Videos
|
Odisha

ବିଜେଡିର ଆୟୁଷ ବହୁତ କ୍ଷୀଣ:ଜୟ ନାରାୟଣ ମିଶ୍ର

Sangram Tripathy
Browse all articles by Sangram Tripathy
·1 year ago·1 min read
ବିଜେଡିର ଆୟୁଷ ବହୁତ କ୍ଷୀଣ:ଜୟ ନାରାୟଣ ମିଶ୍ର

ଅର୍ଗସ ବ୍ୟୁରୋ:୨୯ ପର୍ଯ୍ୟନ୍ତ ତିଷ୍ଠିବନି ବିଜେଡି। ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନ ସାମ୍ମାକୁ ଆସିଛି । କହିଛନ୍ତି ବିଜେଡିର ଆୟୁଷ ବହୁତ କ୍ଷୀଣ,ଦଳରେ ଦେଖାଦେଇଛି ନେତୃତ୍ବ ସଙ୍କଟ। ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତି କୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡିଥିବା କଥା କହୁଛନ୍ତି । ବିଜେଡିରେ ନେତୃତ୍ବ ସଙ୍କଟ ଦେଖା ଦେଇଛି । ଦଳକୁ କିଏ ଲିଡ଼ କରିବ କିଏ ନେତୃତ୍ବ ନେବ ଏହାକୁ ନେଇ ବିଜେଡି ନେତା ମାନେ ଚିନ୍ତିତ । ବିଜେଡିର ଅସ୍ତିତ୍ବ ପ୍ରତି ସନ୍ଦେହ ଜାତ ହେଉଛି । ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜ ରେ ଦେଇ  ଥିଲେ ସେଥିପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହି ପାରୁ ନାହାନ୍ତି । ତାଙ୍କ ଭିତରେ କଣ ବାୟୋଲୋଜି ଓ କେମେଷ୍ଟ୍ରି ଅଛି କେଜାଣି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ। ମୁନାଁ ଖାଁଙ୍କ ବୟାନ ଉପରେ ଜୟ ନାରାୟଣଙ୍କ କାଉଣ୍ଟର କରି ଆହୁରୀ ମଧ୍ୟ କହିଛନ୍ତି ଯିଏ ରାଜନୀତି ଗଣିତ ବୁଝି ନାହିଁ ସେ ଏମିତି ସବୁ କୁହନ୍ତି,ମୁନା ଖାଁ କହିଛନ୍ତି ୧୪ ବିଜେପି ବିଧାୟକ ବିଜେଡିରେ ଯୋଗ ଦେବାର ଅଛି। ଥମୁନି ବିଜେଡି ବିଜେପି ମଧ୍ୟରେ ତୁତୁ ମେଁ ମେଁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD lifespan is very short: Jai Narayan Mishra | Argus News