|
logo
Live
Argus News App
GET APP

Argus News - ସରକାରୀ ନିୟମକୁ ଭାଙ୍ଗିଲେ ପାଣ୍ଡିଆନ

Odisha

ସରକାରୀ ନିୟମକୁ ଭାଙ୍ଗିଲେ ପାଣ୍ଡିଆନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସରକାରୀ ନିୟମକୁ ଭାଙ୍ଗିଲେ ପାଣ୍ଡିଆନ

Key Points

  • ସରକାରୀ ନିୟମକୁ ଭାଙ୍ଗିଲେ ପାଣ୍ଡିଆନ
  • ପ୍ରଧାନଶିକ୍ଷୟିତ୍ରୀଙ୍କୁ ଧମକାଇ ଅନୁମତି ନେଇଥିବା ଅଭିଯୋଗ
  • କାର୍ଯ୍ୟାନୁଷ୍ଠାନ କେବେ ?

ଅର୍ଗସ ବ୍ୟୁରୋ : ଆକାଶରେ ଉଡ଼ିଉଡ଼ି ଆସିଲେ, ସଭା ମଂଚରେ ଲମ୍ବା ଚଉଡା ଭାଷଣ ଦେଲେ । ହେଲେ ଏହି ସଭା ପାଇଁ ଦରକାର ଥିବା ଅନୁମତି ନେଇନଥିଲେ ପାଣ୍ଡିଆନ । ପାର୍ଟି ପାୱାରରେ ଥିବାରୁ ମନଇଚ୍ଛା ସଭାସମିତି କରୁଛନ୍ତି ପାଣ୍ଡିଆନ । କିନ୍ତୁ ହାଇସ୍କୁଲ ପଡ଼ିଆରେ ସେ ବିନା ଅନୁମତିରେ କେମିତି ସଭା କଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି କି, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଧମକ ଦିଆଯାଇ ସ୍କୁଲ ପଡିଆରେ ସଭା କରାଯାଇଛି । ଯଦି ଅଭିଯୋଗ ସତ ହୋଇଥାଏ ତାହାଲେ ସାଙ୍ଘାତିକ ।

ପୂରା ଦେଶରେ ଲାଗୁ ହୋଇଛି ନିର୍ବାଚନ ଆଦର୍ଶ ଆଚରଣ ବିଧି । ନିୟମ ଅନୁସାରେ ଦଳୀୟ ନେତା ଯେଉଁ ସ୍ଥାନରେ ନିର୍ବାଚନୀ ସଭା କରିବେ , ପ୍ରଥମେ ଆବଶ୍ୟକୀୟ ଅନୁମତି ନେବେ । ହେଲେ ବିଜେଡିର ନମ୍ବର-୨ ନେତା ପାଣ୍ଡିଆନ ବୋଧହୁଏ ନିୟମ ବାହାରେ । କାରଣ ଗତ ୨୦ ତାରିଖରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀରେ ଅପରାହ୍ନରେ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା । ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ବିଜେଡି ସଭା କରିଥିଲା । ତାହା ପୁଣି ହାଇସ୍କୁଲ ପଡିଆରେ । ସଭା କରିବା ଅପରାଧ ଆମେ ଆଦୌ କହୁନାହୁଁ । ହେଲେ ବିନା ଅନୁମତିରେ କେମିତି ହାଇସ୍କୁଲ ପଡିଆରେ ସଭା ହେଲା ସେନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ । ଅଭିଯୋଗ ହୋଇଛି, କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ କିମ୍ବା ଜନସଭା ଆଗରୁ Single Window ବ୍ୟବସ୍ଥାରେ ଅନଲାଇନ ଆବେଦନ କରିବାକୁ ପଡ଼େ । ଅନୁମତି ମିଳିବା ପରେ ସଭା ହୁଏ । ହେଲେ ପାଣ୍ଡିଆନଙ୍କ କ୍ଷେତ୍ରରେ ସେମିତି କିଛି ହୋଇନଥିଲା ।

ସରକାରୀ ନିୟମ ଅନୁସାରେ, ସ୍କୁଲର ଖେଳ ପଡିଆକୁ ରାଜନୈତିକ ସଭାରେ ବ୍ୟବହାର କରାଯିବ ନାହିଁ । ହେଲେ ଏଇଠି କେମିତି ହେଲା ? ଖୋଳତାଡ଼ କରିବା ପରେ ଜଣାପଡିଛି କି, ସଭା ପାଇଁ କୌଣସି ଲିଖିତ ଅନୁମତି ଦିଆଯାଇନାହିଁ । କେବଳ ଚାପରେ ପଡି ପ୍ରଧାନଶିକ୍ଷୟିତ୍ରୀ ମୌଖିକ ଭାବରେ ଅନୁମତି ଦେଇଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ସୁରମା ମହାପାତ୍ରଙ୍କ ଫୋନ କଲରୁ ସ୍ପଷ୍ଟ ହୋଇଛି । ଏପଟେ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି, କାର୍ଯ୍ୟକ୍ରମ ଲାଗି ଆମେ କୌଣସି ଅନୁମତି ଦେଇନାହୁଁ, ଏନେଇ ସେ ମଧ୍ୟ କିଛି ଜାଣିନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ବିଜେଡି ଦୀର୍ଘ ୨୫ ବର୍ଷ ହେଲାଣି ଶାସନ କ୍ଷମତାରେ ରହିଥିବାରୁ ସରକାରୀ ନିୟମକୁ ଖାତିର କରୁନଥିବା ଅନେକ ସମୟରେ ଅଭିଯୋଗ ହେଉଛି । ଖାଲି ଅଭିଯୋଗ ହେଉଛି ତାହା ନୁହେଁ ବରଂ କେନ୍ଦ୍ରାପଡା ଡେରାବିଶରେ ଯେଉଁ ଘଟଣା ଘଟିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ନିୟମ ମାନିବାକୁ ପାଣ୍ଡିଆନ ଆଦୌ ଆଗ୍ରହୀ ନାହାନ୍ତି । ତେବେ ସମୟ କହିବ କେବେ ନିର୍ବାଚନ କମିଶନ ଏନେଇ ଗ୍ରହଣ କରୁଛନ୍ତି କାର୍ଯ୍ୟାନୁଷ୍ଠାନ ।
 

Sponsored
ସରକାରୀ ନିୟମକୁ ଭାଙ୍ଗିଲେ ପାଣ୍ଡିଆନ | Argus News