Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପାଣ୍ଡିଆନଙ୍କୁ ବି ଘାରିଛି ହାରିବା ଡ଼ର ?

Odisha

ପାଣ୍ଡିଆନଙ୍କୁ ବି ଘାରିଛି ହାରିବା ଡ଼ର ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପାଣ୍ଡିଆନଙ୍କୁ ବି ଘାରିଛି ହାରିବା ଡ଼ର ?

ଅର୍ଗସ ବ୍ୟୁରୋ: ବିଜେଡି ଦୁର୍ବଳ ହେବାରେ ଲାଗିଛି । ଏପଟ ସେପଟ ହେଲେ ଦଳ ହାରିଯାଇପାରେ । ଏ କଥା ଆମେ ନୁହେଁ ବରଂ ବିଜେଡିର ନମ୍ବର ନେତା ପାଣ୍ଡିଆନ କହିଛନ୍ତି । ଖାଲି ଏତିକି ନୁହେଁ, ହାରିବାର ଭୟ ବି ରହୁଥିବା ସେ କହିଲେ । କିନ୍ତୁ ହଠାତ୍‌ ସପ୍ତାହେ ପୂର୍ବରୁ କହୁଥିଲେ ବିଜେଡି ଜିତିବ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ । ହେଲେ ଏବେ ଏ ଡର କାହିଁକି ? 

ସ୍ଥାନ- ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ସଇଁତଲା । ଅବସର ଥିଲା- ନିର୍ବାଚନୀ ପ୍ରଚାର । ବିଜେଡି ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ପାଣ୍ଡିଆନ । କିନ୍ତୁ ପଶ୍ଚିମ ଓଡ଼ିଶା ବିଜେପି ଫୋକସ୍‌ରେ ଥିବା, ବିଜେଡି ବିରୋଧରେ ପ୍ରବଳ ଅସନ୍ତୋଷ ଥିବା କଥା ଠଉରାଇ ପାରିଥିଲେ ପାଣ୍ଡିଆନ । ଯେହେତୁ ନବୀନ ବାବୁ ହିଞ୍ଜିଳି ସହ ଏଥର କଂଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି ତେଣୁ ଯେକୌଣସି ପରିସ୍ଥିତିରେ ଗଡ଼ ବଂଚାଇବାକୁ ଚେଷ୍ଟା କରୁଥିଲେ ପାଣ୍ଡିଆନ । ହେଲେ କହୁକହୁ ଅସଲ ସତ କଥାଟା କହିଦେଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ମଂଚରେ ପାଣ୍ଡିଆନ ପଚାରୁଛନ୍ତି ଏଇଠି ବିଜୁ ସ୍ଵାସ୍ଥ୍ୟକାର୍ଡ କିଏ କିଏ ପାଇଛ ? ହେଲେ ବିନା ଟ୍ରେନିଂରେ ମିଟିଂରେ ବସିଥିବା ବିଜେଡି ନେତା ସୁରେନ୍ଦ୍ର ସାହୁ ବି ହାତ ଟେକିଦେଲେ । ଇଏ ଏମିତି ସରକାର, ଯେଉଁଠି ଗରିବ ଲୋକ ସରକାରୀ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି କିନ୍ତୁ ସରକାରୀ ବାବୁମାନେ କାର୍ଡ ହାତଉଛନ୍ତି । ଆଉ ଏପଟେ ଟିକେ ନଜର ପକାନ୍ତୁ...ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ମହିଳାଙ୍କୁ କେମିତି ଅଟକାଉଛନ୍ତି ସୁରକ୍ଷାକର୍ମୀ । ଆଉ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।  କାରଣ କାର୍ଯ୍ୟକ୍ରମକୁ ପାଣି ବୋତଲ ମନା, ହେଲେ ଏ ଡହଡହ ଖରାରେ ପାଣିବୋତଲ ନେବାକୁ କେମିତି ବାରଣ କଲେ ପାଣ୍ଡିଆନ ? ଯଦି କିଛି ଦୁର୍ଘଟଣା ଘଟିଥାଆନ୍ତା ତାହାଲେ ଦାୟୀ କିଏ ହୋଇ ଥାଆନ୍ତା ? ଓଡ଼ିଆ ଲୋକଙ୍କୁ ମାରିବାକୁ ପ୍ଲାନ କରୁଛନ୍ତି କି ପାଣ୍ଡିଆନ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।  ହେଲେ ଉତ୍ତର ମିଳୁନି । ସମୟ କହିବ, ଏହାର ହିସାବ କେମିତି କଡ଼ା ଗଣ୍ଡାକରିକି ଦେଉଛନ୍ତି ଭୋଟର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Election 2024 | Argus News