Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ପାଣ୍ଡିଆନଙ୍କ 1 ନଂ ଚାମଚା ହେବାକୁ ବିଜେଡିରେ ପ୍ରତିଯୋଗିତା ଚାଲିଛି'

Odisha

'ପାଣ୍ଡିଆନଙ୍କ 1 ନଂ ଚାମଚା ହେବାକୁ ବିଜେଡିରେ ପ୍ରତିଯୋଗିତା ଚାଲିଛି'

Smruti Parija
Browse all articles by Smruti Parija
·1 year ago·1 min read
'ପାଣ୍ଡିଆନଙ୍କ 1 ନଂ ଚାମଚା ହେବାକୁ ବିଜେଡିରେ ପ୍ରତିଯୋଗିତା ଚାଲିଛି'

ତୃତୀୟ ଦିନରେ ବି ଅଚଳ ବିଧାନସଭା । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହେଉଛି । ବାରମ୍ବାର ଗୃହ ଅଚଳକୁ ନେଇ ବର୍ଷିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଏନେଇ ସିଧା ସିଧା କହିଛନ୍ତି ଯେ, ପାଣ୍ଡିଆନଙ୍କ କଥାରେ ବିଧାନସଭା ଚଳାଇ ଦେଉନାହାନ୍ତି ବିଜେଡି ନେତା । ପାଣ୍ଡିଆନ ଯେମିତି ଚାହୁଁଛନ୍ତି ବିଜେଡି ନେତା ଠିକ୍ ସେମିତି କରୁଛନ୍ତି । ଯେଉଁଥିପାଇଁ ଗୃହକାର୍ଯ୍ୟରେ ବାଧା ଉପୁଜୁଛି । ଗୃହର ମୂଲ୍ୟବାନ ସମୟ ନଷ୍ଟ ହେଉଛି ।


ଗତକାଲି ମୁଖ୍ୟ ବିରୋଧୀ ଦଳ ଗୋଟିଏ ମୁଲତବି ପ୍ରସ୍ତାବ ଆଣିଥିଲେ । ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିଲେ । ହେଲେ ବିରୋଧୀ ଗୃହ ଚଳାଇ ଦେଲେନି । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହିଁ ବିଜେଡି ସଦସ୍ୟ ଗୃହ ବନ୍ଦ କରିଥିବା କହିଛନ୍ତି ଜୟନାରାୟଣ ମିଶ୍ର । ଏନେଇ ସେ ଲବିରେ ଆଲୋଚନା କାଳରେ ବିଜେଡି ଦଳର ସଦସ୍ୟଙ୍କ ଠାରୁ ଜାଣିବାକୁ ପାଇଥିବା କହିଛନ୍ତି । ଖାଲି ଏତିକି ନୁହେଁ ବିଜେଡି ନେତାଙ୍କ ମଧ୍ୟରେ ପାଣ୍ଡିଆନଙ୍କ 1 ନମ୍ବର ଚାମଚା ହେବାକୁ ପ୍ରତିଯୋଗିତା ଚାଲିଛି ବୋଲି ମଧ୍ୟ ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଯଦି ଲବିରେ କିଏ ତାଙ୍କୁ କିଛି କହିଛି ତାହାଲେ ବିଧାୟକ ତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ପ୍ରମିଳା। ପାଣ୍ଡିଆନଙ୍କ କିଛି ପ୍ରଭାବ ନାହିଁ, ନବୀନ ପଟ୍ଟନାୟକଙ୍କ ପ୍ରଭାବରେ ବିଜେଡି ଚାଲିଛି କହିଛନ୍ତି ପ୍ରମିଳା ।


Sponsored
bjd-leader-refuses-to-run-assembly-on-pandians-advice-said-jaynarayan-mishra | Argus News