Videos
|
Odisha

କଂଗ୍ରେସର ଆହ୍ୱାନ ପରେ ଅନାସ୍ଥା ଆଣିବାକୁ ବିଜେଡିର ପ୍ରସ୍ତୁତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
କଂଗ୍ରେସର ଆହ୍ୱାନ ପରେ ଅନାସ୍ଥା ଆଣିବାକୁ ବିଜେଡିର ପ୍ରସ୍ତୁତି

Key Points

ପୁଣି ତେଜିଲା ଅନାସ୍ଥା ପ୍ରସ୍ତାବ ରାଜନୀତି
କଂଗ୍ରେସର ଆହ୍ୱାନ ପରେ ଅନାସ୍ଥା ଆଣିବାକୁ ବିଜେଡିର ପ୍ରସ୍ତୁତି
ଅନାସ୍ଥା ପାଇଁ ବିଜେଡି ପ୍ରସ୍ତୁତ ଥିବା ସଂକେତ ଦେଲେ ଅରୁଣ
ବିଜେପିର ଜବାବ, ଅନାସ୍ଥା ସାମ୍ନା କରିବାକୁ ଆମେ ବି ପ୍ରସ୍ତୁତ

କଂଗ୍ରେସର ଟ୍ରାପରେ ଫସିଲା ବିଜେଡି । ଏବେ ଦଳ କହୁଛି ଆମେ ଆନାସ୍ଥା ପାଇଁ ପ୍ରସ୍ତୁତ । ପ୍ରଥମେ ପିସିସି ସଭାପତି ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା କଥା ଉଠାଇଥିଲେ । ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅନାସ୍ଥାରେ ଆମେ ଜିତିବୁ ବୋଲି ଦମ୍ଭ ଭରିବା ସହ ବିଜେଡି କୋର୍ଟକୁ ବଲ ଫିଙ୍ଗିଥିଲେ । ତାରା କହିଥିଲେ ଯଦି ବିଜେଡି ଅନାସ୍ଥାକୁ ସମର୍ଥନ ନକରେ ସେ ବିଜେପି ସହ ଅଛି ବୋଲି ଜଣାପଡିଯିବ । ଏହାପରେ ଅନାସ୍ଥା ସପକ୍ଷରେ କହିବା ଛଡ଼ା ବିଜେଡିର କିଛି ନଥିଲା ଚାରା। ବିଜେଡି ଅନାସ୍ଥା ପାଇଁ ପ୍ରସ୍ତୁତ ଥିବା ପରୋକ୍ଷରେ କହିଛନ୍ତି ବିଧାୟକ ଅରୁଣ ସାହୁ । ଏ ନେଇ ଶଙ୍ଖ ଭବନରେ ଏକ ବୈଠକ ହୋଇଥିଲା। ଏଥିରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପ୍ରତାପ ଜେନା ଓ ଅରୁଣ ସାହୁ ପ୍ରମୁଖ ନେତା ଉପସ୍ଥିତ ଥିଲେ।

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଅନାସ୍ଥାକୁ ସାମ୍ନା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଧାନସଭାରେ ସରକାରୀ ଦଳ ପାଇଁ କିଛି ସମସ୍ୟା ନାହିଁ। ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ୱର ୭୪ । ଆଉ ବିଜେପି ପାଖରେ ଏକାକୀ ୭୮ ସଦସ୍ୟ ଅଛନ୍ତି ।


ଏଥିସହ ବିଜେପିକୁ ସମର୍ଥନ କରୁଛନ୍ତି ୩ ସ୍ୱାଧୀନ ବିଧାୟକ। ଏହାକୁ ମିଶାଇଲେ ବିଜେପି ପାଖେର ୮୧ ବିଧାୟକଙ୍କ ସମର୍ଥନ ଅଛି । ସେପଟେ ବିଜେଡିର ୫୧, କଂଗ୍ରେସର ୧୪ ଓ ସିପିଆଇଏମର ଜଣେ ବିଧାୟକଙ୍କୁ ମିଶାଇଲେ ବିରୋଧୀଙ୍କ ପାଖରେ ଅଛନ୍ତି ୬୬ ବିଧାୟକ । ଅର୍ଥାତ ସଂଖ୍ୟା ଦୃଷ୍ଟିରୁ ଏହି ଅନାସ୍ଥା କାଟ୍ ଖାଇବା ଏକ ପ୍ରକାର ନିଶ୍ଚିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

bjd-prepares-to-move-no-confidence-motion-after-congresss-call | Argus News