Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କହୁ କହୁ ସତ କହିଦେଲେ ମନ୍ତ୍ରୀ ଟୁକୁନି ସାହୁ

Odisha

କହୁ କହୁ ସତ କହିଦେଲେ ମନ୍ତ୍ରୀ ଟୁକୁନି ସାହୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କହୁ କହୁ ସତ କହିଦେଲେ ମନ୍ତ୍ରୀ ଟୁକୁନି ସାହୁ

Key Points

  • କହୁ କହୁ ସତ କହିଦେଲେ ମନ୍ତ୍ରୀ ଟୁକୁନି ସାହୁ
  • ଟୁକୁନିଙ୍କ ଜିଦ୍‌ ସାମ୍ନାରେ ଧୋଇଗଲା ପଦ୍ମପୁରବାସୀଙ୍କ ସ୍ଵପ୍ନ
  • ପୁଣି ଧରାପଡ଼ିଲା ନବୀନଙ୍କ ଡବଲ ଦୋମୁହାଁନୀତି

ଅର୍ଗସ ବ୍ୟୁରୋ : ପଦ୍ମପୁର ଜିଲ୍ଲା ନହେବା ପଛରେ କେବଳ ମନ୍ତ୍ରୀ ଟୁକୁନି ସାହୁ । ହଁ...ଠିକ୍‌ ଶୁଣିଲେ...କେବଳ ଏଇ ଜଣଙ୍କ ଲାଗି ହିଁ ଅଧାରେ ରହିଗଲା ପଦ୍ମପୁର ଜିଲ୍ଲା ହେବାର ସ୍ଵପ୍ନ । ଉପ-ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଆଗରେ କଣ୍ଟା ସାଜିଲେ ଟିଟିଲାଗଡ଼ ବିଧାୟିକା ଟୁକୁନି ? ଏ କଥା ଆମେ ନୁହେଁ ବରଂ ସଭାରେ, ଜନ-ସାଧାରଣଙ୍କ ସାମ୍ନାରେ ହିଁ ନିଜ ମୁହଁରେ ସ୍ଵୀକାର କରିଛନ୍ତି ଟୁକୁନି । ଯାହାକୁ ନେଇ ଏବେ ଚର୍ଚ୍ଚା ।

ସ୍ଥାନ: ଟିଟିଲାଗଡ଼, ଅବସର ଥିଲା ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା । ହେଲେ ସେହି ମଞ୍ଚ ଉପରେ କଥା ଛଳରେ ସତ ଓଗାଳିଦେଲେ ମନ୍ତ୍ରୀ ଟୁକୁନି ସାହୁ । କହିଥିଲେ, ପଦ୍ମପୁର ଜିଲ୍ଲା ହୋଇଥିଲେ, ମୁଁ ଆଗ ଇସ୍ତଫା ଦେଇଥାନ୍ତି । ଯିଏ କହୁଛନ୍ତି ଟୁକୁନି ସାହୁ ଜିଲ୍ଲା କରିପାରିଲେନି, ତାଙ୍କୁ କହିବି, ଜିଲ୍ଲା ଯଦି ଓଡ଼ିଶାରେ ହୋଇଥାନ୍ତା ମୁଁ ପ୍ରଥମେ ଇସ୍ତଫା ଦେଇଥାନ୍ତି । ଯଦି ପଦ୍ମପୁର ଜିଲ୍ଲା ହେବ, ଟିଟିଲାଗଡ଼ ହେବନି, ମୁଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ' ଇସ୍ତଫା ପତ୍ର ଦେଇଦେଇଥାନ୍ତି । ହେଲେ ଏଇଠି ପ୍ରଶ୍ନ, ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ଜଣଙ୍କ ପାଇଁ ବନ୍ଦ ହୋଇଗଲା କି ?

ପଶ୍ଚିମ ଓଡ଼ିଶାର ମନ୍ତ୍ରୀ । ପୂର୍ବରୁ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚରେ ମୁହଁ ଖୋଲି ବିବାଦୀୟ ହୋଇଥିଲେ ଏବେ ପୁଣି ଥରେ ପଦ୍ମପୁର ଜିଲ୍ଲାକୁ ନେଇ ମୁହଁ ଖୋଲି ଚର୍ଚ୍ଚାରେ । କାରଣ ଗତ ଫେବ୍ରୁୟାରୀ ୧୯ରେ ମୁଖ୍ୟମନ୍ତ୍ରୀ ନିଜେ କଥା ଦେଇଥିଲେ ୨୦୨୩ ଡିସେମ୍ୱର ସୁଦ୍ଧା ପଦ୍ମପୁର ଜିଲ୍ଲା ହେବ। କିନ୍ତୁ ଡିସେମ୍ୱରରେ ବି ମିଳିଲାନି ମାନ୍ୟତା । ଉପନିର୍ବାଚନବେଳେ ଦୁଇ ଦୁଇ ଥର ନବୀନ ପଦ୍ମପୁରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୂରଣ ହୋଇପାରିଲାନି। ହେଲେ କେଉଁଠି ରହିଲା ସମସ୍ୟା ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଟୁକୁନିଙ୍କ ପ୍ରତିକ୍ରିୟା ଏବେ ବଢାଇଛି ଚର୍ଚ୍ଚା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ପଦ୍ମପୁର ସହ ୨୫ଟି ସ୍ଥାନରୁ ଜିଲ୍ଲା ପ୍ରସ୍ତାବ ଆସିଥିବା ବିଧାନସଭାରେ ତଥ୍ୟ ରଖିଥିଲେ ରାଜ୍ୟ ସରକାର। ସରକାର ଉପଯୁକ୍ତ ସମୟରେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିଥିଲେ । ତେବେ ଟୁକୁନିଙ୍କ ମନ୍ତବ୍ୟ ପଛରେ ଯଦି ସତ୍ୟତା ଥାଏ, ତା’ହେଲେ କ’ଣ ରାଜନୈତିକ ଗୋଟି ଚାଳନା ଥିଲା କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ? ଆନ୍ତରିକତା ନ ଥାଇ ଭୋଟ୍ ପାଇଁ ଚାଲ୍ ଚଳାଇ ଧୂଆଁବାଣ ମାରୁଥିଲେ କି ରାଜ୍ୟ ସରକାର ? ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ପଛରେ କାରଣ କଣ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ଏନେଇ ଟୁକୁନି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
 

Argus Whatsapp Channel Mobile Top
Sponsored
BJD Leader Tukuni Sahu | Argus News