭାଗ କରି ନେଇଛନ୍ତି? ବିଜେଡିର କେଉଁ ନେତା ଏହି ଘୋଟାଲା ରେ ସମ୍ପୃକ୍ତି ଅଛନ୍ତି? ଏଭଳି ତମାମ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଚି ଅର୍ଥ ନୈତିକ ଅପରାଧ ଶାଖା EOW। ସତ ଓଗାଳିବେ ବିଜେଡି ନେତା ରାଜା ଚକ୍ର ଓରଫ ସୌମ୍ୟ ସଙ୍କର ଚକ୍ର।

ସେପଟେ ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରିଟିଭ ସୋସାଇଟି ଘୋଟଲାରେ ରାଜା ଚକ୍ର ର ରାଇଟ ହ୍ୟାଣ୍ଡ ସୁଶାନ୍ତ ସାମଲ ଙ୍କୁ ଗିରଫ କରିଛି ଗିରଫ କରିଛି EOW । ରାଜା ଚକ୍ର ଙ୍କ ସବୁ ବ୍ୟବସାୟ ବୁଝୁଥିଲା ସୁଶାନ୍ତ । ସୁଶାନ୍ତ ନାଁରେ 60ଟି ଆକାଉଣ୍ଟ ରହିଛି । ସବୁ ଆକାଉଣ୍ଟର ତଥ୍ୟ ମାଗିଛି EOW । ଏହି ସବୁ ଆକାଉଣ୍ଟ କୁ କେଉଁଠୁ ଟଙ୍କା ଆସୁଥିଲା? କାହା କାହା ପାଖକୁ ଟଙ୍କା ଯାଉଥିଲା? ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟିର ଆକାଉଣ୍ଟରୁ ଟଙ୍କା ଆସିଥିଲା କି? ଯଦି ଆସିଥିଲା କେତେ ଟଙ୍କା ଆସିଥିଲା? ସେନେଇ ଆର୍ଥିକ କାରବାରର ଖୋଳତାଡ଼ କରାଯାଉଛି । ଗିରଫ ସୁଶାନ୍ତ ସାମଲକୁ ଆଜି କୋର୍ଟ ଚାଲାଣ କରାଯିବ । ଅଧିକ ତଦନ୍ତ ପାଇଁ ସୁଶାନ୍ତଙ୍କୁ ରିମାଣ୍ଡରେ ଆଣିବ EOW।

ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟିରେ 185 କୋଟି ଘୋଟାଲା ମାମଲାରେ ତଦନ୍ତ କରି ଫେବୃଆରି 8ତାରିଖରେ ପୂର୍ବତନ ସଭାପତି ମାନସ ବାରିକ ଏବଂ ସୋସାଇଟିର ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ EOW । ଏହି ଘଟଣାରେ ମାର୍ଚ୍ଚ 13ତାରିଖରେ ବିଜେଡି ନେତା ରାଜା ଚକ୍ର ଓରଫ ସୌମ୍ୟ ଶଙ୍କର ଚକ୍ରଙ୍କୁ ଗିରଫ କରିଥିଲା EOW । ଏମାନେ ଗିରଫ ପରେ ଖୋଲୁଚି ମହା ହରିଲୁଟ ପଛର ସତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd-leader-raja-chakra-and-three-others-interrogated-face-to-face-by-eow | Argus News