Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ସୁଜାତାଙ୍କ ଏଣ୍ଟ୍ରିକୁ ଚେକ୍‌ ଦେବାକୁ ଲିଙ୍ଗରାଜ ମନ୍ଦିରେ ବିଜେଡି ନେତାଙ୍କ ମେଳି !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ସୁଜାତାଙ୍କ ଏଣ୍ଟ୍ରିକୁ ଚେକ୍‌ ଦେବାକୁ ଲିଙ୍ଗରାଜ ମନ୍ଦିରେ ବିଜେଡି ନେତାଙ୍କ ମେଳି !
Sujata Pandian

Key Points

ବିଜେଡି କ୍ଷମତାରେ ଥିବା ବେଳେ ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ଥିବା ନେତା ଏବେ ପାଣ୍ଡିଆନ୍ ଆମ ନେତା ନୁହେଁ ବୋଲି ଖୋଲାଖୋଲି କହିଲେଣି।

ଡିସେମ୍ବର ୨୬ ପୂର୍ବରୁ ବିଜେଡିରେ ଜୋର ଧରିଲା ମେଳି ବନ୍ଧା ପଲିଟିକ୍ସ । ଝୁମୁକା ପରେ ଲିଙ୍ଗରାଜ ମନ୍ଦିରରେ ଭୋଜି ନାଁରେ ପୁଣି ମେଳି ବାନ୍ଧିଲେ ବିଜେଡି ନେତା । ପାଣ୍ଡିଆନଙ୍କୁ ଚେକ୍ ଓ ସୁଜାତାଙ୍କ ଏଣ୍ଟ୍ରିକୁ ହେଉଛି ତୀବ୍ର ବିରୋଧ । ସମ୍ବିତଙ୍କ ସ୍ୱରରେ ସ୍ୱର ମିଳାଇଲେ ପ୍ରମିଳା କହିଲେ ପାଣ୍ଡିଆନ ଆମ ନେତା ନୁହଁନ୍ତି ।

୧୯ ତାରିଖରେ ଭୁବନେଶ୍ବର ଉପକଣ୍ଠ ଝୁମୁକାରେ କିଛି ପୂର୍ବତନ ବିଧାୟକ ଭୋଜି ଭାତ ନାଁରେ ମେଳି କରିଥିଲେ । ଆଉ ୨୨ ତାରିଖ ସୋମବାର ଭୁବନେଶ୍ବର ଜିଲ୍ଲା ସଭାପତି ଅଶୋକ ପଣ୍ଡାଙ୍କ ଦ୍ୱାରା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରସାଦ ସେବନ ନାଁରେ ମେଳି ବାନ୍ଧିଲେ ବିଜେଡି ନେତା । ଯେଉଁଥିରେ ବରିଷ୍ଠଙ୍କ ସମେତ ଝୁମୁକା ମେଳିର ନେତା ବି ଉପସ୍ଥିତ ଥିଲେ । ତେବେ ଚର୍ଚ୍ଚା ହେଉଛି ଡିସେମ୍ବର ୨୬ ପ୍ରତିଷ୍ଠା ଦିବସରେ ସୁଜାତା ଏଣ୍ଟ୍ରି ଚର୍ଚ୍ଚାକୁ ଦେଖି ଦଳର ବଡ଼ ଗୋଷ୍ଠୀ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।

ବିଜେଡି କ୍ଷମତାରେ ଥିବା ବେଳେ ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ଥିବା ନେତା ଏବେ ପାଣ୍ଡିଆନ୍ ଆମ ନେତା ନୁହେଁ ବୋଲି ଖୋଲାଖୋଲି କହିଲେଣି। ସାଂସଦ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇ କହିଛନ୍ତି ସୁଜାତା ଯଦି ଦଳକୁ ଆସନ୍ତି ତେବେ ଏହା ରାଜନୈତିକ ଭୁଲ୍ ନିଷ୍ପତ୍ତି ହେବ। ପାଣ୍ଡିଆନଙ୍କ ଗ୍ରହଣୀୟତା ନଥିବାରୁ ଦଳର ବିପର୍ଯ୍ୟୟ ଘଟିଲା। ସେପଟେ ଗତକାଲି ବିଜେଡି ନେତା ସମ୍ବିତ ରାଉତରାୟ ପାଣ୍ଡିଆନ୍ ଆମ ନେତା ନୁହଁ କହିଥିବା ବେଳେ ଆଜି ତାକୁ ସମର୍ଥନ କରିଛନ୍ତି ଦଳର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ।

ସେପଟେ ଶ୍ରୀମୟୀ ସୋସିଆଲ୍ ମିଡିଆ ବ୍ୟଙ୍ଗ କବିତା ମାଧ୍ୟମରେ ମାରିଛନ୍ତି ତେରେଚ୍ଛା ବାଣ। ସୁଜାତାଙ୍କୁ ଏବେ ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ନବୀନ ଗ୍ରୀନ ସିଗନାଲ୍ ଦେଇନାହାଁନ୍ତି ବୋଲି ଶ୍ରୀମୟୀ ଲେଖିଛନ୍ତି। ନାଁ ନନେଇ ସେ ଲେଖିଛନ୍ତି, କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ବ । ଅର୍ଥାତ ଏବେ ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ମନା କରିଦେଇଛନ୍ତି ନବୀନ। ନାଁ ନନେଇ ପାଣ୍ଡିଆନଙ୍କ ସମେତ ସୁଜାତା କାର୍ତ୍ତିକେୟନ, ବବି ଦାସ ଓ ଅନ୍ୟ ନେତାଙ୍କୁ ଶ୍ରୀମୟୀ ତାତ୍ସଲ୍ୟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | BJD leaders gather at Lingaraj Temple in Bhubaneswar against Sujata Pandian's entry into the party! | Argus News