Videos
|
Odisha

ନବୀନ ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବୀନ ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି

Key Points

  • ନବୀନ ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି
  • ପାଣ୍ଡିଆନ ଦମ୍ପତ୍ତି ସିଏମ ହେବାକୁ ଚାଲିଛି ପ୍ଲାନ
  • ଏ କଥା କହିଲେ ନିଜେ ବିଜେଡି ନେତା

ଅର୍ଗସ ବ୍ୟୁରୋ: ଷଷ୍ଠପାଳିରେ ନବୀନ ମୁଖ୍ୟମନ୍ତ୍ରୀ ହେବା କଥା ମିଛ ! ଏଥର ନବୀନ ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି ବରଂ ତାଙ୍କ ବଦଳରେ ପାଣ୍ଡିଆନ ଦମ୍ପତ୍ତି ଶାସନ ହାଇଜାକ କରିବେ । ଏ କଥା ଆମେ ନୁହେଁ ବରଂ ବିଜେଡି ନେତା କହିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଏବେ ଜୋରଦାର ଚର୍ଚ୍ଚା । 

ଓଡ଼ିଆ ସ୍ଵାଭିମାନର ବିବାଦ ଭିତରେ ସାମ୍ନାକୁ ଆସିଲା ବିଜେଡିର ଓଡ଼ିଆ ଅସ୍ମିତାକୁ ବଡ଼ ଧୋକା। ଅର୍ଗସର କାର୍ଯ୍ୟକ୍ରମରେ ବିଜେଡି ନେତାଙ୍କ ସାଙ୍ଘାତିକ ବୟାନ । କହିଲେ, ନବୀନ ନୁହେଁ ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ସୁଜାତା ହେବେ ମୁଖ୍ୟମନ୍ତ୍ରୀ…ଆଉ ଜଣେ ବିଜେଡି ନେତ୍ରୀଙ୍କ ଅହଂକାର…କହିଲେ, ମହାପ୍ରଭୁ ଜଗନ୍ନାଥଙ୍କୁ ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏମାନେ ଏମିତି କେମିତି କହିଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଲାଣି ।

ଚର୍ଚ୍ଚା ଯାହା ହେଉଥିଲା ତାହା ସତ ପ୍ରମାଣିତ ହେଲା । ଅର୍ଥାତ୍‌ ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଲେଣି ବିଜେଡି ନେତା । ବିଜେଡି ନେତାଙ୍କ ଏମିତି ବୟାନ ପରେ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ବିରୋଧର ସ୍ଵର । କଥା ହେଲା, ମୂଳରୁ ସନ୍ଦେହ , ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ୍ । ୨୫ ବର୍ଷର ମୁଖ୍ୟମନ୍ତ୍ରୀଙ୍କର ଦୁର୍ବଳତାର ସୁଯୋଗ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଛାଇଛନ୍ତି ମାୟାଜାଲ ।

ଦଳ , ସରକାର, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧିପତ୍ୟ ସହ ଦଳର ତୁଙ୍ଗ ନେତାଙ୍କୁ ଟେଣ୍ଟ ବାନ୍ଧିବା, ଟ୍ରାଫିକ୍ ସମ୍ଭାଳିବା,  ବିଜେଡି ନେତ୍ରୀଙ୍କ ମହାପ୍ରଭୁ ବନାମ ନବୀନଙ୍କ ମାମଲାରେ ଗୌଣ କରିବା ପୂର୍ବରୁ ଦଳର ଅନେକ ତୁଙ୍ଗ ନେତା ନବୀନଙ୍କୁ ତୁଳନା କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ସହ ଏବେ ରାଜରାସ୍ତାରେ ଜନତା ଜନାର୍ଦ୍ଦନଙ୍କ ରାଜ ବିଜେଡି ନେତାଙ୍କ ଏପରି ଓଡିଆ ସ୍ୱାଭିମାନ୍ , ସଂସ୍କୁତି, ପରିଚୟ ବିରୋଧୀ ଆଭିମୁଖ୍ୟ ଉପରେ କେମିତି ପ୍ରକାଶ କରୁଛନ୍ତି କ୍ଷୋଭ ଓ କୋହ । ଓଡିଆ ଜାତି ଆଜି ଦିନରେ ଭୌତିକ ଦୃଷ୍ଟିରୁ ସମ୍ପନ୍ନ ନହେଲେ ବି ସ୍ୱାଭିମାନ୍ , ସଂସ୍କୁତି , ଅସ୍ମିତା ଓ ମହାପ୍ରଭୁଙ୍କ ପାଇଁ ସମର୍ପିତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥା ହେଲା ଅନେକ ଦିନ ହେଲାଣି ଚର୍ଚ୍ଚା ହେଉଛି କି ପାଣ୍ଡିଆନ, ଫନ୍ଦି କରି ଶାସନ କ୍ଷମତା ହାଇଜାକ କରିବାକୁ ଚକ୍ରାନ୍ତ କରିଛନ୍ତି । କିନ୍ତୁ ଦଳୀୟ ନେତା ଏନେଇ ମୁହଁ ଖୋଲୁନଥିଲେ । ହେଲେ କାର୍ଯ୍ୟକ୍ରମରେ ବିଜେଡି ନେତା ସତ କହିଥିବାରୁ ଚର୍ଚ୍ଚା ହେବା ସ୍ଵାଭାବିକ କଥା ।
 

Odisha CM | Argus News