Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ମିଶନଶକ୍ତି ମହିଳା

Odisha

ବିଜେଡି ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ମିଶନଶକ୍ତି ମହିଳା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ମିଶନଶକ୍ତି ମହିଳା

ଅର୍ଗସ ବ୍ୟୁରୋ : ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଗଲେ ମିଶନ ଶକ୍ତି ମହିଳା ? ଖାଲି ଘେରିଗଲେ ତାହା ନୁହେଁ ବରଂ ଏସନ ଗୋଟିଏ ହେଲେ ବି ଭୋଟ ବିଜେଡିକୁ ଯିବନି ବୋଲି ରୋକଠୋକ କହିଦେଲେ । ବିଧାୟକ ପ୍ରାର୍ଥୀ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି କେହି କିଛି ବୁଝିବା ପରିସ୍ଥିତିରେ ନାହାନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମିଶନ ଶକ୍ତିର ଭୋଟ ପାଇବନି ବିଜେଡି ।

ବିଜେଡିର ବଡ଼ ଭୋଟ ବ୍ୟାଙ୍କ ମିଶନ ଶକ୍ତି । କେବଳ ଏମାନଙ୍କ ଲାଗି ଲକ୍ଷାଧିକ ଭୋଟ ପାଉଥିଲା ବିଜେଡି । ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷ ଭାବରେ ହେଉ, ଏମାନଙ୍କ ଲାଗି ହିଁ ରାଜ୍ୟରେ ସରକାର କରିପାରୁଥିଲା ବିଜେଡି । ହେଲେ ସେମାନେ ହିଁ ବିଜେଡିଠୁ ମୁହଁ ଫେରାଇ ଦେଇଥିବାରୁ ନବୀନଙ୍କ ଚିନ୍ତା ଦ୍ଵିଗୁଣିତ ହେଲାଣି । କାରଣ ଏ ଖବର ସେଇଠୁ ଆସିଛି ଯେଉଁଠି ପ୍ରବଳ ଗୋଷ୍ଠୀ କନ୍ଦଳ ଥିବାରୁ ବିଜେଡିର ଲୋକପ୍ରିୟତା କମିଛି । ଆଉ ୨୯ରେ କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି ଖୋଦ ପିଏମ ମୋଦି । ତେଣୁ ମିଶନ ଶକ୍ତି ମହିଳାଙ୍କୁ ବୁଝାଇବାକୁ କୌଣସି ମୌକା ଛାଡିନି ବିଜେଡି । ହେଲେ ହେବ କଣ ? କର୍ମୀ ବୁଝିବାକୁ ନାରାଜ ।

ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କୁ SHG ମହିଳା ଜୋରଦାର ବିରୋଧ କରିଥିଲେ । ଖାଲି ବିରୋଧ କରିଥିଲେ ତାହା ନୁହେଁ ବରଂ ୨ ଘଣ୍ଟା ଧରି ପ୍ରଶ୍ନ ବାଣରେ ଘାଇଲା କରିଥିଲେ । କହିଥିଲେ, ୨୫ ବର୍ଷରେ କଣ କରିଛ ଆଗେ କୁହ, ପରେ ଭୋଟ ମାଗିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥା ହେଲା, ଶେଷ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ସପ୍ତାହେ ସମୟ ଥିବା ବେଳେ ପ୍ରଚାର ମଇଦାନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଡେରାବିଷ ଅଂଚଳରେ ଭିନ୍ନଭିନ୍ନ ସ୍ଥାନରେ ବିରୋଧ ହେଉଛି । ଏମିତିକି ଟାଉଟରୀ କଥାବାର୍ତ୍ତା ନକରି କାମ କଣ କରିଛ ତାହାର ହିସାବ ମାଗିଲେଣି ଲୋକେ । ଆଉ ଗ୍ରାଉଣ୍ଡରେ ଏମିତି ବିଷମ ସ୍ଥିତି ଉପୁଯିବ ବୋଲି ବିଜେଡି କେବେ କଳନା କରିନଥିଲା । ହେଲେ ଏବେ ଯେଉଁ ସ୍ଥିତି ହେଲା, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଉପକୂଳରେ ବିଜେଡି ହାରିବା ସ୍ପଷ୍ଟ ।
 


 

Raja Festival
Sponsored
BJD leader | Argus News