ବିକାଶ ନାଁରେ ଏଇଠି ବିନାଶ ଚାଲୁଛି ! ବିଜେଡି ପ୍ରତିଷ୍ଠା ଦିବସ ପାଳୁଛି ?

Key Points
- ଓଡ଼ିଆଙ୍କ ଅସ୍ମିତାର କଥା ବିଜେଡି ନକହୁ
- ଦଳ ପରିଚାଳିତ ହେଉଛି ତାମିଲବାବୁଙ୍କ ହାତରେ
- ରିମୋର୍ଟ ପାଣ୍ଡିଆନଙ୍କ ହାତରେ, ନାଚୁଛନ୍ତି ନେତାଏ
ଅର୍ଗସ ବ୍ୟୁରୋ: ବିଜେଡି ଆଉ ଓଡ଼ିଆଙ୍କ ବଳ ହୋଇନାହିଁ । ଏବେ ବିଜୁ ଜନତା ଦଳ ଓଡ଼ିଆଙ୍କ କାଳ ହେଲାଣି । ଦଳ ଯେବେ ଗଠନ ହୋଇଥିଲା ସେତେବେଳେ ଓଡ଼ିଆଙ୍କ ଅସ୍ମିତାର କଥା କହି ଦଳ ଗଠନ ହୋଇଥିଲା । କେତେ କଣ ସ୍ଵପ୍ନ ଦେଖାଇ ଶାସନ କ୍ଷମତାକୁ ଆସିଥିଲା । ଆଉ ଏହାରି ଭିତରେ ୨୪ ବର୍ଷ ହେଲାଣି । ଶାସନ ଡୋରି ଜଣଙ୍କ ହାତରେ ରହିଛି । ହେଲେ ବିକାଶ କଣ ହେବ ବରଂ ବିନାଶ କରିବାରେ ବ୍ୟସ୍ତ ରହିଯାଇଛନ୍ତି ବିଜେଡି ସରକାର । ଆଉ କୋଉ ମୁହଁରେ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।
ବିଜୁ ଜନତା ଦଳ ନୁହେଁ ଏହା ଏବେ ବିଫ୍ ଜନତା ଦଳ । ଯେତେବେଳେ ଏହା ପ୍ରତିଷ୍ଠା ହୋଇଥିଲା ଓଡ଼ିଆ ସ୍ୱାଭିମାନ, ଓଡ଼ିଆର ଅସ୍ମିତା କଥା କହି ହୋଇଥିବା ବେଳେ ଦଳରେ ଏବେ ତାହା ନାହିଁ । ଦଳ ଏବେ ଜଣେ ଅଣ-ଓଡ଼ିଆ ଅଫିସରଙ୍କ ହାତରେ ନିୟନ୍ତ୍ରଣରେ ଅଛି ବୋଲି କହିଛି ବିଜେପି । ବିଜେଡିରେ ଏବେ କାଳେ ନବୀନ ବାବୁଙ୍କର ଯେତିକି କାଟତି ନାହିଁ ପାଣ୍ଡିଆନଙ୍କର ସେତିକି କାଟତି ରହିଛି । ଏବେର ନେତା, ପୂର୍ବର ନେତାଙ୍କ ମଧ୍ୟରେ ବି ଆକାଶପାତାଳ ଫରକ ରହିଛି । ଏମିତିକି ଦଳରେ ଥିବା ଅନେକ ପୁରୁଣା ନେତା ବିଜୁ ବାବୁଙ୍କ ସହ କାମ କରିଛନ୍ତି । ମାତ୍ର ସେମାନେ କୁହନ୍ତୁ ବିଜୁ ବାବୁଙ୍କ ସମୟରେ ସ୍ଥିତି କଣ ଥିଲା ଆଉ ଏବେ କଣ ଅଛି ? ସେମାନେ ଚାହିଁଲେ ବି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ପାରିବେ କି ? ଏତେ ବର୍ଷର ଶାସନ ଭିତରେ ବିଜେଡି ନେତା ମନ୍ତ୍ରୀ ଧନୀ ହୋଇଛନ୍ତି ମାତ୍ର ଗରିବ ହୋଇଛନ୍ତି ରାଜ୍ୟବାସୀ । ଆଞ୍ଚଳିକ ଦଳ ଆର୍ଥିକ ପ୍ରଗତି କରିଛି ମାତ୍ର ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନିଯୁକ୍ତିଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ପଛରେ ଓଡ଼ିଶା ପଛରେ ପଡିଛି ବୋଲି ବିଜେପି ପ୍ରେସମିଟ୍ କରି ଅଭିଯୋଗ କରିଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜେଡିରେ ପାଣ୍ଡିଆନ ସାମିଲ ହେବା ପରଠାରୁ ବିବାଦ ଘେରରେ ଅଛନ୍ତି । ଚାକିରିରେ ଥିବା ପରେ ବି ରାଜ୍ୟ ସରକାରଙ୍କ ହେଲିକପ୍ଟରରେ ବୁଲିବୁଲି ରାଜସ୍ଵ ଖର୍ଚ୍ଚ କଲେ । ଆଉ ଶ୍ରୀମନ୍ଦିରରେ ବିଧର୍ମୀଙ୍କୁ ପଶାଇ ବିବାଦରେ ରହିଲେ । ଏହାପରେ ବି ବେଫିକର ବିଜୁ ଜନତା ଦଳ । ଆଉ ବେଫିକର ନବୀନ । ତେବେ ୨୪ ନିର୍ବାଚନରେ କେଉଁ ବିକାଶର ଗାଥା ନେଇ ଭୋଟ ମାଗିବାକୁ ଯିବ ଦଳ ତାହା ସମୟ କହିବ ।
