Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧରାପଡ଼ିଗଲା ବବିଙ୍କ ବାଲି ଚୋରିର ସ୍କାମ୍‌

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଧରାପଡ଼ିଗଲା ବବିଙ୍କ ବାଲି ଚୋରିର ସ୍କାମ୍‌

Key Points

  • ଧରାପଡ଼ିଗଲା ବବିଙ୍କ ବାଲି ଚୋରିର ସ୍କାମ୍‌
  • କୋର୍ଟଙ୍କୁ ରାୟକୁ ନମାନି ଖରାବେଳିଆ ଲୁଟ୍‌ କରୁଛନ୍ତି ବାଲି
  • ମାଫିଆ ମାଲେମାଲ, ସରକାର ବେହାଲ

ଅର୍ଗସ ବ୍ୟୁରୋ : ବବିଙ୍କ ଛତ୍ରଛାୟାରେ ଦିନ ଦ୍ଵିପ୍ରହରେ ବେଧଡକ ଚାଲିଛି ବାଲି ଚାଲାଣ । ଏଇ ବାଲରେ ମୋଟା ଅଙ୍କର ଟଙ୍କା ବି ରୋଜଗାର ହେଉଛି । କିନ୍ତୁ ଟଙ୍କା ସବୁ ଯାକ କାଳେ ବବିଙ୍କ ପକେଟ୍‌ରେ ପଶୁଛି ।  କାରଣ ଦିନକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ ହେଉଛି...ଆଉ ଲୋକଙ୍କ ଅଭିଯୋଗ ବାଲି ମାଫିଆଙ୍କ ବସ୍ ବବି ଦାସ ।

ଯାଜପୁର ନିର୍ବାଚନମଣ୍ଡଳୀର କମଳପୁର ଘାଟରେ ଏବେ ବାଲି ଚୋରା ଚାଲାଣ ହେଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦିନରେ ନା ବାଲି ଲୋଡିଂ ହେବ ନା ଟ୍ରାନସପୋଟ୍ରିଂ । ହେଲେ ନିୟମକୁ ଫୁ କରି ଚାଲିଛି ବେଆଇନ ବାଲି ଚୋରି ଚାଲାଣ । ବାଲି ଚୋରାଚାଲାଣକୁ ଗାଁ ଲୋକ ପ୍ରତିବାଦ କଲେ ମିଳୁଛି ଧମକ । ତେଣୁ ସବୁ ଦେଖି ବି ଆଖି ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକେ । ଏଠାରେ ପ୍ରଶ୍ନ, କୋର୍ଟଙ୍କ ନିୟମକୁ କାହିଁକି ମାନୁନାହାନ୍ତି ବବି ?  ବାଲି ବିକ୍ରିରେ ବବିଙ୍କ ଭାଗ କେତେ ? ଦିନକୁ କେତେ ଟଙ୍କାର ରାଜସ୍ଵ ହରାଉଛନ୍ତି ସରକାର ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ହେଲେ ପ୍ରଶ୍ନର ଉତ୍ତର ଦେବ କିଏ ?

ମିଲିଭଗତରେ ଚାଲିଛି ବାଲି ଦୁର୍ନୀତି । ରାତି ପାହିଲେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରୁଛନ୍ତି ବବି ବାବୁ । କଥା ହେଲା ବିଜେଡିରେ ପାୱାରଫୁଲ ନେତା... କେତେବେଳେ ଦଳରେ ଅନ୍ୟ ନେତାଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସୁଛନ୍ତି ତ ଆଉ କେତେବେଳେ ମଂଚରୁ ନେତାଙ୍କୁ ଓହ୍ଲାଇ ଦେଇ ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ ବବି । ହେଲେ ନିଜ ଜିଲ୍ଲାରେ ଏବେ ଲକ୍ଷାଧିକ ଟଙ୍କା ବାଲି ଦୁର୍ନୀତି କରୁଛନ୍ତି, ଯାହାର ଏକ୍ସକ୍ଲ୍ୟୁସିଭ୍‌ ଭିଡିଓ ଅର୍ଗସ ହାତରେ ଲାଗିଛି । ତେବେ ଏତେ ମାତ୍ରାରେ ରାଜସ୍ଵ ଲୁଣ୍ଠନ କରୁଥିବାରୁ ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
BJD Organizational Secretary | Argus News