Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ନେତାଙ୍କ କଳିରେ ପଡ଼ୁନି ଯବନିକା, ଜଣେ ଜଣଙ୍କ ଗୋହି ଖୋଳିବାରେ ବ୍ୟସ୍ତ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ନେତାଙ୍କ କଳିରେ ପଡ଼ୁନି ଯବନିକା, ଜଣେ ଜଣଙ୍କ ଗୋହି ଖୋଳିବାରେ ବ୍ୟସ୍ତ !
Debasish Samantray - Prabhat Biswal

Key Points

ଦେବାଶିଷଙ୍କୁ ସମାଲୋଚନା କରି ପ୍ରଭାତ ବିଶ୍ୱାଳ କହିଛନ୍ତି, 'ସେ କେଉଁଭଳିଆ ନେତା, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି ।'

BJDରେ ଆଉ ଦୁଇ ନେତାଙ୍କ ମଧ୍ୟରେ ପ୍ରବଳ କଳି । ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ବାଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ । ଏମିତିକି ବ୍ୟକ୍ତିଗତ ସ୍ତରକୁ ଯାଇ ଦେବାଶିଷଙ୍କୁ ସମାଲୋଚନା କଲେ, ପ୍ରଭାତ । ଦୁଇ ବରିଷ୍ଠ ତଥା ପୁରୁଖା ନେତାଙ୍କ ମଧ୍ୟରେ ଏଭଳି କଳି ଦେଖି କଟକବାସୀ ବି ଛାନିଆ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏବେ ବିଜେଡି ଗତି କେଉଁ ଆଡ଼କୁ ଯାଉଛି ? ବିଜେଡିର ବାସ୍ତବ ସ୍ଥିତି କ'ଣ ? ଏମିତି ଚାଲିଲେ କ'ଣ ଆଗକୁ ବିଜେଡି ରହିବ ? ବିଜେଡିକୁ କ'ଣ ଭରସା କରି ଦଳରେ ରହି ହେବ ?

ଦେବାଶିଷଙ୍କୁ ସମାଲୋଚନା କରି ପ୍ରଭାତ ବିଶ୍ୱାଳ କହିଛନ୍ତି, 'ସେ କେଉଁଭଳିଆ ନେତା, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି ।' ଦେବାଶିଷଙ୍କ ନାଲି ବାବା ଆକ୍ଷେପ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ । ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ସହ ଦେବାଶିଷ ମଧ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେ ସିଧା ସିଧା ଆକ୍ଷେପ କରିଛନ୍ତି । ସେମାନଙ୍କ ପାଇଁ ମୁଁ ଆଜି ଲାଲ ପୋଷାକ ପିନ୍ଧୁଛି । ଦେବାଶିଷ ବିଭିନ୍ନ ସଂସ୍ଥାରୁ ଚାନ୍ଦା ନେଇ ରାଜନୀତି କରନ୍ତି ଏବଂ ତାହାର ପ୍ରମାଣ ଅଛି ବୋଲି କହିଛନ୍ତି ପ୍ରଭାତ ।

ଅନ୍ୟପଟେ ପ୍ରଭାତ ବିଶ୍ୱାଳ ନିଜ ପୁଅକୁ ବାଟ ଛାଡ଼ୁ ନାହାନ୍ତି ବୋଲି ଦେବାଶିଷ ଯେଉଁ ଆକ୍ଷେପ କରିଛନ୍ତି, ତାହାର ମଧ୍ୟ ଜବାବ ରଖିଛନ୍ତି । ଯଦି ପୁଅକୁ ବାଟ ଛାଡୁନି ଦୁଇ ଥର ବିଧାୟକ ହେଲା କିପରି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ସେ ନିଜେ କୌଣସି ପଦପଦବୀରେ ନଥାଇ ସରକାରୀ କାର୍ଯ୍ୟକ୍ରମକୁ ଯାଉଥିଲେ । ପାଣ୍ଡିଆନଙ୍କୁ ପୂର୍ବରୁ ଗାଳି ଦେଉଥିବା ଆରୋପର ମଧ୍ୟ ଜବାବ ରଖିଲେ । ମୁଁ ପାଣ୍ଡିଆନଙ୍କୁ ପୂର୍ବରୁ କେବେ ଗାଳି ଦେଇନି, ସେ ଭୁଲ କହିଛନ୍ତି । ୨୦୧୩ରେ ଏକ ପ୍ରସଙ୍ଗକୁ ନେଇ ତାଙ୍କୁ ମୁଁ ପାଟି କରିଥିଲି । ସୁଜାତା କାର୍ତ୍ତିକେୟନ ରାଜ୍ୟସଭା ଯିବାରେ କୌଣସି ଅସୁବିଧା ନାହିଁ' ।

ସୂଚନାଯୋଗ୍ୟ, ରବିବାର ପ୍ରଭାତ ବିଶ୍ୱାଳକୁ ନାଲି ବାବା କହି ତାତ୍ସଲ୍ୟ କରିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାଏ ।

ସେପଟେ ବିଜେଡିରେ ଏବେ ଛାତ୍ର ଓ ଯୁବ ଗୋଷ୍ଠିରେ ମଧ୍ୟ ଅସମ୍ଭାଳ ଅସନ୍ତୋଷ ଦେଖିବାକୁ ମିଳିଛି । କଟକରେ BYJD ଓ BCJD କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ । ଉପସଭାପତି ପଦ ପାଇଥିବା ସୁମନ ବେହେରାଙ୍କ ପ୍ରତିକ୍ରିୟା । କହିଲେ, ‘ଛାତ୍ର ଓ ଯୁବ ନେତାଙ୍କ ପ୍ରତି ଅନ୍ୟାୟ ହୋଇଛି । କିଛି କୁଚକ୍ରୀ ଗୋଷ୍ଠୀ ଅନେକ ଯୁବ ଓ ଛାତ୍ର ନେତାଙ୍କ ନାଁ କାଟିଛନ୍ତି । ଏହା ବିଜୁ ଜନତା ଦଳର କ୍ଷତି କରିବ, ସୁପ୍ରିମୋଙ୍କୁ ଅବଗତ କରିବୁ । ଦଳ ପାଇଁ ଅନେକ ମାଡ଼ ଖାଇଛୁ, ସଂଘର୍ଷ କରିଛୁ । କିଛି ବାହାର ଛାତ୍ର ନେତାଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଜାଣିଶୁଣି ନାଁ କାଟିବା ଦୁଃଖଦାୟକ । ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Politics | BJD leaders are busy digging up each other's graves every day! | Argus News