|
logo
Live

Argus News - ପାଣ୍ଡିଆନଙ୍କର ଯାଉନି ବାବୁଠାଣୀ

Odisha

ପାଣ୍ଡିଆନଙ୍କର ଯାଉନି ବାବୁଠାଣୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଣ୍ଡିଆନଙ୍କର ଯାଉନି ବାବୁଠାଣୀ

Key Points

  • ପାଣ୍ଡିଆନଙ୍କର ଯାଉନି ବାବୁଠାଣୀ
  • ଚାକିରି ଗଲା ପଦ ବି ଗଲା ହେଲେ ପାୱାର ଯାଉନି
  • ଗାଡି ଲାଗୁ ଲାଗୁ ନମସ୍କାର ଓ ସାଲ୍ୟୁଟ୍‌ ମାରି ପୋତି ପକାଇଲେ ବଡ଼ ବାବୁ

ଅର୍ଗସ ବ୍ୟୁରୋ : ବିଜେଡି ନେତା ପାଣ୍ଡିଆନଙ୍କର କମୁନି ବାବୁଠାଣୀ । ଚାକିରି ଗଲା, ପଦ ଗଲା...ହେଲେ ପାୱାରର ମୋହ ଛାଡି ପାରୁନାହାନ୍ତି ସିଏ । ସେଇଥି ଲାଗି ତ ଗତକାଲି କଟକ ମେଡ଼ିକାଲରେ ପହଞ୍ଚିବା ପରେ ନେତାଙ୍କ ପଛେ ପଛେ ଏମିତି ଧାଇଁଥିଲେ ବଡ ଅଫିସର । କିନ୍ତୁ ବିଜେଡି ନେତାଙ୍କ ପଛରେ ଅଫିସରମାନେ କାହିଁକି ଧାଇଁଥିଲେ ତାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ ଯେଉଁ ଅଫିସରମାନେ ବିଜେଡି ନେତାଙ୍କ ସେବାରେ ବ୍ୟସ୍ତ ଅଛନ୍ତି ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ବି ଏବେ ପ୍ରଶ୍ନ ଘେରରେ । 

ବିଜେଡି ନେତା ତଥା ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ଥମୁନି ଚର୍ଚ୍ଚା । କାରଣ ଯାଜପୁର ବସ ଦୁର୍ଘଟଣାରେ ଆହତଙ୍କୁ ଭେଟିବାକୁ ଗତକାଲି ଏସସିବି ମେଡିକାଲ ଯାଇଥିଲେ ଭି.କେ ପାଣ୍ଡିଆନ । ହେଲେ ସେହି ଗସ୍ତ ସମୟରେ ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ, କଟକ ଏସସିବିର ଜଣେ ଡାକ୍ତର ଓ କଟକ ଚୌଦ୍ଵାର ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ଵାଳ । ହେଲେ ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ବେଳେ ହୋଇଥିବା ପରେ ବି ବିଜେଡି ନେତାଙ୍କ ସହ ଅଫିସର କେମିତି ରହିଲେ ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ସାଧାରଣ ନିର୍ବାଚନ ଲାଗି ରାଜ୍ୟରେ ଲାଗୁ ହୋଇଛି ନିର୍ବାଚନ ଆଦର୍ଶ ଆଚରଣ ବିଧି । କିନ୍ତୁ ଏହି ନିୟମକୁ ସତେ ଯେମିତି ମାନିବାକୁ ରାଜି ନାହାନ୍ତି ପାଣ୍ଡିଆନ । କାରଣ ପାଣ୍ଡିଆନଙ୍କ ଗସ୍ତ ଲାଗି କଟକ ଏସସିବିରେ କମିଶନରେଟ ପୋଲିସ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଖାଲି ଏତିକି ନୁହେଁ ବରଂ ପ୍ରଶ୍ନ କରିଛି, ବିଜେଡି ନେତା ପାଣ୍ଡିଆନଙ୍କ ସଙ୍ଗେ କାହିଁକି ଗଲେ ବାବୁ ? କାହିଁକି ବିଜେଡି ନେତାଙ୍କୁ ଏମିତି ସୁରକ୍ଷା ଦିଆଯାଇଛି ? କଣ ପାଇଁ ଏତେ ଆତିଥ୍ୟ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ ଥମିବାରେ ନା ନେଉନି ବିବାଦ । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିବାଦ ସେତିକି ସେତିକି ବଢୁଛି । ଏମିତିକି ବିଜେପିର ଅଭିଯୋଗ ପରେ ତାଙ୍କର ପଦବୀ ଯିବା ସହିତ ଫାଇଭ-ଟି ୱେବସାଇଟରୁ ସବୁ ତଥ୍ୟ ବ୍ଲାଙ୍କ କରିଦେଇଥିଲେ ସରକାର । କିନ୍ତୁ ଗତକାଲି ପାଣ୍ଡିଆନଙ୍କୁ ଯେମିତି ଭାବରେ ପୋଲିସ ସୁରକ୍ଷା ଦିଆଗଲା ତାହାକୁ ନେଇ ଏବେ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ରାଜ୍ୟ ସରକାର ।
 

Sponsored
ପାଣ୍ଡିଆନଙ୍କର ଯାଉନି ବାବୁଠାଣୀ | Argus News