ବରିଷ୍ଠ ଠୁ ନେଇ କନିଷ୍ଠ ବିଜେଡିକୁ ସଭିଏଁ କରୁଛନ୍ତି ବାଏ ବାଏ

Key Points
ବିଜେଡିରେ ଅଣନିଶ୍ବାସୀ ହେଲେଣି ବରିଷ୍ଠ। ଦଳ ଛାଡୁଛନ୍ତି ଯୁବ ନେତୃତ୍ବ । ଦଳ ବିଚାରଧାରା ଠାରୁ ଦୂରେଇ ଯାଇଥିବାର ବି କରୁଛନ୍ତି ଅଭିଯୋଗ। ବିଜେଡି ବନାମ ବିଜେଡି ତାଲିକାରେ ଆଜି ଯୋଡି ହୋଇଛି ପ୍ରଫୁଲ୍ଲ ମଲ୍ଲିକଙ୍କ ନାମ।
ବିଜେଡିରେ ଅଣନିଶ୍ବାସୀ ହେଲେଣି ବରିଷ୍ଠ । ଦଳ ଛାଡୁଛନ୍ତି ଯୁବ ନେତୃତ୍ବ । ଦଳ ବିଚାରଧାରା ଠାରୁ ଦୂରେଇ ଯାଇଥିବାର ବି କରୁଛନ୍ତି ଅଭିଯୋଗ। ବିଜେଡି ବନାମ ବିଜେଡି ତାଲିକାରେ ଆଜି ଯୋଡି ହୋଇଛି ପ୍ରଫୁଲ୍ଲ ମଲ୍ଲିକଙ୍କ ନାମ । ଦଳକୁ ସିଧା ସିଧା ଚେତାବନୀ ଶୁଣାଇଛନ୍ତି ପ୍ରଫୁଲ୍ଲ । କହିଛନ୍ତି, ଠିକ ଢଙ୍ଗରେ ନ ଚାଲିଲେ ଦଳ ଠାରୁ ଦୂରେଇବି । ମୁଁ ଏବେ ବିଜେଡିରେ ଅଛି I କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଯଦି ଦଳ ଠିକ ନ ଚାଲେ ଦଳ ଠୁ ଦୂରେଇ ଯିବି। ଆହୁରି କହିଛନ୍ତି ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ପୂର୍ବ ବିଚାର ଧାରାରେ ଆଉ ଦଳ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ ।
ଦୁଇଟିକୁ ଛାଡିଦେଲେ ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି। ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡିକୁ ସଠିକ ଭାବେ ଚଳାଇବାକୁ ପଡିବ। ଯାହାର ଜବାବ ରଖିଛି ବିଜେଡି । ସେପଟେ ବିଜେଡି ଛାଡ଼ିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ। ଇସ୍ତଫା ପରେ ସମ୍ମିଳନୀ କରି ନିଜ ମନର କ୍ଷୋଭକୁ ପ୍ରକାଶ କରିଛନ୍ତି। ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ହରିଶଙ୍କର। କହିଛନ୍ତି ଯିଏ ପାଣ୍ଡିଆନଙ୍କ ଚାଟୁକାରିତା କଲା ସେମାନଙ୍କୁ ଦଳରେ ପଦପଦବୀ ମିଳିବ । ଯେଉଁମାନେ ତାଙ୍କ ସହ ସାଲିସ କରିବେ ନାହିଁ ତାଙ୍କୁ କଣଠେସା କରାଯାଉଛି।
📱 Get Argus News App
✨ନବୀନ ପଟ୍ଟନାୟକ ଦଳକୁ ଆଉଟସୋର୍ସିଂ କରି ପାଣ୍ଡିଆନଙ୍କ ହାତରେ ଟେକି ଦେଇଛନ୍ତି । ସେହିପରି ବେ କୋଟେରୀ ଗ୍ରୁପ ଦଳକୁ ବରବାଦ କଲା ବୋଲି ଅଭିଯୋଗ କରିଛନ୍ତି। ଏହା ସହ ବିଧାୟକ ବ୍ୟାମକେଶ ରାୟ ପାଣ୍ଡିଆନଙ୍କ ଚାମଚା ସାଜି ଦଳର ଛାତ୍ର ଓ ଯୁବ ନେତାଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ବୋଲି କହିଛନ୍ତି । ପୂର୍ବରୁ ଦେବାଶିଷ ସାମନ୍ତରାୟ, ରାଜା ସ୍ବାଇଁ, ବଦ୍ରି ପାତ୍ର, ଅଶୋକ ପଣ୍ଡା ଏବଂ ଭୂପିନ୍ଦର ସିଂ, ଅରୁଣ ସାହୁଙ୍କ ପରେ ଏବେ ପ୍ରଫୁଲ୍ଲ ମଲ୍ଲିକଙ୍କ ନିଶାନା ଦଳ ଭିତରେ ପାଣ୍ଡିଆନ ବିରୋଧୀ ଅସନ୍ତୋଷ ବଢିଥିବା ସ୍ପଷ୍ଟ କରୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।