Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କୁ ଲାଗିଲା ଶକ୍ତ ଝଟ୍‌କା : ଇସ୍ତଫା ଦେଲେ ପୁଣି ଜଣେ ରାଜ୍ୟସଭା ସାଂସଦ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନବୀନଙ୍କୁ ଲାଗିଲା ଶକ୍ତ ଝଟ୍‌କା : ଇସ୍ତଫା ଦେଲେ ପୁଣି ଜଣେ ରାଜ୍ୟସଭା ସାଂସଦ

Key Points

  • ନବୀନଙ୍କୁ ଲାଗିଲା ଶକ୍ତ ଝଟ୍‌କା
  • ଇସ୍ତଫା ଦେଲେ ପୁଣି ଜଣେ ରାଜ୍ୟସଭା ସାଂସଦ
  • ପ୍ରଥମେ ମମତା, ଏବେ ସୁଜିତ୍‌

ଅର୍ଗସ ବ୍ୟୁରୋ : ଝଟ୍‌କା ପରେ ଝଟ୍‌କା ଲାଗୁଛି ବିଜେଡିକୁ । ୨୪ ନିର୍ବାଚନରେ ଲୋକସଭାରେ ବିଜେଡିର ସଂଖ୍ୟା ଶୂନ ହେବା ପରେ ରାଜ୍ୟସଭାରେ ଶାସକ ଦଳକୁ ଘେରିବାକୁ ଉଦ୍ୟମ କରିଥିଲା ଦଳ । ସାଂସଦଙ୍କ ସଂଖ୍ୟା ଥିଲା ୯ । ହେଲେ ଜଣଙ୍କ ପରେ ଜଣେ ସାଂସଦ ଦଳ ଛାଡିବା ପରେ ବିଜେଡି ଯେ ଦୁର୍ବଳ ହେଉଛି ଏ କଥା ସ୍ପଷ୍ଟ । ଆଜି ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । 

ବିଜେଡିରୁ ଇସ୍ତଫା ଦେବାର ଘଣ୍ଟାଏ ପରେ ବିଜେପିରେ ସାମିଲ ହେଲେ ସୁଜିତ । ଏକା ସାଙ୍ଗରେ ସାଂସଦ ପଦ ଓ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି ସୁଜିତ୍‌ । ଇସ୍ତଫା ଦେବା ପରେ ସୁଜିତ୍‌ କହିଛନ୍ତି, ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ଇସ୍ତଫା ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ବିଜେଡି ସରକାରରେ ପ୍ରବଳ ମାତ୍ରାରେ ଦୁର୍ନୀତି ହେଉଥିବା ନେଇ ସେ ଅଭିଯୋଗ ବି କରିଛନ୍ତି । ତେଣୁ ସାଧାରଣ ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ସୁଜିତ କୁମାର । ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ଵିତୀୟ ବିଜେଡି ରାଜ୍ୟସଭା ସାଂସଦ ଯିଏ ଦଳ ଛାଡ଼ିଛନ୍ତି । ସୁଜିତଙ୍କୁ ଗୁରୁତ୍ଵପୂର୍ଣ୍ଣ ‘କମିଟି ଅନ୍ ପିଟିସନ୍ସ’ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ମିଳିଥିଲା । 

ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ଦଳ ଛାଡୁଥିବାରୁ ଟେନସନ୍‌ରେ ବିଜେଡି । କାରଣ ନିର୍ବାଚନ ହାରିବା ପରେ ବିଜେଡି ଯେଉଁ ପ୍ଲାନ କରିଥିଲା ତାହା ଏବେ ଫଳପ୍ରଦ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ବିଜେପିରେ ଯୋଗ ଦେବା ପରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ସୁଜିତ କୁମାର । କହିଛନ୍ତି, କେବଳ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଲୁଟ୍ ହୋଇଛି । ଏଥିରେ ବହୁ ବିଜେଡି ନେତା ସାମିଲ ଅଛନ୍ତି । ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା । ଏନେଇ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲି, ହେ‌ଲେ କୌଣସି ସୁଫଳ ମିଳି ନଥିଲା। ଏଣୁ ସେ ବାଧ୍ୟ ହୋଇ ବିଜେପିରେ ମିଶିଲି। ବିଜେପିରେ ସାମିଲ ହୋଇ ଖୁବ୍ ଖୁସି ଅଛି। ଏବେ ଲୋକଙ୍କ ସେବା କରିବି । ତେବେ ଆଗାମୀ ଦିନରେ ପୁଣି କେଉଁ ନେତା ବିଜେଡି ଛାଡୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sujeet Kumar | Argus News