Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇନ କଥା କହିଲା ବିଜେଡି, ଆଇନା ଦେଖାଇଦେଲେ ଟଙ୍କଧର

Odisha

ଆଇନ କଥା କହିଲା ବିଜେଡି, ଆଇନା ଦେଖାଇଦେଲେ ଟଙ୍କଧର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଇନ କଥା କହିଲା ବିଜେଡି, ଆଇନା ଦେଖାଇଦେଲେ ଟଙ୍କଧର

Key Points

  • - ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଫସିଗଲା ବିଜେଡି
  • - ଘେରିଲେ ଶାସକ ଦଳ ବିଧାୟକ ଟଙ୍କଧର ତ୍ରିପାଠୀ
  • - ମମିତା, ମାଧବୀଲତା, ପରୀ, କୁନ୍ଦୁଲୀ କଥା ଉଠାଇ କଲେ ଟାର୍ଗେଟ
  • - କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ନ ଦେଇ ପାରିବାକୁ ନେଇ ମଧ୍ୟ କଲେ ତାତ୍ସଲ୍ୟ
  • - ବିଜେଡି ଶାାସନରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯିବାର ଆଣିଲେ ସଙ୍ଗୀନ ଅଭିଯୋଗ

 

ଅର୍ଗସ ବ୍ୟୁରୋ : ବିଜେଡିକୁ ବୁମେରାଙ୍ଗ ହେଲା ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବା । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଉପରେ ଭାରି ପଡ଼ିଲେ ଶାସକ ଦଳର ବିଧାୟକ । ବିଜେଡ଼ିକୁ ନିଜ କଲା କର୍ମର ଆଇନା ଦେଖାଇ କଲେ କାଉଣ୍ଟର ଆଟାକ୍। ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ଆଣି ବିଜେଡି କହିଥିଲା ଆମ ସରକାର ଅମଳରେ ଘଟଣାକୁ ଚପାଇ ଦିଆ ଯାଉନଥିଲା । ମାମଲା ସଂଖ୍ୟା ବଢୁଥିଲା ସତ କିନ୍ତୁ ପୋଲିସ ଉପରେ ଭରସା ଥିଲା। ବର୍ତ୍ତମାନର ସରକାର ବିଜେଡି ଅମଳର ନ୍ୟାୟିକ ପ୍ରକ୍ରିୟାକୁ କାର୍ଯ୍ୟକାରୀ କଲେ ସମସ୍ତଙ୍କୁ ଦେଇପାରିବେ ସୁରକ୍ଷା। ସେହିପରି କଂଗ୍ରେସ ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ଚିନ୍ତାପ୍ରକଟ କରିବା ସହ   ପଶ୍ଚିମବଙ୍ଗର ଅପରାଜିତା ଭଳି ଶକ୍ତ ଆଇନ ଆଣିବାକୁ କରିଥିଲେ ଦାବି । 

ବିଜେଡିର ମୁଲତବୀ ପ୍ରସ୍ତାବକୁ ଜୋରଦାର କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କହିଥିଲେ ବିଜେଡି ଶାସନରେ ଆଇନ ତା ବାଟରେ ଯିବାର ଅର୍ଥ ଥିଲା ଅଭିଯୁକ୍ତ କୁ ସୁରକ୍ଷା ଦେବା କିନ୍ତୁ ବର୍ତ୍ତମାନ ଆଇନ ତା ବାଟରେ ଯିବା ଅର୍ଥ ଅଭିଯୁକ୍ତ ତୁରନ୍ତ ଗିରଫ। ଭୁବନେଶ୍ବର, ବାଲେଶ୍ଵର ଏବଂ ସମ୍ବଲପୁର ଘଟଣାରେ ଏତଲା ହେବା କ୍ଷଣି ତୁରନ୍ତ ଅଭିଯୁକ୍ତକୁ ବନ୍ଧା ଯାଇଛି।  କିନ୍ତୁ ତତ୍କାଳୀନ ସରକାର ଅଭିଯୁକ୍ତ କୁ ସୁରକ୍ଷା ଦେଉଥିଲା। ଏପରିକି ତତକାଳୀନ  ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲେ ବି ତାଙ୍କୁ ସୁରକ୍ଷା ଦିଆଯାଇଥିଲା। କୁନ୍ଦୁଲି,ମମିତା,ବେବିନା, ମାଧବିଲତା,ପରି ଭଳି ଘଟଣା ଉଥାପନ କରି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କ୍ୟାବିନେଟ ମନ୍ତ୍ରୀ ଙ୍କୁ ସୁରକ୍ଷା ଦେଇନ ପାରିବା ପ୍ରସଙ୍ଗ ଉଠାଇ ବିଜେଡିକୁ କରିଥିଲେ ତାତ୍ସଲ୍ୟ। 

ବିଜେଡି ଶାସନରେ ଅପରାଧର ଚିଠା ଖୋଲି ବିରୋଧୀ ଦଳକୁ ସରକାରୀ ପକ୍ଷ କରିଥିଲେ ଯୋରଦାର ଆଟାକ୍। ପଳରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ଆଣି ଫସି ଯାଇଥିଲା ବିଜୁ ଜନତା ଦଳ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଜବାବ ରଖି କହିଥିଲେ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରୁଛନ୍ତି ସରକାର। ଦୁଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ସୁରକ୍ଷା ଦେବା ଓ ତୋରିତ ନ୍ୟାୟ ପ୍ରଦାନ ପାଇଁ ସରକାର ସଂକଳ୍ପ ବଦ୍ଧ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ଭୁବନେଶ୍ୱରରୁ କ୍ୟାମେରା ପର୍ସନ ସନାତନ ଓ ପ୍ରଦୀପଙ୍କ ସହ ପ୍ରଦୀପ୍ତ ମହାପାତ୍ର ଏବଂ ଦିବ୍ୟଜ୍ୟୋତି ମହାନ୍ତି)

Sponsored
Odisha Govt | Argus News