Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁନ୍ନା ମିଶାଉଥିଲେ, ଜୟନାରାୟଣ ଫେଡି ଦେଲେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ମୁନ୍ନା ମିଶାଉଥିଲେ, ଜୟନାରାୟଣ ଫେଡି ଦେଲେ

Key Points

  • ବିଜେଡି ରାଜ୍ୟସଭା ସାଂସଦଙ୍କୁ ପାଠ ପଢାଇଲେ ଜୟନାରାୟଣ
  • କହିଲେ, ୨୦୨୯ ବେଳକୁ ବିଜେଡି ଥିବ କି ନାହିଁ
  • ପୁଣି ସରଗରମ ହେଲା ରାଜ୍ୟ ରାଜନୀତି

ଅର୍ଗସ ବ୍ୟୁରୋ: କ୍ଷମତାରୁ ଯିବା ପରେ ପୁଣି କେମିତି ଗଳାବାଟ ଦେଇ କେମିତି କ୍ଷମତା ଫେରିବ ବିଜେଡି ସେନେଇ ଷଡ଼ଯନ୍ତ୍ର କରୁଛି । ହେଲେ ଏଥିରେ କୌଣସି ଲାଭ ହେବନି ଏକଥା ବିଜେଡିର ନେତା ଜାଣିଛନ୍ତି । ଯେହେତୁ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଲାଣି ତେଣୁ କର୍ମୀଙ୍କ ମନବଳ ଦୃଢ କରିବାକୁ ଏମିତି ବାହାସ୍ଫୋଟ ମାରୁଛନ୍ତି ନେତା ବୋଲି ଲୋକେ କହିଲେଣି । ନହେଲେ ରାଜ୍ୟସଭା ସାଂସଦ ମୁନ୍ନା ଖାନ ଏମିତି କାହିଁକି ଏମିତି କହିଲେ ? କିଛି ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି । ଖୁବଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି ମୁନ୍ନା । ଯାହାର ଜବାବରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁନ୍ନାଙ୍କ ଗଣିତ ଜ୍ଞାନ ନାହିଁ । ତା'ସହିତ ୨୦୨୯ ବେଳକୁ ବିଜେଡି ଥିବ କି ନାହିଁ ସନ୍ଦେହ ପ୍ରକାଶ କରିଛନ୍ତି ।

୨୪ ବର୍ଷର ସ୍ଥିର ସରକାର, ୨୪ ବର୍ଷର ସ୍ଥିର ମୁଖ୍ୟମନ୍ତ୍ରୀ । ହେଲେ ଏଥର ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯେହେତୁ ଏତେଦିନ ଶାସନ କ୍ଷମତାରେ ରହିଥିଲା ଦଳ, ତେଣୁ କ୍ଷମତା ବିନା ଦଳର ନେତା ଓ କର୍ମୀଙ୍କୁ ନିଦ ନାହିଁ ।  ସେଇଥି ଲାଗି ତ ନବରଙ୍ଗପୁରରେ ଏକ ପଦଯାତ୍ରା ସଭାରେ ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ କହିଛନ୍ତି, ୧୪ ବିଜେପି ବିଧାୟକ ଏବେ ବିଜେଡି ଟଚ୍‌ରେ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ୨୨ ନେତା ବିଜେପିରେ ମିଶିଥିଲେ। ଯେଉଁମାନେ ଏବେ ବିଧାୟକ । ଆଉ ଏହି ୨୨ ଜଣଙ୍କ ଭିତରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି । ଯାହାଫଳରେ ବିଜେଡି ଆଉ ଅଳ୍ପ ଦିନରେ କ୍ଷମତାକୁ ଫେରିବ ବୋଲି ମୁନ୍ନା ନିଜ ଅଭିଭାଷଣରେ କହିଛନ୍ତି । 

ଖାଲି ଏତିକି ନୁହେଁ ବରଂ ଏହା ବି କହିଛନ୍ତି, ୯୦ ପ୍ରତିଶତ ବ୍ଲକ୍ ଓ ଜିଲ୍ଲା ପରିଷଦ ବିଜେଡି ଦଖଲରେ ଅଛି । ତେଣୁ ଆଜି ବି ଯଦି ନିର୍ବାଚନ ହୁଏ ତାହାଲେ ବିଜେଡି ୧୦୦ ସିଟ୍ ଜିତିବ । କିନ୍ତୁ ମୁନ୍ନା କେଉଁ ଆଧାରରେ ଏମିତି କହିଲେ ତାହା ତାଙ୍କୁ ହିଁ ଜଣାଥିବ । ସେପଟେ ବିଜେଡି ନେତାଙ୍କ ଏମିତି ବାହାସ୍ପୋଟକୁ କାଉଣ୍ଟର କରିଛନ୍ତି ଜୟନାରାୟଣ । କହିଛନ୍ତି, ୧୪ ଗଲେ କଣ ଦଳ ବଦଳ ନିୟମ ଲାଗୁ ହେବନି ? ମୁନ୍ନା ଖାଁଙ୍କୁ ରାଜନୀତି ଗଣିତ ଜଣା ନାହିଁ କି? ମୁନ୍ନା ଭୁଲ କହୁଛନ୍ତି, ବିଜେପି ବିଧାୟକ ବିଜେଡି ଟଚ୍‌ରେ ନାହାନ୍ତି ବରଂ ବିଜେଡି ନେତା ବିଜେପି ଟଚ୍‌ରେ ଅଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁଇ ଦିନ ତଳେ ବିଞ୍ଝାରପୁରର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ, ବର୍ତ୍ତମାନ ନିର୍ବାଚନ ହେଲେ ଆମେ ୧୪୦ ସିଟରେ ବିଜୟୀ ହେବୁ । ବିଜେଡି ନୁହେଁ ବିଜେପିରେ ଏବେ ଅସମ୍ଭାଳ ସ୍ଥିତି । ଆଉ ଏହାପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ବିଜେଡିର ଗୁମର ଖୋଲିବା ସହିତ ଟିକେଟ୍‌ ବଣ୍ଟା କେମିତି ହୁଏ ? କାହିଁକି ବିଜେଡି ହାରିଲା ତାହାର ଗୁମର ବି ଖୋଲିଥିଲେ । ଆଉ ୨ ଦିନ ପରେ ଏବେ ପୁଣି ମୁନ୍ନା ଏମିତି କହିବାରୁ ଚର୍ଚ୍ଚା ଜୋର ।

ମୋଟ୍‌ ଉପରେ ବିଜେଡି ଉପରେ ଲୋକଙ୍କ ଭରସା ନାହିଁ କି ବିଶ୍ଵାସ ନାହିଁ । ସେଇଥି ଲାଗି ତ ବିଜେଡିକୁ ଏଥର ଶାସକ ନୁହେଁ ବରଂ ବିରୋଧୀ ଦଳରେ ବସାଇଲେ ସାଢେ ଚାରିକୋଟି ଓଡ଼ିଆ । କିନ୍ତୁ ଏହାପରେ ବି କ୍ଷମତା ଲୋଭରେ ବିଜେଡି ନେତା ଯେଉଁପରି ଭାବରେ ବାଉଳି ହେଉଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡି ନେତାଙ୍କର ମାନସିକ ଅବସ୍ଥା ବୋଧହୁଏ କ୍ଷମତା ଗଲା ପରେ ଠିକ୍‌ ରହୁନି ।
 

Sponsored
BJD MP Munna Khan | Argus News