Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରମିଳା ମିଛ କହୁଥିଲେ, ଜୟନାରାୟଣ ସତ କହିଦେଲେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପ୍ରମିଳା ମିଛ କହୁଥିଲେ, ଜୟନାରାୟଣ ସତ କହିଦେଲେ

Key Points

  • ନିର୍ବାଚନ ପରେ ମୁହାଁମୁହିଁ ବିଜେଡି-ବିଜେପି
  • ଚାଲିଲା କାଦୁଅ ଫିଙ୍ଗା ରାଜନୀତି
  • ପ୍ରମିଳାଙ୍କୁ ଧୋଇ ଦେଲେ ଜୟନାରାୟଣ

ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନ ପରେ ପୁଣି ତେଜିଲା କାଦୁଅ ଫିଙ୍ଗା ରାଜନୀତି । ବିଜେଡି ଭାଉ ଦେଖାଉଥିଲା ବିଜେପି ଚୁପ୍‌ କରାଇଦେଲା । ନିର୍ବାଚନରେ ହାରିବା ପରେ ସେମାନେ କ୍ଷମତା ପାଇଁ କେତେ ମାନସିକ ଚାପରେ  ଅଛନ୍ତି ତାହା କିନ୍ତୁ ସ୍ପଷ୍ଟ ହୋଇଛି । ପ୍ରଥମେ ବିରୋଧୀ ଦଳର ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ ଆଜି ବି କାଳେ ନିର୍ବାଚନ ହେଲେ ବିଜେଡି ଜିତିବ ୧୪୦ ସିଟ୍‌ । ସେପଟେ ପ୍ରମିଳାଙ୍କୁ କାଉଣ୍ଟର କରି ଜୟନାରାୟଣ କହିଲେ ୪୦ ବି ପାଇବନି । ଉଭୟ ନେତାଙ୍କ କଥା କଟାକଟିକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ।

ବିଜେଡିରେ ସାଙ୍ଘାତିକ ହେଲାଣି ଗୋଷ୍ଠୀ କନ୍ଦଳ । କେହି କାହାକୁ ମାନିବାକୁ ନାରାଜ । ଯିଏ ଯେମିତି ପାଇଲା ସେମିତି ଆସି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଲା । ତେଣୁ ବିଜେଡିର ସ୍ଥିତି କଣ ଆଉ କାହାକୁ ଅଛପା ନାହିଁ । ସେଇଥି ଲାଗି ତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ଅଶୋକ ମହାନ୍ତି, ବିଭୁତି ପ୍ରଧାନଙ୍କ ଭଳି ଅନେକ ନେତା ବିଜେଡି ଭାଙ୍ଗିଯିବ ବୋଲି ବୟାନ ରଖିଆସିଛନ୍ତି । କିନ୍ତୁ ମୁହଁଟାଣ କରି ପ୍ରମିଳା କହିଛନ୍ତି ବିଜେଡିରେ ସବୁ ଠିକ୍‌ଠାକ୍‌ ଅଛି । ମତାନ୍ତର ନାହିଁ । ବିଜେପି ନିଜ କଥା ବୁଝୁ । ସେପଟେ ପ୍ରମିଳାଙ୍କ ବାହାସ୍ଫୋଟରେ ପ୍ରତିକ୍ରିୟା ଦେଇଛନ୍ତି ଜୟନାରାୟଣ । କହିଛନ୍ତି, ଅମିତ ଶାହାଙ୍କ ଗୋଟିଏ ହୁଇସିଲରେ ବିଜେଡି ଭାଙ୍ଗିଯିବ। ବିଜେଡିର ଦୁଇ ସାଂସଦଙ୍କ ପରେ ଅନେକ ନେତା ଦଳ ଛାଡୁଛନ୍ତି । ଆଗକୁ କେମିତି ବିଜେଡି ରହିବ, ବିଜେଡି ସେକଥା ଭାବୁ।

୨୪ ବର୍ଷର ସ୍ଥିର ସରକାର, ୨୪ ବର୍ଷର ସ୍ଥିର ମୁଖ୍ୟମନ୍ତ୍ରୀ । ହେଲେ ବି ବିଜେଡି ହାରିଲା । ଏଥିଲାଗି କେଉଁମାନେ ଦାୟୀ ତାହା କାହାକୁ ଅଛପା ନାହିଁ । ନିର୍ବାଚନ ହାରିବା ପରେ ନେତାଏ ବି ସ୍ପଷ୍ଟ ଭାବରେ କହୁଛନ୍ତି, ବରିଷ୍ଠଙ୍କୁ ଗୁରୁତ୍ଵ ଦେଇଥିଲେ ଏ ଦଶା ଭୋଗିନଥାନ୍ତା ଦଳ । ଖାସ କରି ପ୍ରଦୀପ ମାଝୀ, ପଦ୍ମନାଭ ବେହେରା, ନୃସିଂହ ସାହୁ, ଭୂପିନ୍ଦର ସିଂ, ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତା ପରାଜୟ ପାଇଁ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି ।  ଖାଲି ସେତିକି ନୁହେଁ କିଛିଦିନ ତଳେ ଭୁବନେଶ୍ୱରରେ ଏକ ହୋଟେଲରେ ବିଜୁ ବାବୁଙ୍କ ସହ କାମ କରୁଥିବା ୭ ଦିବଂଗତ ନେତାଙ୍କ ପୁଅମାନେ ଯେଉଁମାନେ କି ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି ମେଳି କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ବଢିଥିଲା। ଆଉ ରାଜଧାନୀ ବିଜେଡି କଳି ତ ଚରମରେ। ଶଙ୍ଖ ଭବନରେ ଦୁଇ କର୍ପୋରେଟର ଗୋଷ୍ଠୀଙ୍କ ଭିତରେ ହଙ୍ଗାମା ହୋଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ନବୀନଙ୍କୁ ଟେନସନ ଦେଲାଣି ବିଜେଡିର ଗୋଷ୍ଠୀ କନ୍ଦଳ । ସାଧାରଣ ନିର୍ବାଚନ ସରିଥିବା ବେଳେ ପଂଚାୟତ ନିର୍ବାଚନ ପାଖେଇ ଆସୁଛି । ଏମିତି ସ୍ଥିତିରେ ଦଳ କେମିତି ନିର୍ବାଚନ ପରିଚାଳନା କରିବ ତାହାକୁ ନେଇ ଚିନ୍ତାରେ ଦଳ । 
 

Sponsored
BJD-BJP Politics | Argus News