ସାମଲ ବାପ ପୁଅ ଲଗାଇଥିଲେ କଲେଜର କୋଟି କୋଟି ଟଙ୍କା ଚୂନା

Key Points
- ବହୁଚର୍ଚ୍ଚିତ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତିରେ ଇଡିର ଆକ୍ସନ୍
- ବିଧାୟକ ପ୍ରଫୁଲ୍ନ ସାମଲଙ୍କ ଘରେ ଚଢଉ ନେଇ ବିଜେଡିରେ କମ୍ପନ
- ଭଦ୍ରକ ଓ ଭୁବନେଶ୍ବରର 9 ସ୍ଥାନରେ ଏକସଙ୍ଗେ ହୋଇଛି ରେଡ୍
- 20 କୋଟିର ଜମି କେଳେଙ୍କାରୀ ମାମଲାରେ ଇଡିର ତନାଘନା
- ସାମଲ ବାପ ପୁଅ ଲଗାଇଥିଲେ କଲେଜର କୋଟି କୋଟି ଟଙ୍କା ଚୂନା
ଅର୍ଗସ ବ୍ୟୁରୋ: ଇଡି ରାଡାରରେ ବିଜେଡିର ପାୱାରଫୁଲ ବିଧାୟକ ପ୍ରଫୁଲ୍ନ ସାମଲ ଆଣ୍ଡ ସନ୍। ବହୁ ଚର୍ଚ୍ଚିତ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପ୍ରଫୁଲ୍ଲଙ୍କ ଭଦ୍ରକ ସ୍ଥିତ 2 ଟି ଘର ଓ ଭୁବନେଶ୍ବର ପଳାଶପଲ୍ଲୀ ସ୍ଥିତ ଘର ସମେତ 9ଟି ଏକକାଳୀନ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କଲେର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ବାମୀଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ବାସଭନରେ ମଧ୍ୟ ରେଡ୍ କରିଛି ଇଡି। ବିଜେଡିର ପାୱାରଫୁଲ୍ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ଲୁଲୁ ସାମଲଙ୍କ କେଳେଙ୍କାରୀର ଫର୍ଦ୍ଦ ଖୁବ୍ ଲମ୍ବା। ପ୍ରୟାସକାନ୍ତିଙ୍କ ନାଁରେ କଲେଜ ଟଙ୍କାରେ ଦାମୀ କାର କିଣା ହୋଇଥିବା ନେଇ ରହିଛି ଅଭିଯୋଗ ।
ସେହପରି ଜମି କେଳେଙ୍କାରୀରରେ ବି ଅଭିଯୁକ୍ତ ସାମଲ ବାପପୁଅ। ସେପଚେ କଲେଜର କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ମିଳୁନି ଦରମା। ଏହା ବିରୋଧରେ ସେମାନେ ଦୀର୍ଘ ଦିନ ଧରି କଲେଜ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଇଡିର କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିଛନ୍ତି ଆନ୍ଦୋଳନରତ କଲେଜ କର୍ମଚାରୀ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। କହିଛନ୍ତି ବରପଦା ଇଞ୍ଜିନିୟରିଂ କଲେଜରେ ୧୦ ବର୍ଷ ହେଲା ଅନିୟମିତତା ଏବଂ ଦୁର୍ନୀତିରେ ଛିଟା ଲାଗିଥିଲା । ଏକଥା ଇଡି ପାଖରେ ଖବର ଥିଲା । ଆଗକୁ ଖଣି ଦୁର୍ନୀତି ଉପରେ ମଧ୍ୟ ଆକ୍ସନ ନେବ ଇଡି ।
📱 Get Argus News App
✨ସେପଟେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲ ଓ ଭି.କେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହା କରାଯାଇଛି । ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ଲୁଲୁ ସାମଲଙ୍କ ଗିରଫ ଦାବି କରିଛି କଂଗ୍ରେସ ।
ପୂର୍ବରୁ ବରପଦା ଇଞ୍ଜିନିୟରିଂ କଲେଜ କେଳେଙ୍କାରୀରେ ସାମଲ ବପପୁଅଙ୍କର ସଂପୃକ୍ତି ନେଇ ପ୍ରମାଣ ସହ ଖବର ପ୍ରସାରଣ କରିଥିଲା ଅର୍ଗସ ନ୍ୟୁଜ୍। ପୁତ୍ର ମୋହରେ ଅନ୍ଧ ଧୁତରାଷ୍ଟ୍ର ସାଜି ବିଧାୟକ ପ୍ରଫୁଲ୍ଲ ସାମଲ ପୁଅର ଦୁର୍ନୀତିକୁ ପ୍ରସ୍ରୟ ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି କଲେଜକୁ ନିଜ କବଜାରେ ରଖିବା ପାଇଁ ବାଇ ଲ ବଦଳାଇ ଦେଇଥିବା ନେଇ ଆସିଥିଲା ସାଂଘାତିକ ଅଭିଯୋଗ । ଆଉ ବାପପୁଅଙ୍କର ଏହି କେଳେଙ୍କାରୀକୁ ମିଳିଥିଲା ବିଜେଡି ସରକାରଙ୍କ ସୁରକ୍ଷା । ଯାହାର ଏବେ ପ୍ରମାଣ ଯୋଗାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

