କାହାକୁ ଭୋଟ୍ ଦେଲେ ଶ୍ରୀମୟୀ ?

Key Points
- ଶଙ୍ଖକୁ ଭୋଟ୍ ଦେଲେନି ଶ୍ରୀମୟୀ
- ପଦ୍ମ ଆଡ଼େ ମୁହାଁଉଛନ୍ତି କି ?
- ଫେସବୁକ ପୋଷ୍ଟ ପରେ ବଢିଲା ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ବିଜେଡିରେ ଆଉ ଶ୍ରୀମୟୀଙ୍କର ମନ ନାହିଁ । ଦଳ ତାଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତରଣା କରିବା ପରେ ସେ ଏବେ ପଦ୍ମ ଆଡ଼େ ମୁହାଁଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା । ଏମିତିକି ଗତକାଲି ମାଡାମ ଶ୍ରୀମୟୀ କାଳେ ଶଙ୍ଖ ବଦଳରେ ପଦ୍ମକୁ ଭୋଟ୍ ଦେଇଥିବା କୁହାଯାଉଛି । ହେଲେ ଏହା କେତେ ସତ ସେ ହିଁ ଜାଣିଥିବେ । କିନ୍ତୁ ବିଜେଡି ସହ ତାଙ୍କ ପୂର୍ବପରି ସଂପର୍କ ନାହିଁ ବୋଲି କୁହାଯାଉଛି ।
ଶଙ୍ଖରେ ଏବେ କିଛି ଠିକଠାକ ନାହିଁ । କାରଣ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦଳ ଯାହାଙ୍କୁ ଟିକଟ ଦେବ ବୋଲି କହିଥିଲା ସେମାନଙ୍କୁ ଟିକଟ ଦେଲାନି । ତେଣୁ ସେମାନଙ୍କ ମନରେ ବିଦ୍ରୋହ ସୃଷ୍ଟି ହେଲା । ଖାଲି ବିଦ୍ରୋହ ସୃଷ୍ଟି ହେଲା ତାହା ନୁହେଁ ବରଂ ବିଜେଡି କେମିତି ପରାଜୟ ହେବ ସେନେଇ ରଣନୀତି ବି କଲେ । ଅସନ୍ତୋଷ ନେତାଙ୍କୁ ବୁଝାଇବାକୁ ବିଜେଡି ଚେଷ୍ଟା କରିନି ତାହା ନୁହେଁ ବରଂ ଅନେକ ଚେଷ୍ଟା କରିଛି । ହେଲେ ତାହା ଫଳପ୍ରଦ ହୋଇନି । ଏଇ ଯେମିତିକି ନିମାପଡାର ବିଧାୟକ ସମୀର ରଂଜନ ଦାସ । ଲଗାତାର ତିନିତିନି ଥରର ବିଧାୟକ । ଦଳ ପୁଣି ତାଙ୍କୁ ମନ୍ତ୍ରୀ ପଦ ଦେଇଥିଲା ।
ହେଲେ ଏମିତି କଣ ହେଲା କେଜାଣି ତାଙ୍କର ଟିକଟ କାଟିଦେଲା । କୁହାଯାଉଛି କି ସେ ସ୍ଵାଭିମାନୀ ଥିଲେ, ପାଣ୍ଡିଆନଙ୍କ କଥାରେ ଉଠବସ ହେଉନଥିଲେ । ତେଣୁ ତାଙ୍କର ଟିକଟ କଟଗଲା । ଟିକଟ କାହିଁକି କଟାଗଲା ସେନେଇ ସୁପ୍ରିମୋଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ହେଲେ ନବୀନ ବାବୁ ତାଙ୍କୁ ସମୟ ଦେଲେନି ବୋଲି କୁହାଗଲା । ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗ ଦେଲେ । ଠିକ୍ ସେମିତି ଭୁବନେଶ୍ଵରରୁ ଶ୍ରୀମୟୀଙ୍କୁ ଦଳ ଟିକଟ ଦେବ ବୋଲି କହିଥିଲା । ସେ ପ୍ରଚାର ବି କରୁଥିଲେ, ହେଲେ ଶେଷ ମୁହୂର୍ତ୍ତରେ ତାଙ୍କର ଟିକଟ କଟାଗଲା । ଖାଲି ଟିକଟ କଟାଗଲା ତାହା ନୁହେଁ ବରଂ ଅଲୋଡା ବି କରାଗଲା ।
📱 Get Argus News App
✨ଭୁବନେଶ୍ଵରରେ ବିଜେଡି କାଳେ ଏଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବ ବୋଲି ନିଷ୍ପତ୍ତି ନେଇଥିଲା । ଶ୍ରୀମୟୀଙ୍କ ନାଁରେ ବି ବହୁମତ ଥିଲା । ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କ ନାଁ ବି ଘୋଷଣା କରିଦେଇଥିଲେ । ହେଲେ ତାଙ୍କୁ ଦଳ କାହିଁକି ଟିକଟ ଦେଲାନି ? କାହାର ଆକ୍ରୋଶର ଶିକାର ହେଲେ ଶ୍ରୀମୟୀ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଏବେ ସେ ଦଳରୁ ଦୂରେଇ ରହିବା ସହ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।