BJD ବିଧାୟକ ଫିଙ୍ଗିଲେ ସରକାରୀ ଫାଇଲ, ପାଖରେ ବସିଥିଲେ BDO

Key Points
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଚାଲିଥିଲା ଦଶମ ସାଧାରଣ ଅଧିବେଶନ ସଭା ।
ନୟାଗଡ଼ରେ ବିଡିଓଙ୍କ ଉପସ୍ଥିତିରେ ଫାଲଲ ଫିଙ୍ଗିଲେ ବିଜେଡି ବିଧାୟକ । ସରକାରୀ ଅଧିକାରୀଙ୍କ ଉପରେ ରାଗ ତମ ତମ । ବୈଠକ ଅଧାରୁ ଉଠି ବି ଗଲେ । ବିଧାୟକଙ୍କ ଅଭିଯୋଗ, ମନମୁଖୀ କାର୍ଯ୍ୟ କରୁଛନ୍ତି ବିଭାଗୀୟ ଅଧିକାରୀ ।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଚାଲିଥିଲା ଦଶମ ସାଧାରଣ ଅଧିବେଶନ ସଭା । ବୈଠକରେ ହଠାତ ରାଗିଗଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ବିଡିଓ ଅମୃତ କୁମାର ରାଉଳଙ୍କ ଉପରେ ରାଗିଲେ । ଫାଲଲ ଫିଙ୍ଗି ଦେଲେ । ବୈଠକ ଅଧାରୁ ଉଠି ବି ଗଲେ । ଅଭିଯୋଗ, ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜନପ୍ରତିନିଧି ମାନଙ୍କୁ ନଜଣାଇ କରାଯାଉଛି । ବିଭାଗୀୟ ଅଧିକାରୀମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି । ଯେଉଁଥିପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ ।
ସଭା ଅଧାରୁ ଜନପ୍ରତିନିଧିମାନେ ଉଠି ଚାଲି ଯାଇଥିଲେ । କିନ୍ତୁ ବିଡିଓ ଚୁପ ରହିଲେ । କୌଣସି ପ୍ରତିକ୍ରିୟା ରଖିନଥିଲେ । ଏଠି ପ୍ରଶ୍ନ କାହିଁକି ଚୁପ ରହିଲେ ବିଡିଓ ।
ସେପଟେ ଯାଜପୁର ବ୍ୟାସନଗର ପୌର କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀଙ୍କୁ କାଉନସିଲର ଓ ଅଣ କାଉନସିଲର ଅଟକ ରଖିବା ଘଟଣାରେ ହୋଇନାହିଁ କାର୍ଯ୍ୟାନୁଷ୍ଠାନ । ନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀ, ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ l ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ଘଟଣା ଯେତେବେଳେ ଘଟିଲା ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଅନେକ କାଉନ୍ସିଲର । ସେମାନେ ହେଲେ...
📱 Get Argus News App
✨
-ବିଜୟ ଜେନା ୧ ନମ୍ବର କାଉନସିଲର
-ଦିପୁ ଆଇଚ ୧୧ ନମ୍ବର କାଉନସିଲରଙ୍କ ସ୍ବାମୀ
-ପ୍ରକାଶ ପରିଡା, ୧୯ ନମ୍ବର କାଉନସିଲରଙ୍କ ସ୍ୱାମୀ
-ମନୋଜ ପରିଡା, ୨୧ କାଉନସିଲରଙ୍କ ସ୍ୱାମୀ,
-ପାର୍ଥ ସାରଥୀ ନାୟକ, ୨୩ ନମ୍ବର କାଉନସିଲର
-ସିଦ୍ଧାର୍ଥ ଶଙ୍କର ସାମଲ, ୧୪ ନମ୍ବର କାଉନସିଲର
-ସୁବାସ ଚନ୍ଦ୍ର ବଳ, ବ୍ୟାସନଗର ପୌର ପରିଷଦର ଦାୟିତ୍ୱରେ ଥିବା ଅଧ୍ୟକ୍ଷ
-ଅନୁପ ନାୟକ, ୩ ନମ୍ବର କାଉନସିଲରଙ୍କ ପୁଅ
-ମନୋଜ ରାଉତ, ୨୨ ନମ୍ବର କାଉନସିଲରଙ୍କ ପୁଅ
ଏହି ଘଟଣାକୁ ନେଇ ବ୍ୟାସନଗରରେ ଦେଖାଦେଇଛି ରାଜନୈତିକ ଛକାପଞ୍ଝା । ତେଣୁ ଏବେ ଅପେକ୍ଷା ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିବା ଘଟଣାରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ।