Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ଲୁଣ ଖାଇଛେ ନବୀନଙ୍କୁ ଭୋଟ ଦେବା 

Manini Pattanayak
Browse all articles by Manini Pattanayak
·2 years ago·1 min read
ନବୀନଙ୍କ ଲୁଣ ଖାଇଛେ ନବୀନଙ୍କୁ ଭୋଟ ଦେବା 

କେନ୍ଦ୍ରାପଡା: ଆପଣମାନଙ୍କୁ ଶଙ୍ଖାର ସିନ୍ଦୁର ରାଣ.. ଆପଣ ମାନଙ୍କୁ ନବୀନ ବାବୁଙ୍କ ରାଣ ସଂଙ୍ଖ ଚିହ୍ନରେ ଭୋଟ୍ ଦିଅ।  ଆମେ ନବୀନଙ୍କ ଲୁଣ ଖାଇଛେ ମାନେ ନବୀନଙ୍କ ଗଣଗାନ କରିବା.,  ବିଜେଡି କର୍ମୀ କିପରି ରାଣ ନିୟମ ପକାଇ ସଙ୍ଖକୁ ଭୋଟ ଦେବା ପାଇଁ  ସ୍ତ୍ରୀଲୋକମାନଙ୍କୁ ବାଧ୍ୟ କରିଛନ୍ତି।  ଏ ହେଉଛି ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା ବ୍ଲକଠାରେ ଅନୁଷ୍ଠିତ ମହିଳା ସମାବେଶର ଦୃଶ୍ୟ `।  ସମାବେଶରେ ଖୋଦ ମନ୍ତ୍ରୀ ପ୍ରତାପ ଦେବ ମଞ୍ଚରେ ଥିବା ବେଳେ ତାଙ୍କ ପ୍ରତିନିଧି ବିକାଶ ଦାସ ମହିଳା ସମାବେଶରେ ଯୋଗ ଦେଇଥିବା ମହିଳା ମାନଙ୍କୁ ଆଗାମୀ ନିର୍ବାଚନରେ ପ୍ରତାପ ଦେବଙ୍କୁ ଭୋଟ ଦେଇ ଜିତାଇବା ନିମନ୍ତେ ମହିଳା ମାନଙ୍କ ଶଙ୍ଖା ସିନ୍ଦୁର ରାଣ ପକାଉଛନ୍ତି l  ଯାହାକୁ ନେଇ ସମାବେଶ ଶେଷରେ ଅନେକ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ସେହିପରି ଆଳି ବ୍ଲକର ଗୋବିନ୍ଦପୁର ଠାରେ ଅନୁଷ୍ଠିତ ମହିଳା ସମାବେଶରେ ମଧ୍ୟ ସମାନ ଢଙ୍ଗରେ ଜଣେ ସରପଞ୍ଚ ଉପସ୍ଥିତ ମହିଳା ମାନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ରାଣ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଣ ପକାଇ ପ୍ରତାପ ଦେବଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ କରୁଛି l ଏହାକୁ ନେଇ ଆଳି ରାଜନୀତି ସରଗରମ ହୋଇଛି l
ବିଜୁ ଜନତା ଦଳ କେତେ ଭୟଭୀତ... ବିଜୁ ଜନତା ଦଳ ଜାଣି ସାରିଛି ଏ ନିର୍ବାଚନ ନିଜ ସପକ୍ଷରେ ଯିବ ନାହିଁ.. ଯାହା ପାଇଁ ମହିଳା ମାନଙ୍କୁ ଡାକି ରାଣ ଦେଇ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବିଜେଡି।

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd member Camping to sankha chinha in kendrapara aul | Argus News