Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ୍ତ୍ରୀଙ୍କ କଥାକୁ ଖାତିର କଲେନି...ବିରୋଧୀଙ୍କୁ ଅଭଦ୍ରାମୀ ବ୍ୟବହାର ଦେଖାଇଲେ ଦିବ୍ୟଶଙ୍କର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମନ୍ତ୍ରୀଙ୍କ କଥାକୁ ଖାତିର କଲେନି...ବିରୋଧୀଙ୍କୁ ଅଭଦ୍ରାମୀ ବ୍ୟବହାର ଦେଖାଇଲେ ଦିବ୍ୟଶଙ୍କର

Key Points

  • ଅଭଦ୍ରାମୀର ସବୁ ସୀମା ଟପିଲେ ବିଜେଡି ବିଧାୟକ
  • ମୋହନ ମାଝୀଙ୍କୁ କଲେ ଦୁର୍ବ୍ୟବହାର
  • ମନ୍ତ୍ରୀ ହାତ ଦେଖାଇବା ପରେ ବି ଖାତିର କଲେନି ଦିବ୍ୟଶଙ୍କର

ଅର୍ଗସ ବ୍ୟୁରୋ: ମଞ୍ଚ ଉପରେ..ସଭାସମିତିରେ ତ ଯାହା ଅଭଦ୍ରାମୀ କରୁଥିଲେ ହେଲେ ଏବେ ଖୋଦ ବିଧାନସଭାରେ ଅଭଦ୍ରାମୀର ସବୁ ସୀମା ପାର କରିଦେଇଛନ୍ତି ଜୁନାଗଡର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ସ୍ଥିତି ଏମିତି ହୋଇଥିଲା ଯେ ଶିଳ୍ପମନ୍ତ୍ରୀ ଚୁପ୍‌ ରହିବାକୁ ଦିବ୍ୟଙ୍କୁ ପରାମର୍ଶ ଦେଇଥିଲେ । ହେଲେ ବିଧାୟକ ଏହାକୁ ତିଳେ ମାତ୍ର ଖାତିର ନକରି ଗୃହ ଭିତରେ ଏମିତି ଆଚରଣ ଦେଖାଇଥିଲେ ଯାହାକୁ ନେଇ ପୁଣି ଥରେ ବିଜେଡି ସରକାରର ନେତା କେତେ ଭଦ୍ର ତାହାର ଗୁମର ଖୋଲିଛି ।

ଶୀତ ଅଧିବେଶନର ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଶିଳ୍ପ ବିକାଶ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ପରେ ଉତ୍ତର ଠିକ୍‌ ନୁହେଁ ବୋଲି କହିଥିଲେ ମୋହନ । ହେଲେ ଏତିକିରେ ମନ୍ତ୍ରୀଙ୍କ ବାମ ପାର୍ଶ୍ଵରେ ବସିଥିବା ଦିବ୍ୟଶଙ୍କରଙ୍କର ରାଗ ଏତେ ପଂଚମ ହୋଇଯାଇଥିଲା ଯେ Who Are You କହିବା ସହିତ ନିଜ ଚୌକିରୁ ଉଠିଯାଇ ଅତି ଜୋରରେ ପାଟିତୁଣ୍ଡ କରିଥିଲେ । ଆଉ ଏମିତି ବିଷମ ସ୍ଥିତିକୁ ଅଣାୟତ୍ତ କରିବାକୁ ମନ୍ତ୍ରୀ ବାରମ୍ବାର ଚୁପ୍‌ ହେବାକୁ ନିବେଦନ କରିଥିଲେ । ହେଲେ ମନ୍ତ୍ରୀଙ୍କ କଥାକୁ ଭ୍ରୁକ୍ଷେପ କରିନଥିଲେ ବିଧାୟକ । ବରଂ ଚିତ୍କାର କରି ପାଟି କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ପବିତ୍ର ଗୃହରେ ଏମିତି ଅଭଦ୍ରାମୀ କାହିଁକି କଲେ ଦିବ୍ୟଶଙ୍କର ? ମମିତା ମେହେର ହତ୍ୟାକାଣ୍ଡରେ ଆକ୍ସନ ନହେବାରୁ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି କି ଦିବ୍ୟଶଙ୍କର ? ନା ପାୱାରଫୁଲ ବିଧାୟକ ହୋଇଥିବାରୁ କାହାକୁ ଖାତିର ନାହିଁ ? କେବଳ ଏବେ ନୁହେଁ ବରଂ ପୂର୍ବରୁ ବି ଦିବ୍ୟଶଙ୍କରଙ୍କ ନାଁରେ ହତ୍ୟାକାଣ୍ଡ ପରି ଅଭିଯୋଗ ଥିଲା । କିନ୍ତୁ ମମିତା ଘଟଣାରେ ତାଙ୍କ ବିରୋଧରେ ଆକ୍ସନ ହେଲାନାହିଁ । ବୋଧହୁଏ ଦଳକୁ ସୁହାଇବା ପରି ଏମିତି ପାଟିତୁଣ୍ଡ କଲେ ଟିକେଟ୍‌ ମିଳିବା ନେଇ ଆଶା ରଖିଛନ୍ତି ଦିବ୍ୟ । ତେବେ ଘଟଣାକୁ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
mohan majhi | Argus News