Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସେ ଗାଁକୁ ପଚାରୁଛନ୍ତି, ଏ ଗାଁକୁ ଚାହୁଁ ବି ନାହାନ୍ତି ? ଏମିତି କାହିଁକି କରୁଛନ୍ତି ବିଧାୟକ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସେ ଗାଁକୁ ପଚାରୁଛନ୍ତି, ଏ ଗାଁକୁ ଚାହୁଁ ବି ନାହାନ୍ତି ? ଏମିତି କାହିଁକି କରୁଛନ୍ତି ବିଧାୟକ...

Key Points

ରେଙ୍ଗାଲି, ମାନେଶ୍ଵର ଓ ଧନକଉଡା ବ୍ଲକକୁ ନେଇ ରେଙ୍ଗାଳି ନିର୍ଵାଚନ ମଣ୍ତଳି ।

ବିଧାନସଭା ହେଉ କି ଜିଲ୍ଲା ସ୍ତରୀୟ ବୈଠକ, କେବଳ ୪ଟି ପଂଚାୟତର ବିକାଶ ପାଇଁ ବିଧାୟକ ଦାବି କରୁଛନ୍ତି ।

ରେଙ୍ଗାଲି ନିର୍ବାଚନ ମଣ୍ତଳୀରେ ବିକାଶ ପାଇଁ ବିଜେଡି ବିଧାୟକଙ୍କ ପାତର ଅନ୍ତର ଅଭିଯୋଗ । କେବଳ ୪ଟି ପଂଚାୟତର ବିକାଶ ପାଇଁ ଦାବି କରୁଛନ୍ତି ବିଧାୟକ । ପୁରା ନିର୍ଵାଚନ ମଣ୍ତଳୀର ବିକାଶ ପାଇ ବିଧାୟକ ଚିନ୍ତା କରୁନଥିବା ସାଂଘାତିକ ଅଭିଯୋଗ ହୋଇଛି । ରେଙ୍ଗାଲି ନିର୍ବାଚନ ମଣ୍ତଳୀର ବିଜେଡି ବିଧାୟକ ସୁଦର୍ଶନ ହରିପାଲ ନାଁରେ ଆସିଛି ଏହି ଅଭିଯୋଗ । ଯାହାକୁ ନେଇ ରେଙ୍ଗାଲିବାସୀ ବିଧାୟକଙ୍କୁ ତ୍ରୀବ ବିରୋଧ କରୁଥିବା ଦେଖିବାକୁ ମିଲିଛି ।

ବିଜେଡି ବିଧାୟକ ନିଜ ନିର୍ବାଚନ ମଣ୍ତଳୀର ବିକାଶ ପାଇଁ ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ। ସମ୍ବଲପୁର ରେଙ୍ଗାଲି ନିର୍ବାଚନ ମଣ୍ତଳୀର ବିଜେଡି ବିଧାୟକ ସୁର୍ଦଶନ ହରିପାଲଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ରେଙ୍ଗାଲି, ମାନେଶ୍ଵର ଓ ଧନକଉଡା ବ୍ଲକକୁ ନେଇ ରେଙ୍ଗାଳି ନିର୍ଵାଚନ ମଣ୍ତଳି । ରେଙ୍ଗାଲି ଜୋନ ୨ର ଧନକଉଡା ବ୍ଲକ ଅଧିନରେ ଥିବା ୪ଟି ପଂଚାୟତ କର୍ଡୋଲ, ବସନ୍ତପୁର, କୁଦଗୁଣ୍ତେରପୁର ଓ କଲାମାଟିର ବିକାଶ ପାଇଁ ବିଧାୟକ ଅଧିକ ଚିନ୍ତା ପ୍ରକଟ କରୁଥିବା ଲୋକେ କହିଛନ୍ତି । ବିଧାନସଭା ହେଉ କି ଜିଲ୍ଲା ସ୍ତରୀୟ ବୈଠକ, କେବଳ ଏହି ୪ଟି ପଂଚାୟତର ବିକାଶ ପାଇଁ ବିଧାୟକ ଦାବି କରୁଛନ୍ତି ।

ବିଜେଡି ବିଧାୟକ ସୁର୍ଦଶନ ହରିପାଲି ପଂଚାୟତ ନିର୍ବାଚନରେ ରେଙ୍ଗାଲି ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟ ଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିରୁ ରେଙ୍ଗାଲି ବିଧାୟକ ଭାବେ ବିଜୟ ଲାଭ କରିଥିଲେ । ଜୋନ ୨ ଅର୍ଥାତ ନିଜ ଅଂଚଳର ଥିବା ୪ଟି ପଂଚାୟତ ବିକାଶ ପାଇ ଅଧିକ ଚିନ୍ତିତ ଥିବାରୁ ରେଙ୍ଗାଲିବାସୀ ବିଧାୟକଙ୍କୁ ବିରୋଧ କରିଛନ୍ତି । ମାନେଶ୍ଵର ଓ ରେଙ୍ଗାଲି ବ୍ଲକର ଅନ୍ୟ ପଂଚାୟତର ବିକାଶ କଥା କିଏ ଚିନ୍ତା କରିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଅଂଚଳର ବିକାଶ ନେଇ ବିଜେଡି ବିଧାୟକକୁ ଭୋଟ ଦେଇ ବିଜୟ କରାଇଥିଲେ । କାହିଁକି ବିକାଶ କରିବା ନାଁରେ ନିର୍ବାଚନ ମଣ୍ତଳୀ ଭିତରେ ପାତର ଅନ୍ତର କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD MLA Doing discrimination | Argus News