Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Murder Threat / BJD ରାଜ୍ୟସଭା ସାଂସଦ ଶୁଭାଶିଷଙ୍କୁ ଗୁଳି କରି ଜୀବନରୁ ମାରିଦେବାକୁ ଧମକ !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
BJD ରାଜ୍ୟସଭା ସାଂସଦ ଶୁଭାଶିଷଙ୍କୁ ଗୁଳି କରି ଜୀବନରୁ ମାରିଦେବାକୁ ଧମକ !
Subhasis Khuntia

Key Points

ମହିଳାଙ୍କ ସିମ୍ ବ୍ୟବହାର କରି ଗତ ୧୧ରେ ଆକାଉଣ୍ଟ ଖୋଲି ପୋଷ୍ଟ କରିଥିଲେ ।
ମହିଳାଙ୍କୁ ବଦନାମ କରିବାକୁ ଯାଇ ଏହି କାର୍ଯ୍ୟ ଘଟାଇଥିଲେ କହିଲା ପୋଲିସ ।

ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ ଘଟଣା । ଅଭିଯୁକ୍ତ ପ୍ରତୀକ ମିଶ୍ରକୁ ଗିରଫ କରି ମାମଲା ରୁଜୁ କଲା ସିଂହଦ୍ବାର ପୋଲିସ । ଜୁଲିରାଣୀ ପଣ୍ଡାଙ୍କ ନାଁରେ ପୋଷ୍ଟ ହୋଇଥିଲା ଧମକପୂର୍ଣ୍ଣ ଲେଖା । ଏପରି ପୋଷ୍ଟ ଅଭିଯୁକ୍ତ ପ୍ରତୀକ ମିଶ୍ର କରିଥିବା ପୋଲିସର ସୂଚନା । ମହିଳାଙ୍କୁ ପ୍ରେମ କରୁଥିଲେ, ରାଜି ନହେବାରୁ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଥିଲେ । ମହିଳାଙ୍କ ସିମ୍ ବ୍ୟବହାର କରି ଗତ ୧୧ରେ ଆକାଉଣ୍ଟ ଖୋଲି ପୋଷ୍ଟ କରିଥିଲେ । ମହିଳାଙ୍କୁ ବଦନାମ କରିବାକୁ ଯାଇ ଏହି କାର୍ଯ୍ୟ ଘଟାଇଥିଲେ କହିଲା ପୋଲିସ ।

‘ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ’। ସାମାଜିକ ଗଣମାଧ୍ୟମ ‘ଫେସବୁକ’ ଜରିଆରେ ଏପରି ଧମକପୂର୍ଣ୍ଣ ବାର୍ତ୍ତା ଭାଇରାଲ ହୋଇଥିଲା । ଜୁଲିରାଣୀ ପଣ୍ଡା ନାମରେ ଥିବା ଫେସବୁକ ଆକାଉଣ୍ଟରେ ଏଭଳି ଧମକ ଦିଆଯାଇଥିଲା । କେବଳ ସେତିକି ନୁହେଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ଗୁଳି କରି ମାରିଦେବାକୁ ଧମକ ମିଳିଛି।

ଗତ ଦୁଇଦିନ ହେଲା ଶ୍ରୀମନ୍ଦିର ଉପରେ ବୋମା ପକାଇ ଦେବା ସଂକ୍ରାନ୍ତ ଧମକ ଉକ୍ତ ଫେସବୁକ ଆକାଉଣ୍ଟରେ ଛଡ଼ାଯାଇଛି। ଏନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଏ ଏବଂ କିଭଳି ଏପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି, ଖୁବଶୀଘ୍ର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ସାଂସଦଙ୍କୁ ମଧ୍ୟ ଧମକ

କେବଳ ଶ୍ରୀମନ୍ଦିର ନୁହେଁ, ‘ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ’ ବୋଲି ମଧ୍ୟ ଉକ୍ତ ଆକାଉଣ୍ଟରେ ଛଡ଼ାଯାଇଛି। ପୁରୀର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ବାର୍ତ୍ତା ଉକ୍ତ ଆକାଉଣ୍ଟରେ ରହିଛି। ସାଂସଦଙ୍କୁ ଗୁଳି ମାଡ଼ ହେବ ବୋଲି ଉକ୍ତ ଆକାଉଣ୍ଟରେ ଧମକ ଦିଆଯାଇଛି। ଏହି ଫେସବୁକ ଆକାଉଣ୍ଟ ସମ୍ଭବତଃ ନୂଆ ଆକାଉଣ୍ଟ ହୋଇଥାଇପାରେ। ଜଣେ ମାତ୍ର ବ୍ୟକ୍ତି ତା’ର ବନ୍ଧୁ ତାଲିକାରେ ରହିଛି। ସେୟାର ହୋଇଥିବା ଧମକପୂର୍ଣ୍ଣ ବାର୍ତ୍ତା ଗତ ୧୩ ତାରିଖରୁ ସେୟାର ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Murder Threat | BJD Rajya Sabha MP Subhashish receives threat to shoot him dead! | Argus News