Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ ଲାଗି ଓକିଲାତି କରି ଫଶିବେ ପ୍ରତାପ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଣ୍ଡିଆନଙ୍କ ଲାଗି ଓକିଲାତି କରି ଫଶିବେ ପ୍ରତାପ

Key Points

  • ପାଣ୍ଡିଆନଙ୍କ ଲାଗି ଓକିଲାତି କରି ଫଶିବେ ପ୍ରତାପ
  • ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ପୁଣି ତେଜିଲାଣି ରାଜନୀତି
  • ଅଳ୍ପଦିନ ଭିତରେ ଆସିବ ବଡ଼ ନିଷ୍ପତ୍ତି ?

ପାଣ୍ଡିଆନଙ୍କ ଲାଗି ଫଶିଯିବେ କି ବିଜେଡି ବିଧାୟକ ପ୍ରତାର ଦେବ ? କାରଣ ଗଣମାଧ୍ୟମରେ ଯେଉଁ ପରି ଆଇନକାନୁନର କଥା କହିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଆଇନ ଗୋଟିଏ ଥିଲା ହେଲେ ବିଜେଡି ମାନୁନଥିଲା । ଖାସ କରି ପୂର୍ବତନ ବିଜେଡି ନେତା ପାଣ୍ଡିଆନ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବୁଲିବା ଦ୍ଵାରା ରାଜକୋଷରୁ କୋଟି କୋଟି ଟଙ୍କା ନଷ୍ଟ ହୋଇଥିଲା । ଅବଶ୍ୟ ସେତେବେଳର ବିରୋଧୀ ବିଜେପି ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲା । ହେଲେ ସରକାର ନିଦାବିଷ୍ଣୁ ସାଜି ପାଣ୍ଡିଆନଙ୍କୁ ଓଜାଡି ଦେଇଥିଲେ କୋଟି କୋଟି ଟଙ୍କା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ନିର୍ବାଚନ ସରିବାକୁ ଏହାରି ମଧ୍ୟରେ ପ୍ରାୟ ୨ ମାସ ଗଲାଣି । ବିଜେଡି ଶାସକ ଦଳରୁ ବିରୋଧୀ ଦଳରେ ବସିଲାଣି । ହେଲେ ପାଣ୍ଡିଆନଙ୍କୁ ନେଇ ବିବାଦ କିନ୍ତୁ ଥମିବାରେ ନା ନେଉନି । କାରଣ ରାଜ୍ୟ ପ୍ରଶାସନ ଓ ରାଜନୀତିର ସବୁଠୁ ବିବାଦୀୟ ଥିଲା ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା । କଥା ହେଲା, ପୂର୍ବ ସରକାରରେ ସୁପର ସିଏମ୍ ସାଜି ରାଜ୍ କରୁଥିଲେ ଭି.କେ ପାଣ୍ଡିଆନ । ଆଉ ବାବୁଙ୍କ ପଲିଟିକାଲ ଲଞ୍ଚିଂ ପାଇଁ ଭଣ୍ଡାର ଖୋଲି ଦେଇଥିଲେ ତତ୍କାଳୀନ ବିଜେଡି ସରକାର । ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଇ ବାବୁଙ୍କ ସ୍ଵତନ୍ତ୍ର ବ୍ରାଣ୍ଡିଂ କରିଥିଲା ଶଙ୍ଖ ଦଳ । କଥା ହେଲା, ଅଭିଯୋଗ ଶୁଣାଣି ନାଁରେ ଘିରି ଘିରି ହୋଇ ଚପ୍ପରରେ ବୁଲିଥିଲେ ପାଣ୍ଡିଆନ୍ । ଏମିତିକି ନିଜ ଦଳର ନେତା ମନ୍ତ୍ରୀଙ୍କୁ ଟେଣ୍ଟ ବନ୍ଧାଇ ୬ ମାସରେ ୧୯୦ ଟି ସ୍ଥାନରେ କରିଥିଲେ ବିରାଟକାୟ ସଭା । 

କଥା ହେଲା, ୨୪ ବର୍ଷର ସ୍ଥିର ସରକାର...୨୪ ବର୍ଷର ସ୍ଥିର ମୁଖ୍ୟମନ୍ତ୍ରୀ । ମେଂଚା ମେଂଚା ଯୋଜନା କରିଥିଲେ , ଷଷ୍ଠଥର କ୍ଷମତାକୁ ଫେରିବେ ବୋଲି ଦୃଢ ନିଶ୍ଚିତ ବି ଥିଲେ । ହେଲେ କେବଳ ତାମିଲବାବୁଙ୍କ ଲାଗି ବିଜେଡି ବିରୋଧୀ ଦଳରେ ଯାଇ ବସିଲା ବୋଲି ଖୋଦ ଶାସକ ଦଳର ଅନେକ ନେତା କହିଥିଲେ । ହେଲେ ବିଧାୟକ ଭାବରେ ବିଜୟ ହେବା ପରେ ବି ପ୍ରତାପ ଯେଉଁ ପରି ଭାବରେ ପାଣ୍ଡିଆନଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି ତାହାକୁ ନେଇ ନିନ୍ଦା କରାଯାଉଛି । ସେପଟେ, କାହିଁକି ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ରାଜ୍ୟ ରାଜକୋଷକୁ ଖାଲି କରିଦିଆଯାଉଛି ବୋଲି ଉଠିଥିଲା ପ୍ରଶ୍ନ । ଯାହାକୁ ବିଜେପି ସରକାର ଖୋଲତାଡ ଆରମ୍ଭ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଦୋହରାଇବା ପରେ କେବେ ଆକ୍ସନ ହେଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ରାଜକୋଷକୁ ଲୁଟ୍ କରିଥିବା ତାମିଲ ବାବୁ ଭୈରବ ପାଣ୍ଡିଆନ୍ ଙ୍କୁ ନେଇ ଓଡିଆ ଲୋକଙ୍କ ଭିତରେ ପ୍ରବଳ ଆକ୍ରୋଶ ଏବେ ବି ରହିଛି ।  ଦେଖିବାର କଥା ଆଇନର ହାତ ନବୀନ ନିବାସରେ ଆତ୍ମଗୋପନ କରିଥିବା ଭୈରବ ପାଣ୍ଡିଆନ୍ ଙ୍କୁ କେବେ ଜେଲ୍ କୁ ଟାଣି ପାରୁଛି କି ନାହିଁ । 
 

Sponsored
BJD MLA | Argus News